ଏହି ସ୍ବତନ୍ତ୍ର ଟି-ସାର୍ଟ ଶିଶୁଙ୍କ ଜୀବନ ରକ୍ଷା କରିବ

Advertisment
ଏହି ସ୍ବତନ୍ତ୍ର ଟି-ସାର୍ଟ ଶିଶୁଙ୍କ ଜୀବନ ରକ୍ଷା କରିବ

ନୂଆଦିଲ୍ଲୀ: ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆରେ ଖୁବ ସକ୍ରିୟ। ସେ ବିଭିନ୍ନ ଘଟଣାଠାରୁ ଆରମ୍ଭ କରି ପ୍ରେରଣାଦାୟକ କାହାଣୀକୁ ସୋସିଆଲ ମିଡିଆରେ ସେୟାର କରିଥାଆନ୍ତି। ତାଙ୍କର ଫ୍ୟାନଙ୍କ ସଂଖ୍ୟା ବି ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି।

ନିକଟରେ ଆନନ୍ଦ ମହିନ୍ଦ୍ରା ଶିଶୁଙ୍କ ପାଇଁ ତିଆରି ହୋଇଥିବା ଏକ ସ୍ବତନ୍ତ୍ର ପୋଷାକର ଭିଡିଓ ପୋଷ୍ଟ କରିଛନ୍ତି। ଏହି ଭିଡିଓରେ ଜଣେ ବ୍ୟକ୍ତି ଟି-ସାର୍ଟ କିଭଳି ଭାବେ କାମ କରିବ ‌ସେ ସମ୍ପର୍କରେ ଜଣାଉଥିବା ‌ଶୁଣିବାକୁ ଓ ଦେଖିବାକୁ ମିଳୁଛି।

ଆନନ୍ଦ ମହିନ୍ଦ୍ରା କ୍ୟାପସନ ଦେଇ ଲେଖିଛନ୍ତି, ‌‘ୟାଙ୍କୁ ନୋବେଲ ପୁରସ୍କାର ନମିଳିପାରେ। କିନ୍ତୁ ଉକ୍ତ ବ୍ୟକ୍ତି ଜଣକ ଶିଶୁଙ୍କ ପାଇଁ ଯେଉଁ ଭଳି ପୋଷାକ ତିଆରି କରିଛନ୍ତି। ଏହା ମୋ ପାଇଁ ବହୁତ ବଡ଼ ଆବିଷ୍କାର ବୋଲି ମୁଁ କହିବି। କାରଣ ଜଣେ ଜେଜେବାପା ହିସାବରେ ଛୋଟ ପିଲାଙ୍କ ସୁରକ୍ଷା ମୋ ପାଇଁ ସର୍ବଶ୍ରେଷ୍ଠ ପ୍ରାଥମିକତା ରହିଛି।’

ତେବେ ଏହି ଭିଡିଓରେ ଦେଖିବାକୁ ମିଳୁଥିବା ଟି-ସାର୍ଟକୁ ଯଦି ଛୋଟ ପିଲା ପିନ୍ଧିଛନ୍ତି ଆଉ କୌଣସି କାରଣବଶତଃ ସେମାନେ ପାଣିରେ ପଡ଼ି ଯାଉଛନ୍ତି। ତେବେ ଏହି ପୋଷାକ ତାଙ୍କୁ ବୁଡ଼ିବାକୁ ଦେବନାହିଁ। ଫଳରେ ଶିଶୁଙ୍କ ଜୀବନ ରକ୍ଷା ହୋଇପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe