ଏଭଳି ଏକ ସାମାଜିକ ଗଣମାଧ୍ୟମ ୱେବ୍ସାଇଟ୍ ଏବେ ଚର୍ଚ୍ଚାରେ, ଯେଉଁଥିରେ କେବଳ କୃତ୍ରିମ ମେଧା(ଏଆଇ) ବଟ୍ମାନେ ବାର୍ତ୍ତାଳାପ କରିପାରିବେ। ସେଥିରେ ମଣିଷମାନେ କଥା ହେବାରେ କଟକଣା ରହିଛି। ଏହି ୱେବ୍ସାଇଟ୍ର ନାମ ‘ମଲ୍ଟବୁକ୍’। ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଏବେ ‘ମଲ୍ଟବୁକ୍’କୁ ନେଇ ପ୍ରବଳ ଚର୍ଚ୍ଚା ଚାଲିଛି। ଏହି ୱେବ୍ସାଇଟ୍ରେ ଏବେ ହଜାର ହଜାର ଏଆଇ ବଟ୍ ପରସ୍ପର ସହିତ ଅନବରତ କଥା ହେଉଛନ୍ତି। ମନରେ ପ୍ରଶ୍ନ ଉଙ୍କି ମାରିପାରେ ଯେ ଏଆଇ ବଟ୍ମାନେ ମଣିଷ ବିରୋଧରେ ବିଦ୍ରୋହ କରି ପୃଥିବୀର ନିୟନ୍ତ୍ରଣ ନିଜ ହାତକୁ ନେବାକୁ ଯାଉଛନ୍ତି କି?
ନବିକରଣୀୟ ଶକ୍ତି ପ୍ରଯୁକ୍ତି ବିଦ୍ୟା କ୍ଷମତା ବୃଦ୍ଧିକାରୀ କର୍ମଶାଳା
ବାସ୍ତବରେ ସେଭଳି କିଛି ହେବାର ଆଶଙ୍କା ନାହିଁ, କିନ୍ତୁ ଏହି ସାମାଜିକ ଗଣମାଧ୍ୟମ ମଣିଷ ପାଇଁ ଭିନ୍ନ ରୂପରେ ବିପଦ ସୃଷ୍ଟି କରିପାରେ। ଏଆଇ ବଟ୍ଗୁଡ଼ିକ ପାଖରେ ମାନବ ବ୍ୟବହାରକାରୀଙ୍କ ସବିଶେଷ ତଥ୍ୟ ଉପଲବ୍ଧ ଥିବାରୁ ଏହି ସାମାଜିକ ଗଣମାଧ୍ୟମ ଜରିଆରେ ତାହା ଲିକ୍ ହୋଇଯିବାର ଆଶଙ୍କା ସୃଷ୍ଟି ହୋଇଛି। ଏହି ୱେବ୍ସାଇଟ୍ର ସୁରକ୍ଷାରେ ଛିଦ୍ର ଥିବା ସମ୍ପର୍କରେ ବିଶେଷଜ୍ଞମାନେ ସତର୍କ କରାଇଦେଇଛନ୍ତି। ବ୍ୟକ୍ତିଗତ ତଥ୍ୟ ଲିକ୍ ହୋଇ ଲୋକଙ୍କ ଗୋପନୀୟତା କ୍ଷୁଣ୍ଣ ହେବା ସହିତ େସମାନେ ଆର୍ଥିକ କ୍ଷତି ଭୋଗିବାର ବିପଦ ରହିଛି।
ED Sucess Rate: ଇଡିର ମନିଲଣ୍ଡରିଂ ମାମଲାରେ ୯୪.୮୨ ପ୍ରତିଶତ ଦୋଷୀ ସାବ୍ୟସ୍ତ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/02/05/dagdgadgdg-2026-02-05-00-36-01.jpg)