ସମ୍ଭୋଗ ପାଇଁ ଜୀବନ ହାରୁଥିବା ପ୍ରାଣୀ

Advertisment
ସମ୍ଭୋଗ ପାଇଁ ଜୀବନ ହାରୁଥିବା ପ୍ରାଣୀ

ପତଙ୍ଗ ନିଆଁକୁ ଡେଇଁ ମରୁଥିବା କଥା ଆମେ ଦେଖିଛନ୍ତି ଓ ଜାଣିଛନ୍ତି। ନିଆଁ ଦ୍ବାରା ଆକର୍ଷିତ ହୋଇ ସେ ନିଜ ଅଜାଣତରେ ପ୍ରାଣ ବିସର୍ଜନ କରିଥାଏ। ପତଙ୍ଗର ଏପରି ପ୍ରାଣହାନିକୁ ଭିତ୍ତି କରି ଅନେକ କାଳ୍ପନିକ ପ୍ରଣୟ କାହାଣୀମାନ ସୃଷ୍ଟି ହୋଇଛି ଏବଂ ତାହାକୁ କବି ଓ ଗାଳ୍ପିକମାନେ ଉପମା ଆକାରରେ ବ୍ୟବହାର କରିଥା’ନ୍ତି। ତେବେ ଅଷ୍ଟ୍ରେଲିଆରେ ‘ଆଣ୍ଟିକାଇନସ୍‌’ ନାମକ ଏକ ସ୍ତନ୍ୟପାୟୀ ପ୍ରାଣୀ ଦେଖିବାକୁ ମିଳିଥା’ନ୍ତି, ଯେଉଁମାନେ ରତିକ୍ରିୟା ପାଇଁ ଜୀବନ ହାରିଥା’ନ୍ତି। ଏପରିକି ଏହାର ପୁରୁଷ ପ୍ରଜାତି ଦୀର୍ଘ ୧୪ ଘଣ୍ଟା ଯାଏ ସମ୍ଭୋଗ କରିଥା’ନ୍ତି ଏବଂ ଏହି ଅବଧି ଭିତରେ ଯେତେ ଅଧିକ ସଂଖ୍ୟକ ସମ୍ଭବ, ସେତେ ସାଥୀଙ୍କ ସହ ସେମାନେ ଯୌନକ୍ରିୟା ସମ୍ପାଦନ କରିଥା’ନ୍ତି। ଏହି ମାତ୍ରାଧିକ ରତିକ୍ରୀଡ଼ା ହିଁ ସେମାନଙ୍କ ମୃତ୍ୟୁର କାରଣ ପାଲଟିଥାଏ। ଏପରି ଦୀର୍ଘକାଳୀନ ସମ୍ଭୋଗ ପରେ ପୁରୁଷ ଆଣ୍ଟିକାଇନସ୍‌ର ଶରୀରରୁ ଲୋମଗୁଡ଼ିକ ଆପେ ଆପେ ଝଡ଼ିଯାଏ, ଶରୀରର ଆଭ୍ୟନ୍ତରରେ ଭୀଷଣ ରକ୍ତସ୍ରାବ ଘଟେ ଏବଂ ଶରୀରର ରୋଗପ୍ରତିରୋଧକତା ଯଥେଷ୍ଟ କମି ଆସି ତାହାର ପ୍ରାଣ ଯାଇଥାଏ। ଏହି ବିଚିତ୍ର ଜୀବଟି ଏତେ ଯୌନକାଙ୍ଗାଳ ଯେ ଏତେ ସରି ହେଲା ପରେ ମଧ୍ୟ ସେ ମୃତ୍ୟୁ ପୂର୍ବରୁ ଅବଶ ଅବସ୍ଥାରେ ବି ଆଉ ଜଣେ ଯୌନସାଥୀ ଖୋଜୁଥାଏ ବୋଲି ଅନୁଧ୍ୟାନରୁ ଜଣାଯାଇଛି। ସବୁଠୁ ଆଶ୍ଚର୍ଯ୍ୟର କଥା, ସେଭଳି ସ୍ଥିତିରେ ମଧ୍ୟ କୌଣସି ମାଈ ପ୍ରଜାତି ସେହି ମୃତ୍ୟୁମୁଖୀ ଆଣ୍ଟିକାଇନସ୍‌କୁ ଦୂରେଇ ନଦେଇ ତାହାକୁ ଯୌନକ୍ରିୟା ପାଇଁ ପ୍ରୋତ୍ସାହିତ କରିଥାଏ। ବଡ଼ ବିଚିତ୍ର ଏ ଜୀବ ଜଗତ!

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe