ପୃଥିବୀକୁ ସୁରକ୍ଷିତ ରଖିବା ଲାଗି ପରମାଣୁ ବଳରେ ମନୁଷ୍ୟ ପୃଥିବୀ ଅଭିମୁଖେ ଅଗ୍ରସର କୌଣସି ଗ୍ରହାଣୁର ପଥଭ୍ରଷ୍ଟ କରିପାରିବ କି? ଗ୍ରହାଣୁ ମାଡ଼ଜନିତ ମହାପ୍ରଳୟ ଏଡ଼ାଇବା ନିମନ୍ତେ ଏହା ଏକ ସଫଳ ଉପାୟ ହୋଇପାରେ ବୋଲି ସଂଘାତ ପ୍ରଭାବ ଆକଳନ ନିମନ୍ତେ କରାଯାଇଥିବା ‘ଇମ୍ପାକ୍ଟ ସିମ୍ୟୁଲେସନ୍’ ବା କୃତ୍ରିମ ପରୀକ୍ଷାରୁ ଆଭାସ ମିଳିଛି।
ED Sucess Rate: ଇଡିର ମନିଲଣ୍ଡରିଂ ମାମଲାରେ ୯୪.୮୨ ପ୍ରତିଶତ ଦୋଷୀ ସାବ୍ୟସ୍ତ
ପୂର୍ବରୁ ସମ୍ପାଦିତ ଗବେଷଣା ଏବଂ ପର୍ଯ୍ୟବେକ୍ଷଣରୁ ଯାହା ଆକଳନ କରାଯାଇଥିଲା ଅନ୍ତରୀକ୍ଷ ଶିଳାରାଜି ବା ଗ୍ରହାଣୁ ତା’ଠାରୁ କାହିଁ କେତେଗୁଣ ଅଧିକ ଆଘାତ ସହ୍ୟ କରିପାରିବେ ବୋଲି ସମ୍ପ୍ରତି ଗବେଷକମାନେ ଜାଣିପାରିଛନ୍ତି। ପ୍ରଚଣ୍ଡ ଧକ୍କା ଖାଇବା ଫଳରେ ଗ୍ରହାଣୁ ଅଧିକ ମଜଭୁତ ହୋଇଥାଏ। ଅବାନ୍ତର ମନେ ହେଉଥିଲେ ବି ଗବେଷଣାଲବ୍ଧ ଏ ନିଷ୍କର୍ଷ ଗ୍ରହ ପ୍ରତିରକ୍ଷା ବ୍ୟବସ୍ଥା ଉନ୍ନତ କରିପାରିବ। କାରଣ, ପରମାଣୁ ବୋମାର ଆଘାତ ପାଇଲେ ବି ଗ୍ରହାଣୁ ଅଖଣ୍ଡ ରହିବ।
ଭିନ୍ନ ଭିନ୍ନ ମାତ୍ରାର ସଂଘାତ ପାଇଲେ ଲୌହ-ସମୃଦ୍ଧ ଗୋଟାଏ ଗ୍ରହାଣୁର କ’ଣ ହେଉଛି ତାହା ଜାଣିବା ଲାଗି ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟର ପଦାର୍ଥବିଜ୍ଞାନୀଙ୍କ ସମେତ ଦଳେ ଗବେଷକ ‘ଆଉଟର୍ ସୋଲାର୍ ସିଷ୍ଟମ୍ କମ୍ପାନି’ ସହିତ ମିଶି ଅନୁଶୀଳନ କରିଥିଲେ। ଆଣବିକ ବିକିରଣ ଦ୍ବାରା ଉଲ୍କା ପିଣ୍ଡର ଅଭ୍ୟନ୍ତରୀଣ ଗଠନ ଢାଞ୍ଚାରେ ହେଉଥିବା ପରିବର୍ତ୍ତନ ସବୁ ପରୀକ୍ଷା କରିବା ଏବଂ ତାହାର ଦୃଢ଼ତା ବୃଦ୍ଧି ବିଷୟରେ ସୁନିଶ୍ଚିତ ହେବା ଉଦ୍ଦେଶ୍ୟରେ ଏ ଅନୁଶୀଳନ କରାଯାଇଥିଲା। ଏହାର ଦୃଢ଼ତା ୨.୫ ବୃଦ୍ଧି ପାଉଥିବା କଥା ବିଶ୍ଳେଷଣ ଫଳାଫଳରୁ ଜଣାପଡ଼ିଥିବା କଥା ‘ଆଉଟର୍ ସୋଲାର୍ ସିଷ୍ଟମ୍ କମ୍ପାନି’ର ସହ-ସଂସ୍ଥାପକ ତଥା ଗବେଷକ ଦଳର ଯୁଗ୍ମ-ମୁଖ୍ୟ ମେଲେନି ବୋହ୍ମାନ୍ କହିଛନ୍ତି।
ଗ୍ରହାଣୁ ମାଡ଼ଜନିତ ମହାପ୍ରଳୟ ଏଡ଼ାଇବାରେ ପରମାଣୁ ବୋମା ବିସ୍ଫୋରଣ ଏକ ସଫଳ ଉପାୟ ହୋଇପାରେ ବୋଲି ଗବେଷକଙ୍କ
କୃତ୍ରିମ ପରୀକ୍ଷାରୁ ଆଭାସ ମିଳିଛି
ଗ୍ରହାଣୁ ମାଡ଼ଜନିତ ମହାପ୍ରଳୟ ଏଡ଼ାଇବା ଲାଗି ୨୦୨୨ରେ ମଧ୍ୟ ‘ଡାର୍ଟ’ ନାମରେ ଗୋଟାଏ ଅଭିଯାନ ପ୍ରଦର୍ଶିତ ହୋଇଥିଲା। ଗ୍ରହାଣୁ ଧ୍ବଂସ କରିବା ଲାଗି ଗୁଳି ବେଗଠାରୁ ବହୁଗୁଣ ବେଗବାନ୍ ଗୋଟାଏ ଓଜନିଆ ସ୍ତମ୍ଭସଦୃଶ ବସ୍ତୁ ଗ୍ରହାଣୁ ଉପରକୁ ନିକ୍ଷେପ କରାଯାଇଥିଲା। ଉପାୟଟି ସାଧାରଣ ମନେହେଉଥିଲେ ବି ଏହାର ପରିଣାମ ବିପଜ୍ଜନକ ହେବାର ଯଥେଷ୍ଟ ଆଶଙ୍କା ରହିଛି। ଯଦି ଏହା ଗ୍ରହାଣୁର ଭୁଲ୍ ସ୍ଥାନରେ ଧକ୍କାଖାଏ, ବିଶେଷ କିଛି ଲାଭ ହେବ ନାହିଁ। ଖାଲି ଯାହା ପୃଥିବୀପୃଷ୍ଠରେ ଉକ୍ତ ଗ୍ରହାଣୁ ସଂଘାତଜନିତ ମହାପ୍ରଳୟ ଘଟିବାରେ ସାମାନ୍ୟ ବିଳମ୍ବ ହେବ। ଏହା ଛଡ଼ା ଏ ଆଘାତ ଦ୍ବାରା ଗ୍ରହାଣୁଟି ଖଣ୍ଡବିଖଣ୍ଡ ହୋଇପାରେ ବା ତା’ର ଗତିବେଗ ଆହୁରି ବଢ଼ିଯାଇ ପାରେ। ଯଦି ଗ୍ରହାଣୁ ଖଣ୍ଡବିଖଣ୍ଡ ହୋଇଯାଏ, ତା’ହେଲେ ସମଗ୍ର ପୃଥିବୀ ପୃଷ୍ଠରେ ଅସୁମାରି ଶିଳା ଅଜାଡ଼ି ହୋଇପଡ଼ିବ।
Scam: ଭଦ୍ରକ ଜିଲ୍ଲାରେ ହାଇମାଷ୍ଟ ଲାଇଟ ଲଗାରେ ଦୁର୍ନୀତିକୁ ନେଇ ତଦନ୍ତ ବାଟବଣା
ତେଣୁ, ‘ଡାର୍ଟ’ ଏବଂ ସମ୍ପ୍ରତି ବାସ୍ତବ ପରୀକ୍ଷଣ କରାଯାଇ ନ ଥିବା ପାରମାଣବିକ ପ୍ରତିବନ୍ଧକ ମଧ୍ୟରୁ କେଉଁଟି ଭଲ ତାହା ବିଭିନ୍ନ ଗ୍ରହାଣୁର ଆଘାତ ସହନଶୀଳତା ଆକଳନ କରି ଗ୍ରହ ପ୍ରତିରକ୍ଷାକାରୀମାନେ ନିଷ୍ପତ୍ତି ନେବେ। କିନ୍ତୁ, ବିଶେଷଜ୍ଞମାନେ କହୁଛନ୍ତି ଯେ ଦୁଇଟିଯାକ ଉପାୟରେ ବିପଦ ଅଛି। ସେଥିପାଇଁ କେତେକ ପଦାର୍ଥବିଜ୍ଞାନୀ କହୁଛନ୍ତି ଯେ ଗ୍ରହାଣୁ ମଧ୍ୟକୁ ପରମାଣୁ ବିସ୍ଫୋରକ ପଦାର୍ଥ ଛାଡ଼ିବା ଅନୁଚିତ। ନିରାପଦ ଦୂରତାରେ ପାରମାଣବିକ ବିସ୍ଫୋରଣ ଦ୍ବାରା ଗ୍ରହାଣୁର କିଛି ଅଂଶ ବାଷ୍ପୀଭୂତ କରାଇ ତାହାକୁ କକ୍ଷପଥଚ୍ୟୁତ କରାଇବା ବରଂ ଶ୍ରେୟସ୍କର ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/02/05/atomic-bomb-2026-02-05-00-52-00.jpg)