ଜିରୋ ସ୍କୋର କରି ମଧ୍ୟ କାହିଁକି ଗର୍ବ ଅନୁଭବ କରୁଛନ୍ତି ଆନନ୍ଦ ମହିନ୍ଦ୍ରା?

Advertisment
ଜିରୋ ସ୍କୋର କରି ମଧ୍ୟ କାହିଁକି ଗର୍ବ ଅନୁଭବ କରୁଛନ୍ତି ଆନନ୍ଦ ମହିନ୍ଦ୍ରା?

ମୁମ୍ବାଇ: ମହିନ୍ଦ୍ରା ଗ୍ରୁପ୍‌ର ଚେୟାରମ୍ୟାନ୍‌ ଅନନ୍ଦ ମହିନ୍ଦ୍ରାଙ୍କର ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଆନନ୍ଦ ମହିନ୍ଦ୍ରା ୧୦ ସେକେଣ୍ଡ୍‌ର ଗୋଟେ ଭିଡିଓ ଟ୍ବିଟ୍‌ରରେ ସେୟାର କରିବା ପରେ ଏହାକୁ ନେଇ ବିଭିନ୍ନ ଲୋକେ ବିଭିନ୍ନ ପ୍ରକାରର ପ୍ରଶ୍ନ ପଚାରିଛନ୍ତି। ଭିଡିଓଟିରେ ଆନନ୍ଦ ମହିନ୍ଦ୍ରା କହୁଥିବାର ନଜର ଆସିଛନ୍ତି, ‘ମୁଁ ଜିରୋ ସ୍କୋର୍‌ କରିଛି। ମାତ୍ର ମୁଁ ଏକଥାକୁ ନେଇ ଗର୍ବିତ।’ ସେ ଭିଡିଓଟି ସେୟାର କରି କ୍ୟାପ୍‌ସନରେ ଲେଖିଛନ୍ତି, ‘ଏମିତି କେବେ ସମୟ ଆସିଛି କି? ଯେବେ ତୁମେ ଜିରୋ ସ୍କୋର କରି ମଧ୍ୟ ଗର୍ବ ଅନୁଭବ କରିଛ।’ ତେବେ, ସେ କେଉଁ ବିଷୟକୁ ନେଇ ଏପରି କହିଛନ୍ତି ତାହା ଜାଣିବା ବାକି ରହିଲା

ମହିନ୍ଦ୍ରାଙ୍କର ଏହି ଟ୍ବିଟ୍‌କୁ ନେଇ ବିଭିନ୍ନ ଲୋକ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ରଖିଛନ୍ତି। ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘ଏହି କାରଣରୁ ମୁଁ ଆନନ୍ଦ ମହିନ୍ଦ୍ରା ସାର୍‌ଙ୍କୁ ଫଲୋ କରେ। ସେ ସବୁବେଳେ କିଛି ନା କିଛି ମଜାଦାର କାମ କରିଥାନ୍ତି।

ଏହା ପୂର୍ବରୁ ଆନନ୍ଦ ମହିନ୍ଦ୍ରା ହିମାଳୟକୁ ନେଇ କରିଥିବା ଏକ ଟ୍ବିଟ୍‌ ଖୁବ୍‌ ଜୋର୍‌ରେ ଭାଇରାଲ୍‌ ହୋଇଥିଲା। ଭିଡିଓରେ ୩୬୦ ଡିଗ୍ରି ଭିୟୁରେ ମାଉଣ୍ଟ୍‌ ଏ‌ଭ୍ରେଷ୍ଟ୍‌କୁ ଦେଖାଇଥିଲେ ମହିନ୍ଦ୍ର। ସେ ଭିଡିଓ ସେୟାର କରି ଲେଖିଥିଲେ, ‘ଆପଣ ଜୀବନର କଠିନ  ନିଷ୍ପତ୍ତି ନେବା ସମୟରେ ନିଜକୁ ଶୃଙ୍ଘର ଶୀର୍ଷରେ ରଖି କଳ୍ପନା କରନ୍ତୁ। ଏହାଫଳରେ ନିଷ୍ପତ୍ତି ନେବାକୁ ସହଜ ହେବ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe