ବଲିଉଡରେ କିଛି ଏମିତି କଳାକାର ଅଛନ୍ତି, ଯେଉଁମାନେ ବୟସ କେବଳ ଏକ ନମ୍ବର ବୋଲି ପ୍ରମାଣ କରିଛନ୍ତି। ବୟସ ଯେତେ ଅଧିକ ହେଉଛି, ସେତେ ଚମକୁଛନ୍ତି ବଲିଉଡର କିଛି କଳାକାର। ହେଲେ ପରଦାରେ ଭଲ ଦେଖାଯିବା ପାଇଁ ଏବଂ ନିଜ ପ୍ରଶଂସକଙ୍କ ପାଖରେ ପୂର୍ବ ଭଳି ଲୋକପ୍ରିୟ ହୋଇରହିବା ପାଇଁ ଏହି କଳାକାରଙ୍କୁ ଅନେକ କିଛି କରିବାକୁ ପଡ଼ୁଛି। ବୟସ ବଢ଼ିବା ସହ ବୟସଗତ ସମସ୍ୟା ମଧ୍ୟ ଦେଖାଯାଇଥାଏ। ସବୁଠାରୁ ବଡ଼ ସମସ୍ୟା ହେଉଛି କେଶ ଝଡ଼ିବା ସମସ୍ୟା। ବଲିଉଡରେ ଏଭଳି କିଛି କଳାକାର ରହିଛନ୍ତି, ଯେଉଁମାନଙ୍କୁ କେଶ ଝଡ଼ିବା ସମସ୍ୟା ଦେଇ ଗତି କରିବାକୁ ପଡ଼ିଛି। ହେଲେ ସେମାନେ ଏହାକୁ ନିଜର ସଫଳତାର ଯାତ୍ରାରେ ବାଧା ସୃଷ୍ଟି କରିବାକୁ ଦେଇନାହାନ୍ତି। ଆଜି ଆମେ ସେହିସବୁ କଳାକାରଙ୍କ ବିଷୟରେ କହିବୁ, ଯେଉଁମାନେ ନିଜର କେଶ ପ୍ରତିରୋପଣ କରିଛନ୍ତି।
୧. କିଛି ବର୍ଷ ତଳେ ବଲିଉଡର ଦବଙ୍ଗ ସଲମାନ ଖାନ ତାଙ୍କ କେଶ ଝଡ଼ିବା ସମସ୍ୟାର ସାମ୍ନା କରିଥିଲେ। ହେଲେ ପରେ ସେ ନିଜର କେଶ ପ୍ରତିରୋପଣ କରିଥିଲେ। ଏବେ ଆପଣ ପରଦାରେ ଦେଖୁଥିବା କେଶ ହେଉଛି କେଶ ପ୍ରତିରୋପଣର ଫଳାଫଳ।

୨. ବଲିଉଡର ବିଗ୍ ବି ଅମିତାଭ ବଚ୍ଚନ ମଧ୍ୟ କେଶ ପ୍ରତିରୋପଣ କରିଛନ୍ତି। କୌନ ବନେଗା କରୋଡପତିର ଉପସ୍ଥାପକ ହେବା ପୂର୍ବରୁ ସେ ନିଜର କେଶ ପ୍ରତିରୋପଣ କରିଥିଲେ ବୋଲି ଜଣାପଡ଼ିଛି।

୩. ଯେତେବେଳେ ହାସ୍ୟ ଅଭିନେତା ତଥା ଅଭିନେତା କପିଲ ଶର୍ମା ପ୍ରଥମ ଥର ପାଇଁ ଟିଭିରେ ନଜର ଆସିଥିଲେ, ସେତେବେଳେ ତାଙ୍କ କେଶ ଆଗ ପଟୁ ଝଡ଼ିଯାଇଥିବା ଦେଖିବାକୁ ମିଳିଥିଲା। ହେଲେ ପରେ କପିଲ ନିଜର କ୍ୟାରିୟରରେ ସଫଳ ହେବା ସହ କେଶ ପ୍ରତିରୋପଣ କରିଥିଲେ। ଏବେ ତାଙ୍କର କମେଡି ସୋ ଦେଖିଲେ ଆପଣ ତାରତମ୍ୟ ଭଲ ଭାବରେ ଜାଣିପାରିବ।

୪. ବଲିଉଡର ଖିଲାଡି କୁମାର ମଧ୍ୟ ନିଜର କେଶ ପ୍ରତିରୋପଣ କରିଥିବା ଜଣାପଡ଼ିଛି। ପୂର୍ବ ଅପେକ୍ଷା ଏବେ ତାଙ୍କର ଫିଲ୍ମ କ୍ୟାରିୟର ଅଧିକ ଭଲ ଚାଲୁଥିବା ବେଳେ ଏହାକୁ ବଜାୟ ରଖିବା ପାଇଁ ସେ କେଶ ପ୍ରତିରୋପଣ କରିଛନ୍ତି।

୫. ବଲିଉଡର ଲୋକପ୍ରିୟ କଣ୍ଠଶିଳ୍ପୀ ହିମେଶ ରେଶମିଆ ତାଙ୍କ କେଶକୁ ନେଇ ଏତେ ନିରାଶ ହୋଇଯାଇଥିଲେ ଯେ ତାଙ୍କୁ ସବୁବେଳେ ଟୋପି ପିନ୍ଧିବାକୁ ପଡ଼ୁଥିଲା। ହେଲେ ଜଣେ ଅଭିନେତା ଭାବରେ ନିଜର କ୍ୟାରିୟର ଆରମ୍ଭ କରିବା ପାଇଁ ସେ ନିଜର କେଶ ପ୍ରତିରୋପଣ କରିଥିଲେ।

Follow Us