ବଡ଼ବଡ଼ କମ୍ପାନିଙ୍କ ଛଟେଇ ପର୍ବ ଚାଲିଥିବା ବେଳେ ଆମେରିକୀୟ କମ୍ପାନି କଲା ଜବର୍‌ଦସ୍ତ ଘୋଷଣା

Advertisment
ବଡ଼ବଡ଼ କମ୍ପାନିଙ୍କ ଛଟେଇ ପର୍ବ ଚାଲିଥିବା ବେଳେ ଆମେରିକୀୟ କମ୍ପାନି କଲା ଜବର୍‌ଦସ୍ତ ଘୋଷଣା

ନୂଆଦିଲ୍ଲୀ: ରାତାରାତି ବଡ଼ ଲୋକ ହେବାର ସ୍ବପ୍ନ କିଏ ବା ଦେଖେନା? ରାତାରାତି ଲକ୍ଷପତି ହେବା ଏକ ସାଧାରଣ କଥା ନୁହେଁ। ଏବେ ଆମେ ଆପଣଙ୍କୁ ଏପରି ଏକ ଉପାୟ ବିଷୟରେ ବତାଇବୁ, ଯାହାକୁ ଆପଣେଇଲେ ଲକ୍ଷପତି ହେବାକୁ ଆପଣଙ୍କୁ ବର୍ଷ ବର୍ଷ ପର୍ଯ୍ୟନ୍ତ ସଞ୍ଚୟ କରି ଅପେକ୍ଷା କରିବାକୁ ପଡ଼ିବ ନାହିଁ। ବରଂ, ଆପଣଙ୍କୁ କେବଳ ଗୋଟାଏ ଆଇଡିଆ ଦେବାକୁ ହେବ। ଯଦି ଆପଣଙ୍କ ଆଇଡିଆ ପସନ୍ଦ ଆସୁଛି ତ ଆପଣଙ୍କୁ ଲକ୍ଷେ କି ଦୁଇ ଲକ୍ଷ ନୁହେଁ ବରଂ ପୂରା ୮୧ ଲକ୍ଷ ଟଙ୍କା ମିଳିବ।

ଆମେରିକାର ଏକ କମ୍ପାନି ଲୋକଙ୍କୁ ଏହି ଅଫର୍‌ ଦେଉଛି। ବଡ଼ ବଡ଼ କମ୍ପାନିଗୁଡ଼ିକ କର୍ମଚାରୀଙ୍କ ‌ଛଟେଇ ଅଭିଯାନ ଆରମ୍ଭ କରିଥିବା ବେଳେ ଏପରି ଏକ ଘୋଷଣା ସଭିଙ୍କୁ ଚକିତ କରିଛି। ଆପଣ ଜାଣିଥିବେ ନିଶ୍ଚୟ ଯେ ଫେସ୍‌ବୁକ୍‌ର ମୂଳ କମ୍ପାନି ମେଟା, ଏଲନ ମସ୍କଙ୍କ ଟ୍ବିଟର୍‌ ଓ ଜେଫ୍ ବେଜାସଙ୍କ ଆମାଜନ୍‌ରେ ଏବେ ଛଟେଇ ପର୍ବ ଚାଲିଛି। ହଜାର ହଜାର କର୍ମଚାରୀଙ୍କର ଚାକିରି ଯାଉଛି।

ଏହା ମଧ୍ୟରେ ଏପରି ଏକ ଅଫର୍‌ ନେଇ ଆସୁଛି କାଲିଫର୍ଣ୍ଣିଆର ସେନ୍‌ ଫ୍ରାନ୍ସିକୋସ୍ଥିତ କମ୍ପାନି ‘ଡେ ୱାନ୍‌ ଭେଞ୍ଜର୍ସ’। ଏହି କମ୍ପାନି ଲୋକଙ୍କୁ ଗୋଟାଏ ଝଟ୍‌କାରେ ଭାରତୀୟ ମୁଦ୍ରାରେ ୮୧ ଲକ୍ଷ ଟଙ୍କା ଜିତିବାର ସୁଯୋଗ ଦେଉଛି। ଏତେ ରକମର ଟଙ୍କା ଜିତିବାକୁ ଆପଣଙ୍କୁ କେବଳ ଏକ ସୁନ୍ଦର ଷ୍ଟାର୍ଟଅପ୍‌ ଆଇଡିଆ ଦେବାକୁ ହେବ। ଏହି ଷ୍ଟାର୍ଟଅପ୍‌ ଆଇଡିଆ ନିଆରା ଓ ସ୍ବତନ୍ତ୍ର ହୋଇଥିବା ଦରକାର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe