ନୂଆଦିଲ୍ଲୀ: ଲୋକସଭାରେ ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରି ଗୃହ କାର୍ଯ୍ୟରେ ବାରମ୍ବାର ବାଧା ସୃଷ୍ଟି କରିଥିବାରୁ ଏବଂ ବାଚସ୍ପତିଙ୍କ ଉପରକୁ କାଗଜ ଚିରି ଫିଙ୍ଗିଥିବାରୁ ଆଜି ୮ ଜଣ ବିରୋଧୀ ସାଂସଦଙ୍କୁ ଗୃହରୁ ନିଲମ୍ବିତ କରାଯାଇଛି। ମଙ୍ଗଳବାର ଗୃହକାର୍ଯ୍ୟ ଆରମ୍ଭ ହେଉ ହେଉ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଲଗାତାର ଦ୍ବିତୀୟ ଦିନରେ ପୂର୍ବତନ ସେନାମୁଖ୍ୟ ନରବଣେଙ୍କ ଅପ୍ରକାଶିତ ଆତ୍ମଜୀବନୀର କିଛି ଅଂଶ ପଢ଼ିବାକୁ ଚେଷ୍ଟା କରିଥିଲେ, ଯେଉଁଥିରେ ଲଦାଖ ବିବାଦ ସଂକ୍ରାନ୍ତରେ ଉଲ୍ଲେଖ ରହିଛି। କିନ୍ତୁ ରାହୁଲ ଗାନ୍ଧୀଙ୍କୁ ଏଥିପାଇଁ ଅନୁମତି ନ ମିଳିବାରୁ ବିରୋଧୀ ସାଂସଦମାନେ ଏହାର ତୀବ୍ର ବିରୋଧ କରି ଗୃହରେ ହୋହଲ୍ଲା କରିଥିଲେ। ସେମାନେ ମଧ୍ୟ ବାଚସ୍ପତିଙ୍କ ଉପରକୁ କାଗଜ ଚିରି ଫିଙ୍ଗିଥିଲେ। ଫଳରେ ବାଚସ୍ପତିଙ୍କୁ ବାରମ୍ବାର ଗୃହ ମୁଲତବୀ ରଖିବାକୁ ପଡ଼ିଥିଲା। ତେବେ ଅପରାହ୍ଣ ୩ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ଲୋକସଭାରେ ଅଧ୍ୟକ୍ଷ ଆସନରେ ଥିବା ଦିଲୀପ ସାଇକା ୮ ଜଣ କଂଗ୍ରେସ ସାଂସଦଙ୍କୁ ଗୃହରୁ ନିଲମ୍ବିତ କରିଥିଲେ। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ବଜେଟ୍ ଅଧିବେଶନର ବାକି ଦିବସଗୁଡ଼ିକ ପାଇଁ ସେମାନଙ୍କୁ ନିଲମ୍ବିତ କରାଯାଇଥିବା କହିଛନ୍ତି। ଗୃହରେ ବାଚନିକ ଭୋଟ୍ରେ ଏ ନେଇ ଏକ ପ୍ରସ୍ତାବ ଗୃହୀତ ହୋଇଛି ବୋଲି ରିଜିଜୁ କହିଛନ୍ତି।
Swachh Bharat Mission: ସହରାଞ୍ଚଳ ପରିମଳ ବ୍ୟବସ୍ଥାକୁ ସୁଦୃଢ଼ କରିବ ଓଡ଼ିଶା
ନିଲମ୍ବିତ ସାଂସଦମାନେ ହେଉଛନ୍ତି ଅମରିନ୍ଦର ସିଂହ ରାଜା ୱାରିଙ୍ଗ, ମାଣିକମ୍ ଟାଗୋର, ଗୁରଜିତ ସିଂହ ଔଜଲା, ହିବି ଏଡେନ୍, ସି କିରଣ କୁମାର ରେଡ୍ଡୀ, ପ୍ରଶାନ୍ତ ୟଦାଅରାଓ ପାଡୋଲ, ଏସ୍ ଭେଙ୍କଟେଶ ଓ ଡିନ୍ କୁରିୟାକୋସ। ତେବେ ସାଂସଦଙ୍କ ନିଲମ୍ବନକୁ ବିରୋଧ କରି ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ କଂଗ୍ରେସ ନେତାମାନେ ଆଜି ସଂସଦ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ନିଲମ୍ବିତ ସାଂସଦମାନେ ସାମ୍ବାଦିକଙ୍କୁ କହିଛନ୍ତି, ରାହୁଲ ଗାନ୍ଧୀଙ୍କୁ କହିବାକୁ ଅନୁମତି ମିଳିଲାନି। ତାଙ୍କ ନିକଟରେ ପ୍ରମାଣ ଥିଲେ ସୁଦ୍ଧା ଏବଂ ସେ ଏହାକୁ ଗୃହରେ ଦାଖଲ କରିଥିଲେ ସୁଦ୍ଧା ତାଙ୍କୁ କହିବାକୁ ଦିଆଯାଇନି। ଆମେ ଏହାକୁ
ବିରୋଧ କରି କାଗଜ ଚିରିଲୁ। ଏହା କ’ଣ ନିଲମ୍ବନ କରିବା ଭଳି ଅପରାଧ କି ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ବିଜେପି ସାଂସଦ ଅନୁରାଗ ଠାକୁର ରାହୁଲ ଗାନ୍ଧୀଙ୍କୁ କଡ଼ା ସମାଲୋଚନା କରିଛନ୍ତି। ରାହୁଲ ଗଣତନ୍ତ୍ର ଓ ସଂସଦକୁ ଅପମାନିତ କରିଥିବା ସେ କହିଛନ୍ତି। ନିଲମ୍ବିତ ସାଂସଦଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରି ବିଜେପି ଔପଚାରିକ ଭାବେ ଏକ ଅଭିଯୋଗ ଦାଖଲ କରିବ ବୋଲି ଠାକୁର କହିଛନ୍ତି।
Congress Questions: ବାଣିଜ୍ୟ ଚୁକ୍ତି ନେଇ କେନ୍ଦ୍ରକୁ କଂଗ୍ରେସର ୪ ପ୍ରଶ୍ନ
ଉଲ୍ଲେଖଯୋଗ୍ୟ, ଆଜି ଲଗାତାର ଦ୍ବିତୀୟ ଦିନରେ ଗୃହକାର୍ଯ୍ୟରେ ବାଧା ଉପୁଜିଛି। ପୂର୍ବାହ୍ଣ ୧୧ଟାରେ ଗୃହକାର୍ଯ୍ୟ ଆରମ୍ଭ ହେବାର ମାତ୍ର କିଛି ମିନିଟ୍ ମଧ୍ୟରେ ଗୃହ ମୁଲତବୀ ହୋଇଥିଲା। ଏହାପରେ ଅପରାହ୍ଣ ୧୨ଟାରେ ଗୃହକାର୍ଯ୍ୟ ଆରମ୍ଭ ହୋଇଥିଲେ ସୁଦ୍ଧା ମାତ୍ର କିଛି ମିନିଟ୍ ମଧ୍ୟରେ ପୁଣିଥରେ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା। ବାରାଣସୀର ମଣିକର୍ଣ୍ଣିକା ଘାଟରେ ଉଚ୍ଛେଦ ଅଭିଯାନ ଏବଂ ଆମେରିକା ରାଷ୍ଟ୍ରପତିଙ୍କ ଦ୍ବାରା ଭାରତ-ଆମେରିକା ଚୁକ୍ତି ଘୋଷଣାକୁ ବିରୋଧ କରି ଆଜି ବିରୋଧୀ ସାଂସଦମାନେ ଗୃହରେ ସ୍ଲୋଗାନ ଦେଇ ପ୍ରବଳ ହୋହଲ୍ଲା କରିଥିଲେ। ସେମାନେ ଗୃହର ମଧ୍ୟଭାଗକୁ ଯାଇ ‘ସରେଣ୍ଡର ମୋଦୀ’ ସ୍ଲୋଗାନ୍ ଦେଇଥିଲେ।
ଅସନ୍ତୋଷ ଝାଡ଼ିଲେ ରାହୁଲ
ନୂଆଦିଲ୍ଲୀ: ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଆଜି ବର୍ଷିଛନ୍ତି। ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ସଂକ୍ରାନ୍ତରେ ସଂସଦ ବାହାରେ ସାମ୍ବାଦିକଙ୍କୁ ରାହୁଲ କହିଛନ୍ତି, ପ୍ରଧାନମନ୍ତ୍ରୀ ପ୍ରବଳ ଚାପରେ ଆମେରିକା ସହ ବାଣିଜ୍ୟ ଚୁକ୍ତି ସ୍ବାକ୍ଷର କରିଛନ୍ତି। ଗତ ୪ ମାସ ଧରି ବାଣିଜ୍ୟ ଚୁକ୍ତି ସ୍ବାକ୍ଷର ହୋଇପାରି ନ ଥିଲା। ଏଥିରେ କୌଣସି ପରିବର୍ତ୍ତନ ମଧ୍ୟ ହୋଇନାହିଁ। ହଠାତ୍ ସନ୍ଧ୍ୟାରେ ଏହି ଚୁକ୍ତି ସ୍ବାକ୍ଷର ହେବାର କାରଣ ମୁଁ ଜାଣେ ଏବଂ ନରେନ୍ଦ୍ର ମୋଦୀ ମଧ୍ୟ ଜାଣନ୍ତି। ରାହୁଲ କହିଛନ୍ତି, ଜନସାଧାରଣଙ୍କୁ ଏହି ବିଷୟରେ ଚିନ୍ତା କରିବାର ଆବଶ୍ୟକତା ରହିଛି। ପ୍ରଥମ ଥର ପାଇଁ ବିରୋଧୀ ଦଳ ନେତାଙ୍କୁ ରାଷ୍ଟ୍ରପତିଙ୍କ ଭାଷଣ ଉପରେ କହିବାକୁ ଅନୁମତି ଦିଆଗଲା ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/08/22/parliament-2025-08-22-01-30-20.jpg)