ଆନନ୍ଦ ମହିନ୍ଦ୍ରାଙ୍କ ପ୍ରେରଣାଦାୟକ ଭିଡିଓ ଭାଇରାଲ୍‌, ହିମାଳୟର ଭିୟୁ ସେୟାର କରି ଦେଲେ ଏପରି ପରାମର୍ଶ

Advertisment
ଆନନ୍ଦ ମହିନ୍ଦ୍ରାଙ୍କ ପ୍ରେରଣାଦାୟକ ଭିଡିଓ ଭାଇରାଲ୍‌, ହିମାଳୟର ଭିୟୁ ସେୟାର କରି ଦେଲେ ଏପରି ପରାମର୍ଶ

www.aajtak.in

ମୁମ୍ବାଇ: ମହିନ୍ଦ୍ରା ଆଣ୍ଡ୍‌ ମହିନ୍ଦ୍ରାର ଅଧ୍ୟକ୍ଷ ଆନନ୍ଦ ମହିଳା ସୋସିଆଲ୍‌ ମିିଡିଆରେ ଖୁବ୍ ସକ୍ରିୟ ରହିଥାନ୍ତି। ମାଇକ୍ରୋବ୍ଲଗିଂ ସାଇଟ୍‌ରେ ତାଙ୍କର ୯୦ ଲକ୍ଷରୁ ଊର୍ଧ୍ବ ଫଲୋର୍ସ ଅଛନ୍ତି। ସେ ଅନେକ ସମୟରେ କିଛି ଲୋକପ୍ରିୟ ବିଷୟବସ୍ତୁକୁ ନେଇ ଟ୍ବିଟ୍‌ କରିଥାନ୍ତି। ତାଙ୍କ ଟ୍ବିଟ୍‌କୁ ବେଶ୍‌ ଗ୍ରହଣୀୟତା ବି ମିଳିଥାଏ। ଏବେ ସେ ହିମାଳୟକୁ ନେଇ କରିଥିବା ଏକ ଟ୍ବିଟ୍‌ ଖୁବ୍‌ ଜୋର୍‌ରେ ଭାଇରାଲ୍‌ ହେବାରେ ଲାଗିଛି। ସେ ହିମାଳୟର ଏକ ସୁନ୍ଦର ଭିଡିଓ ସେୟାର କରିଛନ୍ତି। ଭିଡିଓରେ ୩୬୦ ଡିଗ୍ରି ଭିୟୁରେ ମାଉଣ୍ଟ୍‌ ଏ‌ଭ୍ରେଷ୍ଟ୍‌କୁ ଦେଖାଯାଇଛି। ସେ ଭିଡିଓ ସେୟାର କରି ଲେଖିଛନ୍ତି, ‘ଆପଣ ଜୀବନର କଠିନ  ନିଷ୍ପତ୍ତି ନେବା ସମୟରେ ନିଜକୁ ଶୃଙ୍ଘର ଶୀର୍ଷରେ ରଖି କଳ୍ପନା କରନ୍ତୁ। ଏହାଫଳରେ ନିଷ୍ପତ୍ତି ନେବାକୁ ସହଜ ହେବ।’

ଫୋବସ୍‌.କମ୍‌ର ରିପୋର୍ଟ ଅନୁସାରେ ମହିନ୍ଦ୍ରା ଆଣ୍ଡ୍‌ ମହିନ୍ଦ୍ରା ଗ୍ରୁପ୍‌ର କମ୍ପାନି ଅଟୋ, ଆଇଟି, ରିୟଲ୍‌ ଇଷ୍ଟେଟ୍‌ ସମେତ ପାଖାପାଖି ୨୨ଟି କ୍ଷେତ୍ରରେ କାମ କରୁଛି। ତେବେ, ମହିନ୍ଦ୍ରା କମ୍ପାନିକୁ ସବୁଠାରୁ ଅଧିକ ଟ୍ରାକ୍ଟର ଓ ସ୍ପୋର୍ସ ସ‌ାମଗ୍ରୀ ପାଇଁ ଲୋକେ ଜାଣନ୍ତି। ସ୍କର୍ପିଓ ଓ ବୋଲୋରୋ ପରି ଲୋକପ୍ରିୟ ଗାଡ଼ି ମଧ୍ୟ ମହିନ୍ଦ୍ରା କମ୍ପାନିର।

ନିକଟରେ କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ବିଭାଗ ମନ୍ତ୍ରୀ ନୀତିନ ଗଡ଼କରୀଙ୍କର ଏକ ପୋଷ୍ଟ୍‌ ଉପରେ ନିଜର ମତ ରଖି ଚର୍ଚ୍ଚାକୁ ଆସିଥିଲେ ଆନନ୍ଦ ମହିନ୍ଦ୍ରା। କିଛିଦିନ ପୂର୍ବେ କର୍ଣ୍ଣାଟକରେ ନିର୍ମାଣାଧୀନ ଏକ ରାସ୍ତାର ଫଟୋ ଟ୍ବିଟ୍‌ କରିଥିଲେ। ଗଡ଼କରୀଙ୍କ ସେହି ଫଟୋକୁ ସେୟାର କରିଥିଲେ ଆନନ୍ଦ ମହିନ୍ଦ୍ରା। ଉଟିରେ ଏକ ବୋର୍ଡିଂ ସ୍କୁଲରେ ସେ ପିଲାଦିନେ ୫ ବର୍ଷ ପାଇଁ ପାଠ ପଢ଼ୁଥିଲେ। ବେଙ୍ଗାଲରୁରୁ ତାଙ୍କ ସାଙ୍ଗମାନଙ୍କ ସହିତ କାରରେ ବିଦ୍ୟାଳୟକୁ ଯାଉଥିଲେ। ଏଥିପାଇଁ ପ୍ରାୟ ୬ ଘଣ୍ଟା ସମୟ ଲାଗୁଥିଲା। ଯଦି ଏହି ରାଜପଥ ସେହି ସମୟରେ ଥାଆନ୍ତା ତାହେଲେ ତାଙ୍କର ଯାତ୍ରା କେତେ ସହଜ ଓ ଆନନ୍ଦଦାୟକ ହୋଇଥାନ୍ତା ବୋଲି ମହିନ୍ଦ୍ରା ଲେଖିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe