ନ୍ୟୁଜ ପଢା ଚାଲିଥିବା ବେଳେ ଅଚେତ ହୋଇଗଲେ ଆଙ୍କର୍‌, ଭିଡିଓ ହେଲା ଭାଇରାଲ୍‌

ନ୍ୟୁଜ ପଢା ଚାଲିଥିବା ବେଳେ ଅଚେତ ହୋଇଗଲେ ଆଙ୍କର୍‌, ଭିଡିଓ ହେଲା ଭାଇରାଲ୍‌

ୱାଶିଂଟନ୍‌: ଆମେରିକାର ଏକ ନ୍ୟୁଜ୍‌ ଚ୍ୟାନେଲ୍‌ରେ ନ୍ୟୁଜ୍‌ ପଢ଼ା ଚାଲିଥିବା ବେଳେ ଆଙ୍କର ବୋହାସ ହୋଇ ଟଳିପଡ଼ିବା ବେଳର ଏକ ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଆଙ୍କର ଜଣକ ଅଚେତ ହୋଇପଡ଼ିବା କାରଣରୁ ଟିମ୍‌ର ଅନ୍ୟ ୨ ଜଣ ଖବର ଉପସ୍ଥାପିକା ଚକିତ ‌ହୋଇ ପଡ଼ିଥିଲେ।

ଖବରରୁ ଜାଣିବାକୁ ମିଳିଛି ଯେ ନ୍ୟୁଜ୍‌ ଆଙ୍କର୍‌ ଏଲିସା କାର୍ଲସନ୍‌ଙ୍କର ପୂର୍ବରୁ ହିଁ  ହୃଦ୍‌ୟ ବେମାରୀ ରହିଛି। ୨୦୧୪ ମସିହାରେ ବି ତାଙ୍କ ସହ ଜଡ଼ିତ ଏପରି ଏକ ଘଟଣା ଘଟିସାରିଛି। ଘଟଣାର ଖୋଳତାଢ଼ କରିବାରୁ ଜଣାପଡ଼ିଲା ଯେ ତାଙ୍କ ହୃଦୟରେ ଏକ କଣା ଅଛି।

ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଥିବା ଭିଡିଓଟି ହେଉଛି ଗତ ଶନିବାରର। ଭିଡିଓରେ ଆପଣ ଦେଖି ପାରୁଥିବେ ‌ଯେ ପ୍ରଥମେ ୨ ଜଣ ନ୍ୟୁଜ୍‌ ଆଙ୍କର୍‌ ଖବର ପଢ଼ିବା ଆରମ୍ଭ କରୁଛନ୍ତି। ତାପରେ ସୋମାନେ ପାଣିପାଗ ସଂପର୍କିତ ରିପୋର୍ଟ ଦେବାକୁ ଏଲିସା କାର୍ଲସନ୍‌ଙ୍କ ସହ ଯୋଡ଼ି ହେଉଛନ୍ତି। କାର୍ଲସନ୍‌ ଏକଦମ ଠିକ୍‌ ଠାକ୍‌ କହିବା ଆରମ୍ଭ କରୁଛନ୍ତି। ମାତ୍ର ଦେଖୁ ଦେଖୁ ସେ ଟେବୁଲ୍‌ ଉପରେ ଠଳି ପଡୁଛନ୍ତି।

ଆଜିକାଲି ହୃଦୟ ବେମାରୀ ଖୁବ୍‌ ଅଧିକ ବାହାରୁଥିବା ବେଳେ ମହିଳା ଆଙ୍କର୍‌ଙ୍କର ଏହି ଭିଡିଓ ସମସ୍ତଙ୍କୁ ବେଶ୍ ଡରାଇ ଦେଇଛି। ଭାରତରେ ବି ଗତ ୧୦ ବର୍ଷ ମଧ୍ୟରେ ହୃଦ୍‌ରୋଗରେ ଅନେକ ଲୋକ ପ୍ରାଣ ହରାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe