ଭୁବନେଶ୍ୱର: ଚନ୍ଦକା ବନ୍ୟପ୍ରାଣୀ ଅଭୟାରଣ୍ୟ ଗୋଡ଼ିବାରିର ପ୍ରକୃତି ନିବାସରେ ଶୋଭା ପାଇବ ଦନ୍ତା ହାତୀ ‘ରାମୁ’ର କଙ୍କାଳ। ଗୋଡ଼ିବାରି ସ୍ଥାନାନ୍ତର ହେବା ପୂର୍ବରୁ ‘ରାମୁ’ର ଅସ୍ଥିଗୁଡ଼ିକୁ ଶେଷ ସ୍ପର୍ଶ ଦିଆଯାଉଛି। ଅସ୍ଥିଗୁଡ଼ିକର ଯୋଡ଼େଇ କାମ ଚାଲିଛି। ଆବଶ୍ୟକ ସ୍ଥଳେ କାଚ, ପ୍ଲାଷ୍ଟିକ୍ ଓ ଅନ୍ୟାନ୍ୟ ରାସାୟନିକ ପ୍ରଲେପ ଦେଇ ଅସ୍ଥିର ଭଗ୍ନ ଅଂଶକୁ ମରାମତି କରାଯାଉଛି। ମାସକ ଭିତରେ ଅସ୍ଥି ମରାମତି ଓ ଯୋଡ଼େଇ କାମ ସରିବ ବୋଲି ଲକ୍ଷ୍ୟ ରଖାଯାଇଛି। ଏହାପରେ ଗୋଡ଼ିବାରି ପ୍ରକୃତି ନିବାସରେ କାଚ ଘରେ ‘ରାମୁ’ର ଅସ୍ଥି କଙ୍କାଳ ସଂରକ୍ଷିତ ହେବ ଏବଂ ପର୍ଯ୍ୟଟକ ଓ ଗବେଷଣାରତ ଛାତ୍ରଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ ପ୍ରଦର୍ଶିତ ହେବ।
Supply of RDF: ସିମେଣ୍ଟ ଫ୍ୟାକ୍ଟ୍ରିକୁ ଆର୍ଡିଏଫ୍ ଯୋଗାଣ
ଏକ ଜଙ୍ଗଲୀ ଦନ୍ତା ହାତୀର ଅସ୍ଥିକୁ ସଂରକ୍ଷଣ କରି ପ୍ରଦର୍ଶନ କରିବା ରାଜ୍ୟ ବନ ବିଭାଗର ପ୍ରଥମ ପଦକ୍ଷେପ, ଯାହା ଇତିହାସର ପୃଷ୍ଠା ମଣ୍ଡନ କରିବ। ପୂର୍ବରୁ କେବେ ବି ରାଜ୍ୟ ବନ ବିଭାଗ ଓଡ଼ିଶାରେ ଏଭଳି ପଦକ୍ଷେପ ନେଇନି କି କୌଣସି ହାତୀର ଅସ୍ଥି ସଂରକ୍ଷିତ କରି ରଖିନି। ରାସାୟନିକ ସଂରକ୍ଷଣ ପ୍ରକ୍ରିୟା ଶେଷ ପରେ ବର୍ତ୍ତମାନ ଭୁବନେଶ୍ବର ବନ୍ୟପ୍ରାଣୀ ବନାଞ୍ଚଳ କାର୍ଯ୍ୟାଳୟରେ ‘ରାମୁ’ର ଅସ୍ଥି ସଜଡ଼ା କାମ ଜାରି ରହିଛି। ଭଗ୍ନ ଅଂଶକୁ ଯୋଡ଼ାଯାଉଛି। ସଂପୂର୍ଣ୍ଣ ମରାମତି ଓ ଅସ୍ଥି ଯୋଡ଼େଇର ପରୀକ୍ଷାମୂଳକ କାମ ଶେଷ ପରେ ଏହାକୁ ଗୋଡ଼ିବାରି ସ୍ଥାନାନ୍ତର କରାଯିବ। ଚନ୍ଦକା ଡିଏଫ୍ଓ ବିନୋଦ ଆଚାର୍ଯ୍ୟଙ୍କ ନେତୃତ୍ବରେ ଓ ସେଞ୍ଚୁରିଆନ୍ ବିଶ୍ବବିଦ୍ୟାଳୟର ପ୍ରାଣୀବିଜ୍ଞାନ ବିଭାଗର ପ୍ରଫେସର ଡା. ଶିବପ୍ରସାଦ ପରିଡ଼ାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି କାମ ଚାଲିଛି। ଅସ୍ଥି ସଂରକ୍ଷଣ ପାଇଁ ଗଠିତ ସ୍ବତନ୍ତ୍ର ଟିମ୍ରେ ଥିବା ଖୋର୍ଦ୍ଧା ଜିଲ୍ଲା ପୂର୍ବତନ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ବାବଧାରକ ଶୁଭେନ୍ଦୁ କୁମାର ମଲ୍ଲିକ, ବନାଞ୍ଚଳ ଅଧିକାରୀ ଧ୍ୟାନ ଟୁଡୁ ପ୍ରମୁଖ ଏଥିରେ ସହଯୋଗ କରୁଛନ୍ତି। ପ୍ରଫେସର ଡା. ପରିଡ଼ା କହିଛନ୍ତି, ‘ରାମୁ’ର ମରଶରୀରର ବ୍ୟବଚ୍ଛେଦ ଓ ପୋତିବା ବେଳେ ପିଞ୍ଜରା ହାଡ଼ ଓ ଅନ୍ୟାନ୍ୟ ହାଡ଼ ଭାଙ୍ଗିଯାଇଥିଲା। ଏସବୁକୁ ଡ୍ରିଲିଂ ମେସିନ୍ ଜରିଆରେ ଷ୍ଟିଲ୍ ରଡ୍ ଦେଇ ଅତି ଯତ୍ନର ସହ ଯୋଡ଼ିବାକୁ ପଡ଼ୁଛି। ଆବଶ୍ୟକ ସ୍ଥଳେ ପେଚ, କାଚ ଓ ଅଠା ଦିଆଯାଉଛି।
Social media: ସାମାଜିକ ଗଣମାଧ୍ୟମ, କିନ୍ତୁ ମଣିଷ ପାଇଁ ନୁହେଁ!
ପ୍ଲାଷ୍ଟର ଅଫ୍ ପ୍ୟାରିସ୍ ପ୍ରଲେପ ଦେଇ ସମାନ କରିବାକୁ ପଡ଼ୁଛି। ଭବିଷ୍ୟତରେ ଯେଭଳି ଯୋଡ଼ିବା ବେଳେ ଅସୁବିଧା ହେବନି ସେ ଦୃଷ୍ଟିରୁ ମାପଚୁପ କରି ଯୋଡ଼େଇ କରିବାକୁ ପଡ଼ୁଛି। ବଣୁଆ ହାତୀ ପଲଙ୍କ ଆକ୍ରମଣରେ ‘ରାମୁ’ର ଖପୁରି ଭାଙ୍ଗିଯାଇଥିଲା। ଏହାକୁ ବି ସଜାଡ଼ିବାକୁ ପଡ଼ୁଛି। ଯୋଡ଼େଇ କାମ ସରିବା ପରେ ବନ ବିଭାଗକୁ ହସ୍ତାନ୍ତର କରାଯିବ ଏବଂ ପରେ ବନ ବିଭାଗ ଆବଶ୍ୟକ ପଦକ୍ଷେପ ନେବ। ଭୁବନେଶ୍ବର ବନାଞ୍ଚଳ ଅଧିକାରୀ ଶ୍ରୀ ଟୁଡୁ କହିଛନ୍ତି, ବହୁ କଷ୍ଟରେ ଅସ୍ଥି ସବୁ ଉଦ୍ଧାର ହୋଇଥିଲା। ଏହି ସମୟରେ ଆଗ ଓ ପଛ ପାଦର କିଛି ହାଡ଼ ମିଳିନଥିଲା। ଆଗ ପାଦର ୪ଟି ଓ ପଛ ପାଦର ୧୬ରୁ ଅଧିକ ହାଡ଼ ମିଳୁନଥିବାରୁ ଏହାକୁ ପ୍ଲାଷ୍ଟିକ ଅବା ପ୍ଲାଷ୍ଟର ଅଫ୍ ପ୍ୟାରିସ୍ରେ ତିଆରି କରାଯାଉଛି। ଅସ୍ଥି ମରାମତି ଓ ଯୋଡ଼େଇ କାମ ଆହୁରି ମାସେ ଲାଗିଯିବ। ଗୋଡ଼ିବାରିରେ ବି ଯେଉଁ ସ୍ଥାନରେ ଅସ୍ଥି କଙ୍କାଳ ରଖାଯିବ, ଚିହ୍ନଟ ଓ ମାପଚୁପ ହୋଇସାରିଛି। ସେଠାରେ ସ୍ବତନ୍ତ୍ର କାଚ ଘର କରି ଅସ୍ଥି କଙ୍କାଳକୁ ରଖାଯିବ।
ସୂଚନାଯୋଗ୍ୟ ଯେ ‘ରାମୁ’ ଥିଲା ଚନ୍ଦକା ଜଙ୍ଗଲର ସବୁଠୁ ବଡ଼ ଓ ବଳୁଆ ଦନ୍ତା ହାତୀ। ରାମୁର ଶାନ୍ତ ସ୍ବଭାବ ଏବେ ବି ଜନମାନସରେ ତାକୁ ଜୀବିତ କରି ରଖିଛି। ଏଥିପାଇଁ ରାଜ୍ୟ ବନ ବିଭାଗର ନିଷ୍ପତ୍ତିକ୍ରମେ ରାମୁର କଙ୍କାଳ ସଂରକ୍ଷଣ ଉଦ୍ଦେଶ୍ୟରେ ଏକ ସ୍ବତନ୍ତ୍ର ଟିମ୍ ଜରିଆରେ ଗତବର୍ଷ ଡିସେମ୍ବର ୧୩ରେ ଭରତପୁର ଜଙ୍ଗଲରୁ ମାଟି ଖୋଳି ‘ରାମୁ’ର ଅସ୍ଥି ଉଦ୍ଧାର କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/02/05/untitled-9-2026-02-05-07-54-50.jpg)