ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ର ଦୁଇ ମହାରଥୀ ବିରାଟ୍ କୋହଲି ଓ ରୋହିତ ଶର୍ମା ଏବେ ନିଜ କ୍ୟାରିୟରର ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲେ ବି ଏବେ ବି ଦିନିକିଆରୁ ଅବସର ନେଇ ନାହାନ୍ତି। ଏଥିରୁ ଅନୁମାନ କରାଯାଉଛି ଯେ ଉଭୟ ୨୦୨୭ ଦିନିକିଆ ବିଶ୍ବକପ୍ ଖେଳିବାକୁ ଆଶାବାଦୀ ଅଛନ୍ତି। ଗତ କାଲି ରୋହିତ କହିଥିଲେ ଯେ ସେ ଭାରତ ପାଇଁ ମ୍ୟାଚ୍ ଓ ଟ୍ରଫି ଜିତିବା ଅବ୍ୟାହତ ରଖିବେ। ଏବେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଉଭୟଙ୍କୁ ବିଶ୍ବକପ୍ ଦଳରେ ସାମିଲ କରାଯିବାକୁ ସମର୍ଥନ କରିବା ପରେ ଏ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।
ଆହୁରି ପଢନ୍ତୁ: Trump furious at female reporter: ମୁଁ ତୁମକୁ ୧୦ ବର୍ଷ ହେଲା ହସିବାର ଦେଖିନାହିଁ: ମହିଳା ସାମ୍ବାଦିକଙ୍କ କଡ଼ା ପ୍ରଶ୍ନରେ ଟ୍ରମ୍ପ ଘାଇଲା
ଧୋନୀ କହିଛନ୍ତି ଯେ ବୟସ ନୁହେଁ ଫିଟ୍ନେସ୍ ଓ ପ୍ରଦର୍ଶନ ଦ୍ବାରା ହିଁ ଭାରତୀୟ ଦଳରେ ସ୍ଥାନ ପାଇବାର ଯୋଗ୍ୟତା ହେବା ଉଚିତ୍। "ଜଣେ କାହିଁକି ବିଶ୍ବକପ୍ ଖେଳିବ ନାହିଁ। ମୋ ପାଇଁ ବୟସ ଏକ କାରଣ ନୁହେଁ, ବରଂ ଫିଟ୍ନେସ୍ ଓ ପ୍ରଦର୍ଶନ ହିଁ ଯୋଗ୍ୟତାର ପ୍ରମୁଖ ମାନଦଣ୍ଡ ହେବା ଉଚିତ୍। ଜଣକର ବୟସ ୩୦ ବର୍ଷରୁ ଅଧିକ ହେବା ଅର୍ଥ ନୁହେଁ ଯେ ସେ ଖେ​​ଳିବ ନାହିଁ, ବରଂ ସେ ନିଜେ ନିଜକୁ ପଚାରିବା ଉଚିତ ଯେ ସେ ପ୍ରଦର୍ଶନ କରିପାରିବ କି ?" ଧୋନୀ ପ୍ରଶ୍ନ କରିଛନ୍ତି ଯେ ଯଦି ଆମେ ୩୦ ବର୍ଷରୁ ଅଧିକ ବୟସର ଖେଳାଳିମାନଙ୍କୁ ସାମିଲ କରିବା ନାହିଁ ଦଳରେ ଅଭିଜ୍ଞତା ଓ ଚାପ ସହିବାର କ୍ଷମତା ଆସିବ କିପରି? ସେମାନେ ହିଁ ବଡ଼ ମ୍ୟାଚରେ ଏବଂ ଚାପ ସମୟରେ ଶାନ୍ତ ରହି ପ୍ରଦର୍ଶନ କରନ୍ତି।
ଆହୁରି ପଢନ୍ତୁ: Threat To Vigilance DSP ଡିଏସପିଙ୍କୁ ଅବସରପ୍ରାପ୍ତ ଏସଆଇଙ୍କ ଗୁଳି ଧମକ, ଭିଜିଲାନ୍ସ ମାମଲାରେ ଲକର ଜବତ ତାଲିକା ବଦଳାଇବାକୁ ଚାପ
ଏହାପୂର୍ବରୁ ଭାରତୀୟ ଦଳର ବୋଲିଂ ପ୍ରଶିକ୍ଷକ ମୋନି ମର୍କେଲ୍ ମଧ୍ୟ ୨୦୨୭ ବିଶ୍ବକପ୍ ଭାରତୀୟ ଦଳରେ ବିରାଟ୍ ଓ ରୋହିତଙ୍କୁ ସାମିଲ କରିବା ସପକ୍ଷରେ ମତ ଦେଇଥିଲେ। ସେ କହିଥିଲେ ଯେ ଜଣେ ଖେଳାଳି ମାନସିକ ଓ ଶାରିରୀକ ଭାବରେ ପ୍ରଦର୍ଶନ ପାଇଁ ଫିଟ୍ ରହିଲେ, ଦଳରେ ସାମିଲ କରିବାରେ କୌଣସି ସମସ୍ୟା ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/02/04/image-72-2026-02-04-15-26-28.png)