ନୂଆଦିଲ୍ଲୀ : ରାଷ୍ଟ୍ରପତିଙ୍କ ଉଦ୍ବୋଧନର ଧନ୍ୟବାଦ ପ୍ରସ୍ତାବ ଉପରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକସଭାରେ ଭାଷଣ ଦେଇପାରିନାହାନ୍ତି। ମୋଦୀଙ୍କ ଉଦ୍ବୋଧନର ମାତ୍ର କିଛି ମିନିଟ୍ ପୂର୍ବରୁ ଆଜି ଲୋକସଭାକୁ ମୁଲତବୀ ରଖାଯାଇଛି। ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ପୂର୍ବତନ ସେନାମୁଖ୍ୟ ଏମଏମ୍ ନରବଣେଙ୍କ ଅପ୍ରକାଶିତ ଆତ୍ମଜୀବନୀରୁ କହିବାପାଇଁ ଅନୁମତି ମିଳିନଥିବାରୁ ବିରୋଧୀମାନେ ଏଥିପାଇଁ ଉତ୍କ୍ଷିପ୍ତ ହୋଇଯାଇଥିଳେ। ଆଜି ଦିନ ସାରା ଉକ୍ତ ପ୍ରସଙ୍ଗ ଏବଂ ଲୋକସଭାରେ ୮ କଂଗ୍ରେସ ସାଂସଦଙ୍କ ନିଲମ୍ବନକୁ ବିରୋଧ କରି ଗୃହରେ ହୋହଲ୍ଲା ଏବଂ ହଟ୍ଟଗୋଳ ହେବାରୁ ବାରମ୍ବାର ଗୃହକୁ ମୁଲତବୀ ରଖିବାକୁ ପଡ଼ିଥିଲା। ଅପରାହ୍ନ ୫ ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୃହକୁ ଉଦ୍ବୋଧନ ଦେବାର ଥିଲା। କିନ୍ତୁ ଗୃହ କାର୍ଯ୍ୟ ଆରମ୍ଭ ହେଉହେଉ ବିରୋଧୀ ସାଂସଦମାନେ ପ୍ରବଳ ହଟ୍ଟଗୋଳ କରିଥିଲେ।
ଆହୁରି ପଢନ୍ତୁ: India joins elite club : ଶକ୍ତିଶାଳୀ ଦେଶର ଏଲିଟ୍ କ୍ଲବରେ ସାମିଲ ହେଲା ଭାରତ, ଦୂରରୁ ଶତ୍ରୁଙ୍କୁ ଆକ୍ରମଣକ୍ଷମ ରାମଜେଟ୍ କ’ଣ?
ବର୍ଷା ଗାଏକ୍ବାଡ ଏବଂ ଜ୍ୟୋତିମଣୀଙ୍କ ସମେତ ଅନେକ ବିରୋଧୀ ମହିଳା ସାଂସଦ ଆଜି ଗୃହର ମଧ୍ୟଭାଗକୁ ପ୍ରବେଶ କରି ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ବ୍ୟବହୃତ ଚେୟାର ଅଭିମୁଖେ ମାଡ଼ିଯାଇଥିଲେ ଏବଂ ହଟ୍ଟଗୋଳ କରି ଅଚଳାବସ୍ଥା ସୃଷ୍ଟି କରିଥିଲେ। ନିଜ ଆସନକୁ ଫେରିବାପାଇଁ ବରିଷ୍ଠ ମନ୍ତ୍ରୀମାନଙ୍କ ଅନୁରୋଧକୁ ମଧ୍ୟ ସେମାନେ କର୍ଣ୍ଣପାତ କରିନଥିଲେ। ସୂଚନାନୁଯାୟୀ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବାରୁ ପ୍ରଧାନମନ୍ତ୍ରୀ ଗୃହକୁ ପ୍ରବେଶ କରିପାରିଲେନି। ପ୍ରଧାନମନ୍ତ୍ରୀ ଯେଉଁଠାରେ ବସନ୍ତି, ସେମାନେ ସେହି ସ୍ଥାନକୁ ଅବରୋଧ କରି ରଖିଥିଲେ ବୋଲି ବିଜେପି ସାଂସଦ ମନୋଜ ତିୱାରୀ ଦାବି କରିଛନ୍ତି। ସେ କହିଛନ୍ତି ଯେ ବିରୋଧୀ ଦଳର ମହିଳା ସାଂସଦମାନେ ପ୍ରବଳ ହୋହଲ୍ଲା କରିଥିଲେ ଏବଂ ସେମାନଙ୍କୁ ଦେଖିଲେ ଲାଗୁଥିଲା ଯେମିତି ସେମାନେ ପ୍ରଧାନମନ୍ତ୍ରୀଙ୍କ ଉପରେ ଆକ୍ରମଣ କରିବେ।
ଆହୁରି ପଢନ୍ତୁ: New Chief Minister : ମଣିପୁରର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ୱାଇ ଖେମଚାନ୍ଦ ସିଂହ : ରାଷ୍ଟ୍ରପତି ଶାସନ ହଟିଲା
ତେଣୁ ପ୍ରଧାନମନ୍ତ୍ରୀଙ୍କ ଭାଷଣ ପୂର୍ବରୁ ଆଜି ଗୃହକୁ ମୁଲତବୀ ରଖାଯାଇଛି। ମିଳିଥିବା ସୂଚନାନୁଯାୟୀ ବିରୋଧୀ ସାଂସଦମାନେ ଆଜି ‘ଜୋ ଉଚିତ ଲଗେ ୱ କରୋ’ ଲେଖାଥିବା ଏକ ବିଶାଳ ବ୍ୟାନର ଧରି ଗୃହର ମଧ୍ୟଭାଗକୁ ଆସି ସ୍ଲୋଗାନ ଦେଇଥିଲେ। କଂଗ୍ରେସ ସାଂସଦଙ୍କ ସହିତ ତୃଣମୂଳ କଂଗ୍ରେସ ଏବଂ ସମାଜବାଦୀ ପାର୍ଟି ସଦସ୍ୟମାନେ ମଧ୍ୟ ଯୋଗ ଦେଇଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ, ଗୃହ ମନ୍ତ୍ରୀ ଶାହ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଗୃହରେ ଉପସ୍ଥିତ ନଥିଲେ। ବିରୋଧୀ ମହିଳା ସାଂସଦମାନେ ଆଜି ଟ୍ରେଜରି ବେଞ୍ଚ୍ ଆଡ଼କୁ ଯାଇ ବିଜେପି ସାଂସଦ ନିଶିକାନ୍ତ ଦୁବେ ଓ ମହିଳା ସାଂସଦମାନଙ୍କ ସହ ମୁହାଁମୁହିଁ ହୋଇଥିଲେ। ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବାରୁ ଗୃହକୁ ତୃତୀୟ ଥର ପାଇଁ ମୁଲତବୀ ରଖାଯାଇଥିଲା।
ଅନ୍ୟପକ୍ଷେ ବିଜେପି ସାଂସଦ ନିଶିକାନ୍ତ ଦୁବେ ଗାନ୍ଧୀ ପରିବାରକୁ ଟାର୍ଗେଟ୍ କରି ଦେଇଥିବା ଟିପ୍ପଣୀ ପାଇଁ ବିରୋଧୀ ଏବଂ ବିଜେପି ସାଂସଦମାନେ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ଅଫିସରେ ମୁହାଁମୁହିଁ ହୋଇଛନ୍ତି। ଗୃହକାର୍ଯ୍ୟ ମୁଲତବୀ ହେବାପରେ କଂଗ୍ରେସ ସାଂସଦମାନେ ଆଜି ଲୋକସଭା ବାଚଚସ୍ପତିଙ୍କ ଅଫିସରେ ପହଞ୍ଚିଥିଲେ। ଗୃହର ଅଧ୍ୟକ୍ଷତା ଦାୟିତ୍ବରେ ଥିବା କ୍ରୀଷ୍ଣ ପ୍ରସାଦ ତେନ୍ନେତି ଦୁବେଙ୍କୁ ଗାନ୍ଧୀ ପରିବାର ବିରୋଧରେ କହିବାପାଇଁ ଅନୁମତି ଦେବା ନିଷ୍ପତ୍ତିକୁ ବିରୋଧୀ ସାଂସଦମାନେ ବିରୋଧ କରିଥିଲେ ଏବଂ ଏନେଇ ବାଚସ୍ପତିଙ୍କ ନିକଟରେ ଅଭିଯୋଗ କରିଥିଲେ।
ଆହୁରି ପଢନ୍ତୁ: Mukesh Ambani : ଦୁଇ ଦଶନ୍ଧିରେ ଭାରତ ୩୦ ଟ୍ରିଲିୟନ ଡଲାର ଅର୍ଥନୀତି ହେବ: ମୁକେଶ
ଦୀପେନ୍ଦର ସିଂହ ହୁଦାଙ୍କ ସମେତ ଅନ୍ୟ କଂଗ୍ରେସ ସାଂସଦମାନେ ଦୁବେଙ୍କ ଟିପ୍ପଣୀକୁ ବିରୋଧ କରିଥିଲେ। ଉଲ୍ଲେଖଯୋଗ୍ୟ ଆଜି ଦୁବେ ଲୋକସଭାରେ ଗାନ୍ଧୀ ପରିବାର ବିରୋଧରେ କେତେକ ପୁସ୍ତକ ତାଲିକାଭୁକ୍ତ କରିଥିଲେ ଏବଂ ପୁସ୍ତକ ଗୁଡ଼ିକରେ ଗାନ୍ଧୀ ପରିବାର ବିରୋଧରେ କ’ଣ କୁହାଯାଇଛି ତାହା ସେ ପଢ଼ିବା ଆରମ୍ଭ କରିଥିଲେ। ବିରୋଧୀ ସାଂସଦମାନେ ଏହାକୁ ତୀବ୍ର ବିରୋଧ କରି ହୋହଲ୍ଲା କରିଥିଲେ। ପ୍ରବଳ ହଟ୍ଟଗୋଳ ଏବଂ ହୋହଲ୍ଲା ହେବାରୁ ଗୃହକୁ ମୁଲତବୀ ରଖାଯାଇଥିଲା। ଉଲ୍ଲେଖଯୋଗ୍ୟ, ଦୁବେ କହିଥିଲେ ଯେ ରାହୁଲ ଗାନ୍ଧୀ ଅପ୍ରକାଶିତ ପୁସ୍ତକ ବିଷୟରେ କହୁଥିବାବେଳେ ସେ କିଛି ପ୍ରକାଶିତ ପୁସ୍ତକ ଆଣିଛନ୍ତି ଯାହା ଗାନ୍ଧୀ ପରିବାରର ଗୁମର ବାହାରେ ପକାଇ ଦେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/02/04/04bbs_60_04022026_112-2026-02-04-21-23-28.jpg)