ଭୁବନେଶ୍ୱର: ରାଜାରାଜୁଡ଼ା ଶାସନକାଳରେ ସାଧରଣ ଜନତାଙ୍କ ଜୀବନ ‌ଶୈଳୀ ବେଶ୍‌ କଷ୍ଟକର ଥିଲା। କିଛି ପ୍ରଜାନୁରଞ୍ଜନ ରାଜାଙ୍କ ଶାସନକାଳ ସୁବର୍ଣ୍ଣ ଯୁଗ ଭାବେ ଗଣା ହେଉଥିଲେ ହେଁ ବହୁ ରାଜା ଅତ୍ୟାଚାରୀ ଥିଲେ ଏବଂ ପ୍ରଜାକୂଳକୁ ଶୋଷଣ କରୁଥିଲେ। ତଥାପି ଅତ୍ୟାଚାରୀ ରାଜା ଭିତରେ ବି ମଣିଷପଣିଆ ଥିଲା। ଏମିତି ଏକ କଥାବସ୍ତୁ ଆଧାରିତ ବ୍ୟଙ୍ଗାତ୍ମକ ନାଟକ ‘ରାଜାଙ୍କ ଭୂତ’ ଆଜି ଭଞ୍ଜ କଳାମଣ୍ଡପରେ ଦର୍ଶକମାନଙ୍କୁ ଯେତିକି ହସାଇଥିଲା ସେତିକି ରୋମାଞ୍ଚିତ କରିଥିଲା। ନାଟକର ନାୟକ ଧଡ଼ା ମଲ୍ଲ ଜଣେ କିରାଣୀ। କିନ୍ତୁ ଘଟଣାକ୍ରମେ ଜଣେ ରାଜାଙ୍କ ଭୂତ ଧଡ଼ାଙ୍କ ଶରୀରରେ ପ୍ରବେଶ କରେ ଏବଂ ସେ ରାଜା ଭଳି ଆଚରଣ କରନ୍ତି। ସେମିତି ଧଡ଼ାଙ୍କ ସ୍ତ୍ରୀଙ୍କ ଦେହରେ ଜଣେ ରାଣୀଙ୍କ ଭୂତ ସବାର ହୁଏ ଏବଂ ସେ ନିଜୁକ ରାଣୀ ଭଳି ପ୍ରଦର୍ଶନ କରନ୍ତି। ଏକଦା ଜଣେ ଗରିବ ମଣିଷ ପାଉଁରୁଟି ଚୋରିକରି ଧଡ଼ାଙ୍କ ଘରକୁ ପଶିଆସି ଲୁଚିଯାଇଛି। ହୃଦ୍‌ରୋଗରେ ପୀଡ଼ିତ ଲୋକଟିର ହଠାତ୍‌ ଧଡ଼ାଙ୍କ ଘରେ ମୃତ୍ୟୁ ହେଉଛି। ଏଥିରେ ଧଡ଼ାଙ୍କ ହୃଦୟ ତରଳିଯାଉଛି ଏବଂ ରାଜାଙ୍କ ଭୂତ ତାଙ୍କ ଦେହରୁ ଅପସରି ଯାଉଛି।

Advertisment

Atomic bombs will keep the world safe: ପୃଥିବୀକୁ ସୁରକ୍ଷିତ ରଖିବ ପରମାଣୁ ବୋମା!

 
ମିରର୍‌ ଗ୍ରୁପ୍‌ ପ୍ରସ୍ତୁତ ଏହି ନାଟକକୁ ମଞ୍ଚସ୍ଥ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ସହଯୋଗ କରିଥିଲା। ନାଟ୍ୟକାର ଜାକିର ଖାନ୍‌ଙ୍କ ରଚିତ ଏହି ନାଟକର ନିର୍ଦ୍ଦେଶନା ଦେଇଥିଲେ ଶିବଶଙ୍କର ତ୍ରିପାଠୀ। ସହ ନିର୍ଦ୍ଦେଶକ ସାଙ୍ଗକୁ ସଙ୍ଗୀତରେ ଏହି ନାଟକକୁ ସଜାଇଥିଲେ ରାଜ କୁମାର। ଶିବ ତ୍ରିପାଠୀ, ପ୍ରଦୀପ୍ତ ସାଇଁ, ଦୁର୍ଯ୍ୟୋଧନ ସାହୁ, ସୁରେଶ ସାହୁ, ବିବେକାନନ୍ଦ, ସାହିର୍‌, ମନସ୍ମିତା, ବୈଶାଖୀ ପ୍ରିୟଦର୍ଶିନୀ, ମୀନାକ୍ଷୀ ପତି ଓ ଅଗ୍ନିଙ୍କ ନିଖୁଣ ଅଭିନୟ ନାଟକକୁ ଜୀବନ୍ତ କରିଥିଲା।

The final touches : ରାମୁ ଅସ୍ଥିରେ ଶେଷ ସ୍ପର୍ଶ, ଅନ୍ତିମ ପର୍ଯ୍ୟାୟରେ ଯୋଡ଼େଇ କାମ