୩୨ ହଜାର ଫୁଟ ଉପରୁ ଭାଙ୍ଗି ଖସି ପଡିଲା ବିମାନ ଇଞ୍ଜିନ, ସାହସିକତା ଦେଖାଇଲେ ପାଇଲଟ !

Advertisment
୩୨ ହଜାର ଫୁଟ ଉପରୁ ଭାଙ୍ଗି ଖସି ପଡିଲା ବିମାନ ଇଞ୍ଜିନ, ସାହସିକତା ଦେଖାଇଲେ ପାଇଲଟ !

ଆମେରିକାରେ ଏକ ଯାତ୍ରୀ ବିମାନର ଇଞ୍ଜିନ ୩୨ ହଜାର ଫୁଟ ଉପରୁ ଭାଙ୍ଗି ବିମାନରୁ ଅଲଗା ହୋଇଯାଇଛି। ଆଉ ଏହି କାରଣରୁ ବିମାନଟିକୁ ଫିଲେଡେଲ୍‌ଫିୟାରେ ଜରୁରୀକାଳୀନ ଅବତରଣ କରାଯାଇଛି। କିନ୍ତୁ ଏହି ପୁରା ଘଟଣାରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପାଇଲଟ ଟାମି ଜୋ, ଯିଏକି ନିଜ ସାହସିକତା, ଶାନ୍ତ ସ୍ୱଭାବ ଏବଂ ଚତୁରତାର ପ୍ରମାଣ ଦେଇଥିଲେ। ସେ ଯାତ୍ରୀମାନଙ୍କୁ ଏହି ଘଟଣାର ବାସ୍ନା ମଧ୍ୟ ବାଜିବାକୁ ଦେଇନଥିଲେ ଯେ, ବିମାନରେ ଗୋଟିଏ ଇଞ୍ଜିନ ହିଁ ନାହିଁ ।

କିନ୍ତୁ ଏହି ଘଟଣାରେ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କିନ୍ତୁ ଯେତେବେଳେ ଯାତ୍ରୀମାନଙ୍କୁ ଟାମି ଜୋଙ୍କର ଏଭଳି ସାହସିକତା ବିଷୟରେ ଜଣାପଡିଥିଲା, ସେତେବେଳେ ସେମାନେ ଟାମିଙ୍କର ପ୍ରଂଶସା ନକରି ରହିପାରିନଥିଲେ। ଏବେ ସୋସିଆଲ ମିଡିଆରେ ଟାମିଙ୍କ ସାହସିକତାର ଚର୍ଚ୍ଚା ଜୋର ଧରିଛି । ସୂଚନା ଅନୁଯାୟୀ, ଦକ୍ଷିଣ ପଶ୍ଚିମ ଏୟାରଲାଇନ୍‌ସର ବିମାନ ବୋଇଙ୍ଗ ୭୩୭ - ୭୦୦ ମଙ୍ଗଳବାର ଦିନ ନ୍ୟୁୟର୍କରୁ ଡାଲାସ ଅଭିମୁଖେ ଯାତ୍ରା କରୁଥିଲା। ଏହି ସମୟରେ ଅଧା ବାଟରେ ବିମାନର ଇଞ୍ଜିନ ଭାଙ୍ଗି ତଳେ ପଡିଯାଇଥିଲା।

publive-image

ସାଉଥ ୱେଷ୍ଟ ଏୟାରଲାଇନ୍‌ସ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ବିମାନରେ ମୋଟ ୧୪୩ ଜଣ ଯାତ୍ରୀ ଏବଂ ୫ଜଣ କ୍ରୁ ସଦସ୍ୟ ରହିଥିଲେ । ତେବେ ବିମାନ କମ୍ପାନୀ ଘଟଣା ସମ୍ପର୍କରେ ଅଧିକ ସୂଚନା ପାଇବାର ଚେଷ୍ଟା ଚଲାଇଛି । ଯାତ୍ରୀମାନଙ୍କ ଦ୍ୱାରା ସୋସିଆଲ ମିଡିଆରେ ସେୟାର କରାଯାଇଥିବା ଫଟୋଗୁଡିକରୁ ବିମାନଟି ବହୁ ପରିମାଣରେ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡୁଛି ।

ଆମେରିକା ରାଷ୍ଟ୍ରୀୟ ପରିବହନ ସୁରକ୍ଷା ବୋର୍ଡ ଏହି ମାମଲାର ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛି। ସୂଚନା ଅନୁଯାୟୀ, ଟାମି ଜୋ ଏୟାର ଟ୍ରାଫିକ କଣ୍ଟ୍ରୋଲକୁ କହିଥିଲେ ଯେ, ତାଙ୍କୁ ରନୱେରେ ଆମ୍ବୁଲାନ୍‌ସର ଆବଶ୍ୟକତା ରହିଛି କାରଣ ବିମାନରେ କିଛି ନିଖୋଜ ରହିଛି । ତେବେ ଏହି ସମୟରେ ସେ ପୁରାପୁରି ଶାନ୍ତ ରହିଥିଲେ ଏବଂ ବିପଦଟି କେତେ ଭୟଙ୍କର ଥିଲା ତାହା କାହାକୁ ମଧ୍ୟ ଜାଣିବାକୁ ଦେଇନଥିଲେ।

୫୬ ବର୍ଷୀୟ ଟାମି ଜୋ ଆମେରିକା ନୌସେନାରେ ପ୍ରଥମଥର ଏଫ-୧୮ ଫାଇଟର ଜେଟକୁ ୧୫୦ ମାଇଲ ପ୍ରତି ଘଣ୍ଟାର ସ୍ପିଡରେ ଓହ୍ଲାଇ ନିଜ ଜୀବନର ପ୍ରଥମ ସାହସିକତା ଓ ପରାକ୍ରମ ଦେଖାଇଥିଲେ। ତେବେ ପୁଣି ଥରେ ସେ ତାଙ୍କର ଏହି ସାହସିକତା ଏବଂ ପରାକ୍ରମର ପ୍ରମାଣ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe