ଯୁବକଙ୍କ ଦେଶୀ ଜୁଗାଡ଼ରେ ଖୁସି ହୋଇ ଭିଡିଓ ସେୟାର କଲେ ଆନନ୍ଦ ମହିନ୍ଦ୍ରା, ୨ ମିଲିୟନ୍‌ ପାର୍‌ ହେଲା ଭିୟୁ

Advertisment
ଯୁବକଙ୍କ ଦେଶୀ ଜୁଗାଡ଼ରେ ଖୁସି ହୋଇ ଭିଡିଓ ସେୟାର କଲେ ଆନନ୍ଦ ମହିନ୍ଦ୍ରା, ୨ ମିଲିୟନ୍‌ ପାର୍‌ ହେଲା ଭିୟୁ

www.indiatoday.in

ନୂଆଦିଲ୍ଳୀ: ମହିନ୍ଦ୍ରା ଗ୍ରୁପ୍‌ର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ସୋସିଆଲ୍‌ ମିଡିଆରେ ବେଶ୍‌ ସକ୍ରିୟ। ଆପଣ ତାଙ୍କ ସୋସିଆଲ୍‌ ମିଡିଆ ପୋଷ୍ଟ୍‌ରେ ମଜାରୁ ନେଇ ଅନେକ ଶିକ୍ଷଣୀୟ ଜିନିଷ ସବୁ ଦେଖିବାକୁ ପାଇବେ। ସେ ନିକଟରେ ଜୁଲାଇ ୮ ତାରିଖରେ ତାଙ୍କ ମାଇକ୍ରୋବ୍ଲଗିଂ ସାଇଟ୍‌ ଟ୍ବିଟର୍‌ରେ ଏକ ଭିଡିଓ କ୍ଲିପ୍‌ ସେୟାର୍ କରିଛନ୍ତି। ସେହି ଭିଡିଓ କ୍ଲିପ୍‌ର ଏବେ ସୁଦ୍ଧା ୨ ମିଲିୟନ୍‌ ଭିୟୁ ହୋଇ ସାରିଲାଣି। ଭିଡିଓଟିକୁ ପୋଷ୍ଟ୍‌ କରି ଆନନ୍ଦ ଜଣେ ଦେଶୀ ଯୁବକଙ୍କ ଜୁଗାଡ଼କୁ ପ୍ରଶଂସା କରିଛନ୍ତି।

ଭିଡିଓଟିରେ ଦେଖିବାକୁ ମିଳିଛି ଯେ ରାସ୍ତା ସାରା ପାଣି। ପାଣି‌ରେ ପଶି ନଯିବା ପାଇଁ ଜଣେ ଯୁବକ ଦୁଇଟି ଟୁଲ୍‌କୁ ବ୍ୟବହାର କରିଛନ୍ତି। ଟୁଲ୍‌ ଉପରେ ଉପରେ ହିଁ ସେ ଚାଲି ଚାଲି ଯାଉଛନ୍ତି। ଯୁବକ ଜଣକ ଦୁଇଟି ଟୁଲ୍‌ରେ ଦୁଇଟି ଦଉଡ଼ା ବାନ୍ଧି ଦେଇଛନ୍ତି। ପ୍ରଥମେ ଦଉଡ଼ାଟିକୁ ଧରି ଗୋଟାଏ ଟୁଲ୍‌ ତାଙ୍କ ସାମ୍ନାରେ ପକାଉଛନ୍ତି। ସେହି ଟୁଲ୍‌ ଉପରେ ନିଜେ ପାଦ ରଖିବା ପରେ ଦ୍ବିତୀୟ ଟୁଲ୍‌କୁ ଆଗକୁ ନେଇ ଯାଉଛନ୍ତି। ଏହିପରି ଭାବେ ସେ ପାଣିକୁ ପାର୍‌ ‌ହୋଇ ସେପାଖକୁ ଯାଉଛନ୍ତି।

ସେ ତାଙ୍କ ଟ୍ବିଟର୍‌ରେ ଭିଡିଓଟିକୁ ସେୟାର୍‌ କରି ସେଥିରେ କ୍ୟାପ୍‌ସନ୍‌ ଦେଇଛନ୍ତି, ‘କଥା ଅଛି, ଆବଶ୍ୟକତା ହିଁ ଉଦ୍ଭାବନର ଜନନୀ। କେବଳ ଆନନ୍ଦ ମହିନ୍ଦ୍ରା ନୁହଁନ୍ତି, ଯୁବକଙ୍କ ଏହି ଦେଶୀ ଜୁଗାଡ଼ରେ ଅନେକ ସୋସିଆଲ୍‌ ମିଡିଆ ବ୍ୟବହାରକାରୀ ସେମାନଙ୍କର ପ୍ରଶଂସା ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe