ଲକ୍‌ଡାଉନ୍‌ ସମୟରେ ଜନ୍ମିଲେ ଯାଆଁଳା ଶିଶୁ କନ୍ୟା; ନାମ ଦିଆଗଲା କରୋନା ଓ କୋଭିଡ୍‌

ଲକ୍‌ଡାଉନ୍‌ ସମୟରେ ଜନ୍ମିଲେ ଯାଆଁଳା ଶିଶୁ କନ୍ୟା; ନାମ ଦିଆଗଲା କରୋନା ଓ କୋଭିଡ୍‌

The Economic Times

ରାୟପୁର: ସାରା ବିଶ୍ବ କରୋନା ଓ କୋଭିଡ୍‌ ଜପ କରୁଥିବା ବେଳେ ଛତିିଶଗଡ଼ର ରାୟପୁରରେ ଜନ୍ମିତ ଦୁଇ ଶିଶୁଙ୍କ ନାମକରଣ କରୋନା ଓ କୋଭିଡ୍‌ କରାଯାଇଛି। ସାରା ଦେଶରେ ଲକ୍‌ଡାଉନ୍‌ ହୋଇଥିବା ବେଳେ ଏହି ଯାଆଁଳା ଶିଶୁ କନ୍ୟା ମାର୍ଚ ୨୬-୨୭ ମଧ୍ୟ ରାତ୍ରରେ ଜନ୍ମଲାଭ କରିଥିବା ସୂଚନା ରହିଛି।

ଶିଶୁ ଦ୍ବୟଙ୍କର ବାପାମାଆଙ୍କୁ ପଚରାଯିବାର ସେ କହନ୍ତି କି ସେମାନଙ୍କ ଜନ୍ମ ବେଳକୁ ଦେଶ କେଉଁ ଭଳି ଜଟିଳ ପରିସ୍ଥିତି ଦେଇ ଗତି କରିଥିବା ସେମାନଙ୍କ ନାମ ଜରିଆରେ ଏହି ସବୁବେଳେ ସେ ଦୁହିଁଙ୍କର ମନେ ରହିବ। ସେମାନଙ୍କ ଜନ୍ମ ସମୟରେ ସାରା ଦେଶ କିପରି ଏକତାର ସହ ଲଢ଼େଇ କରୁଥିବା ତାହା ସେମାନଙ୍କୁ ଜୀବନ ଯାକ ମନେ ପକାଇଦେବ।

ତେବେ, ଏହି ନାମ ପ୍ରଥମେ ହସ୍ପିଟାଲ୍‌ କର୍ମଚାରୀଙ୍କ ପାଖରୁ ଆରମ୍ଭ ହୋଇଛି। ଶିଶୁ କନ୍ୟା ଦ୍ବୟ ଜନ୍ମଲାଭ କରିବା ପରେ ହସ୍ପିଟାଲ୍‌ କର୍ମଚାରୀମାନେ ସେମାନଙ୍କୁ କରୋନା ଓ କୋଭିଡ୍‌ ନାମରେ ଡାକିବା ଆରମ୍ଭ କରିଦେଲେ। ତା’ପରେ ଶିଶୁ ଦୁଇଙ୍କ ବାପାମାଆଙ୍କ ମୁଣ୍ଡରେ ଏପରି ନାମକରଣ କରିବାର ଚିନ୍ତା ଆସିଲା। ଆବଶ୍ୟକ ପଡ଼ିଲେ ସେମାନେ ଏହି ନାମ ପରିବର୍ତ୍ତନ ବି କରିପାରନ୍ତି ବୋଲି ଗଣମାଧ୍ୟମକୁ ଶିଶୁ ଦ୍ବୟଙ୍କ ମାଆ ଜଣାଇଛନ୍ତି।

ପିଲା ଓ ଦୁଇ ଶିଶୁ ତିନିହେଁ ସୁସ୍ଥ ଭାବେ ଡିସ୍‌ଚାର୍ଜ ହୋଇ ଘରକୁ ଫେରିଛନ୍ତି। ଶିଶୁ ଦ୍ବୟ ଜନ୍ମ ହେବା ପରେ ହସ୍ପିଟାଲ୍‌ ଭିତରେ ଏହାକୁ ନେଇ ଏକ ଖୁସିର ମାହଲ ସୃଷ୍ଟି ହୋଇଛି। କରୋନା ଓ କୋଭିଡ୍‌ଙ୍କ ଜନ୍ମ ଲକ୍‌ଡାଉନ୍‌ ସମୟରେ ହୋଇଥିବାରୁ ଅନେକ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe