ପାଉଁଶରୁ ଅଙ୍କୁରିତ ହେଉଥିବା ବିଲୁପ୍ତପ୍ରାୟ ଉଦ୍ଭିଦ!

Advertisment

ଉତ୍ତରପ୍ରଦେଶର ତରାଇ ଅଞ୍ଚଳରେ ଜଙ୍ଗଲ ନିଆଁର ପାଉଁଶ ତଳୁ ଏକ ଚମତ୍କାର ଦୃଶ୍ୟ ଦେଖିବାକୁ ମିଳିଛି। ପାଉଁଶ ଭିତରୁ ‘ଏରିଥ୍ରିନା ରିଜୁପିନାଟା’ ନାମକ ଏକ ପ୍ରକାର ସପୁଷ୍କକ ଉଦ୍ଭିଦ ଜାତ ହେବା ଘଟଣା ପରିବେଶବିତ୍‌ ଓ ଉଦ୍ଭିଦବିଜ୍ଞାନୀମାନଙ୍କୁ ମୁଗ୍‌ଧ କରିଛି।

ଉତ୍ତରପ୍ରଦେଶର ତରାଇ ଅଞ୍ଚଳରେ ଜଙ୍ଗଲ ନିଆଁର ପାଉଁଶ ତଳୁ ଏକ ଚମତ୍କାର ଦୃଶ୍ୟ ଦେଖିବାକୁ ମିଳିଛି। ପାଉଁଶ ଭିତରୁ ‘ଏରିଥ୍ରିନା ରିଜୁପିନାଟା’ ନାମକ ଏକ ପ୍ରକାର ସପୁଷ୍କକ ଉଦ୍ଭିଦ ଜାତ ହେବା ଘଟଣା ପରିବେଶବିତ୍‌ ଓ ଉଦ୍ଭିଦବିଜ୍ଞାନୀମାନଙ୍କୁ ମୁଗ୍‌ଧ କରିଛି।

hfhfvbvb

ଉତ୍ତରପ୍ରଦେଶର ତରାଇ ଅଞ୍ଚଳରେ ଜଙ୍ଗଲ ନିଆଁର ପାଉଁଶ ତଳୁ ଏକ ଚମତ୍କାର ଦୃଶ୍ୟ ଦେଖିବାକୁ ମିଳିଛି। ପାଉଁଶ ଭିତରୁ ‘ଏରିଥ୍ରିନା ରିଜୁପିନାଟା’ ନାମକ ଏକ ପ୍ରକାର ସପୁଷ୍କକ ଉଦ୍ଭିଦ ଜାତ ହେବା ଘଟଣା ପରିବେଶବିତ୍‌ ଓ ଉଦ୍ଭିଦବିଜ୍ଞାନୀମାନଙ୍କୁ ମୁଗ୍‌ଧ କରିଛି। ସାଧାରଣତଃ ତୃଣବହୁଳ ଅଞ୍ଚଳରେ ଦେଖାଯାଉଥିବା ଏହି ଉଦ୍ଭିଦର ଏକ ନିଆରା ଜୀବନଚକ୍ର ରହିଛି। ତରାଇ ହେଉଛି ହିମାଳୟର ପାଦଦେଶରେ ଅବସ୍ଥିତ ଏକ  ନିମ୍ନଭୂମି ଅଞ୍ଚଳ ଯାହା ଉଚ୍ଚ ତୃଣ ଦ୍ବାରା ଆଚ୍ଛାଦିତ। ଜଙ୍ଗଲରେ ନିଆଁ ଲାଗିବା ପରେ ସେଠାକାର ସମସ୍ତ ଉଦ୍ଭିଦ ଜଳିପୋଡ଼ି ପାଉଁଶ ହୋଇଯାଇଥିଲା। ତେବେ ଏହା ପରେ ପିଲିଭିତ ବ୍ୟାଘ୍ର ଅଭୟାରଣ୍ୟରେ ବିକ୍ଷିପ୍ତ ହୋଇ ପଡ଼ିଥିବା ପାଉଁଶ ଗଦାରୁ ‘ଇ. ରିଜୁପିନାଟା’ ଉଦ୍ଭିଦର ଏକ ଲାଲ୍‌ ଫୁଲ ଆତ୍ମପ୍ରକାଶ କରିଥିବା ଦେଖିବାକୁ ମିଳିଥିଲା।

 ଅନ୍ୟାନ୍ୟ ଗଛଲତାକୁ ନିଆଁ ଜାଳିଦେଉଥିବା ବେଳେ ‘ଇ. ରିଜୁପିନାଟା’ ଉଦ୍ଭିଦ ବଢ଼ିବା ଓ ଫୁଲ ଧରିବା ପାଇଁ ବନାଗ୍ନି ଲୋଡ଼ିଥାଏ ବୋଲି ଡେରାଡୁନ୍‌ ସ୍ଥିତ ବନ୍ୟ ଗବେଷଣା ପ୍ରତିଷ୍ଠାନର ବୈଜ୍ଞାନିକମାନେ କହିଛନ୍ତି। ସୁତରାଂ ନିଆଁ ସବୁବେଳେ ବୃକ୍ଷ ପାଇଁ ଧ୍ବଂସକାରୀ ନୁହେଁ। ‘କରେଣ୍ଟ୍‌ ସାଇନ୍ସ’ ପତ୍ରିକାରେ ପ୍ରକାଶିତ ଏ ସଂକ୍ରାନ୍ତ ସବିଶେଷ ବିବରଣୀ ଅନୁଯାୟୀ, ଊନବିଂଶ ଶତାବ୍ଦୀର ପ୍ରାରମ୍ଭରେ ଭାରତୀୟ ଉଦ୍ଭିଦବିଜ୍ଞାନୀ ଵିଲିଅମ୍‌ ରକ୍ସବର୍ଗଙ୍କ ଦ୍ବାରା ପ୍ରଥମ କରି ଏହି ଉଦ୍ଭିଦ ଆବିଷ୍କୃତ ହୋଇଥିଲା। ଏହି ଗୁଳ୍ମ ଦୁଇରୁ ତିନି ଫୁଟ ପର୍ଯ୍ୟନ୍ତ ବଢ଼ିଥାଏ। ତେଣୁ ବର୍ଷା ଋତୁରେ ତରାଇ ଅଞ୍ଚଳର ଅନ୍ୟ ଗଛଗୁଡ଼ିକ ବଢ଼ିବା ସମୟରେ ଏହା ଅସୁବିଧାରେ ପଡ଼ିଥାଏ। ଭାରତର ହିମାଳୟ ସମେତ ବିଶ୍ବର ପ୍ରାୟ ୧୬ଟି ଅଞ୍ଚଳରେ ଏହା ଦେଖିବାକୁ ମିଳିଥାଏ। ପ୍ରାୟ ୪ ନିୟୁତ ବର୍ଷ ଧରି ଏହା ସାଭାନ୍ନା ଅଞ୍ଚଳରେ ଲାଗୁଥିବା ନିଆଁ ସହ ଖାପ ଖୁଆଇ ଆସିଛି। ତେବେ ବହୁ ଆଗରୁ ଏହା ଆବିଷ୍କୃତ ହୋଇଥିଲେ ହେଁ ତାହା ବିଲୁପ୍ତପ୍ରାୟ ପ୍ରଜାତିର ହୋଇଥିବାରୁ ତାହା ବାବଦରେ କ୍ବଚିତ୍‌ ସୂଚନା ଲୋକଲୋଚନକୁ ଆସିପାରିଛି। ୨୦୨୩ରେ ପିଲିଭିତ ଇଲାକାରେ ତାହା ଦେଖାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe