ଉପସ୍ଥାପନା: ପ୍ରଦୀପ କୁମାର ରାୟ
ମୃଣାଳିନୀ ଦେବୀ ଥିଲେ ରବୀନ୍ଦ୍ରନାଥଙ୍କର ଜୀବନ ସଙ୍ଗିନୀ, ଜଣେ ଧର୍ମପତ୍ନୀଠାରୁ ଅନେକ ବେଶି। ସେ ଥିଲେ ରବୀନ୍ଦ୍ରନାଥଙ୍କ ଜୀବନର ନିରବ ପ୍ରେରଣା, ଜଣେ ଗଭୀର ହୃଦୟର ସାଥୀ। କିନ୍ତୁ ସେମାନଙ୍କ ସମ୍ପର୍କର ସବୁଠାରୁ ହୃଦୟସ୍ପର୍ଶୀ ମୁହୂର୍ତ୍ତ ଥିଲା ମୃଣାଳିନୀ ଦେବୀଙ୍କ ମୃତ୍ୟୁର ପୂର୍ବ ରାତି। ମୃଣାଳିନୀ ଦେବୀ ତାଙ୍କ ଜୀବନର ଶେଷ ମୁହୂର୍ତ୍ତରେ ରବୀନ୍ଦ୍ରନାଥଙ୍କ ନିକଟରେ ଗୋଟିଏ ବିଶେଷ ଅନୁରୋଧ କରିଥିଲେ। ସେଦିନ ଗଭୀର ରାତିରେ ମୃଣାଳିନୀ ଦେବୀ ରବୀନ୍ଦ୍ରନାଥଙ୍କୁ କହିଥିଲେ, ‘‘ଏତେଦିନ ସମସ୍ତେ କବି ରବୀନ୍ଦ୍ରନାଥଙ୍କୁ ଚାହିଛନ୍ତି କିନ୍ତୁ ମୁଁ କେବଳ ମଣିଷ ରବୀନ୍ଦ୍ରନାଥଙ୍କୁ ଚାହିଥିଲି।’’ ତାଙ୍କ ପାଖରେ କବି ଥିଲେ ନଦୀର ସାଗର କିମ୍ବା ପକ୍ଷୀର ଆକାଶ ପରି, ଅନ୍ତହୀନ ଓ ଅମୂଲ୍ୟ। କିନ୍ତୁ ମୃତ୍ୟୁର ଦ୍ବାରରେ ଛିଡ଼ା ହୋଇ ବି ତାଙ୍କ ହୃଦୟର ଆକୁଳତା ଥିଲା ରବୀନ୍ଦ୍ରନାଥଙ୍କୁ ପୁଣିଥରେ କବି ଭାବରେ ଅନୁଭବ କରିବେ। ସେଦିନ ରାତିର ପ୍ରକୃତି ଥିଲା ଗଭୀର ଅସ୍ଥିର। ଝଡ଼ର ତୀବ୍ରତା ଯେମିତି ମୃଣାଳିନୀଙ୍କ ଅନ୍ତରର ଅସ୍ଥିରତାକୁ ପ୍ରତିଫଳିତ କରୁଥିଲା। ସେହି ଆବହରେ ସେ ରବୀନ୍ଦ୍ରନାଥଙ୍କୁ ଅନୁରୋଧ କରିଥିଲେ ସେହି ଗୀତଟି ଗାଇବା ପାଇଁ, ଯେଉଁ ଗୀତ ତାଙ୍କ ହୃଦୟରେ ଗଭୀର ପ୍ରଭାବ ପକାଇଥିଲା;
“ଆଜି ଝଡ଼ ରାତିରେ ତୁମରି ଅଭିସାରେ
ପରାଣସଖା ବନ୍ଧୁ ହେ ମୋର।
ଆକାଶ କାନ୍ଦେ ହତାଶ-ସମ
ନାହିଁ ଯେ ନିଦ ନୟନେ ମମ
ଦୁଆର ଖୋଲି ସେ ପ୍ରିୟତମ,
ଚାହେଁ ଯେ ବାର ବାର।”
ରବୀନ୍ଦ୍ରନାଥ ସେହି ଗଭୀର ରାତିରେ ସଂଜ୍ଞାହୀନ ହୋଇ, ଜଣେ ମାତାଲ୍ କବି ପରି ଗୀତଟି ଗାଇ ଚାଲିଥିଲେ। ତାଙ୍କ କଣ୍ଠରେ ଯେମିତି ଝଡ଼ର ତାଣ୍ଡବ ମିଶି ଯାଇଥିଲା। ପ୍ରତିଟି ଶବ୍ଦରେ ମିଶିଥିଲା ଏକାନ୍ତ ବ୍ୟଥା ଓ ଭଲପାଇବାର ଗଭୀର ଆକୁତି। କିନ୍ତୁ ମୃଣାଳିନୀ ଦେବୀ ଗୀତ ଶେଷ ହେବା ପୂର୍ବରୁ ହିଁ ଗଭୀର ନିଦ୍ରାରେ ଆଚ୍ଛନ୍ନ ହୋଇଯାଇଥିଲେ। ସେ କହିଥିଲେ, ‘‘ମୁଁ ଏଥର ଶୋଇବି। ଏହି ଝଡ଼ବର୍ଷା ରାତିରେ ମୋତେ ଗୀତ ଶୁଣାଇ ଶୁଆଇ ଦିଅ।”
Horoscope 2026 February 09: ଜାଣନ୍ତୁ ଆଜିର ରାଶିଫଳ
କବି ଯେତେବେଳେ ଗୀତ ଶେଷକରି ତାଙ୍କୁ ଡାକିଲେ, ସେତେବେଳେ ମୃଣାଳିନୀ ଦେବୀ ଆଉ ଉତ୍ତର ଦେଇ ନଥିଲେ। ସେ ଚାଲି ଯାଇଥିଲେ ଏକ ଚିରନିଦ୍ରାରେ। କବି ପ୍ରଥମେ ଡାକିଲେ, ‘‘ସାନବୋହୂ’’। ତା’ପରେ ପୁଣି ଡାକିଲେ, ଯେଉଁ ନାମଟି ସେମାନଙ୍କ ସମ୍ପର୍କର ଏକାନ୍ତ ମୁହୂର୍ତ୍ତରେ ହିଁ କେବଳ ବ୍ୟବହୃତ ହେଉଥିଲା, ‘ଛୁଟି!’’ କିନ୍ତୁ ସେତେବେଳକୁ ଛୁଟି ଚିରକାଳ ପାଇଁ ଛୁଟି ନେଇ ଚାଲି ଯାଇଛନ୍ତି। ଆଉ ସେହି ମୁହୂର୍ତ୍ତରେ ରବୀନ୍ଦ୍ରନାଥ କେବଳ ସ୍ତବ୍ଧ, ଏକା। ଝଡ଼ବର୍ଷା ରାତିରେ ତାଙ୍କ ଗୀତ ହିଁ ଯେମିତି ହୋଇଉଠିଥିଲା ବିଦାୟର ସ୍ବର। ମୃଣାଳିନୀ ଦେବୀ ତାଙ୍କ ହୃହୟର ଗଭୀରରେ ଚିରକାଳ ପାଇଁ ରହିଗଲେ ଜଣେ କବିଙ୍କ ପ୍ରେମିକା ପରି ନୁହେଁ, ବରଂ ଜଣେ ମଣିଷର ଚିରସାଥୀ ହୋଇ।
Controversy: ହିମନ୍ତଙ୍କ ରାଇଫଲ ଧରିଥିବା ଏଆଇ ଫଟୋକୁ ନେଇ ବିବାଦ
ଏହି ଘଟଣା କେବଳ ସେମାନଙ୍କ ପ୍ରେମର ଏକ ହୃଦୟ ବିଦାରକ ଅଧ୍ୟାୟ ନୁହେଁ, ଏହା ମାନବ ଜୀବନର ଗଭୀରତମ ସତ୍ୟର ପ୍ରତୀକ। ମୃଣାଳିନୀ ଦେବୀ ମୃତ୍ୟୁର ମୁହୂର୍ତ୍ତରେ ମଧ୍ୟ ନିଜର ମଣିଷଟିକୁ ଖୋଜି ପାଇଥିଲେ ଏବଂ ତାଙ୍କର ବିଦାୟ ମୁହୂର୍ତ୍ତରେ ମଧ୍ୟ ସେହି ପ୍ରେମ ଏକ ଅନନ୍ତ ଅନୁଭବ ହୋଇ ରହି ଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/02/09/fshfhfhxbvbv-2026-02-09-00-16-12.jpg)