ବୁଦ୍ଧି ଖଟାଇ ଟ୍ରାକ୍ଟରକୁ ଜିପରେ ପରିଣତ କରିଦେଲେ ଯୁବକ, ଟ୍ବିଟ କରି ଏଭଳି ପ୍ରତିକ୍ରିୟା ରଖିଲେ ଆନନ୍ଦ ମହିନ୍ଦ୍ରା

Advertisment
ବୁଦ୍ଧି ଖଟାଇ ଟ୍ରାକ୍ଟରକୁ ଜିପରେ ପରିଣତ କରିଦେଲେ ଯୁବକ, ଟ୍ବିଟ କରି ଏଭଳି ପ୍ରତିକ୍ରିୟା ରଖିଲେ ଆନନ୍ଦ ମହିନ୍ଦ୍ରା

ନୂଆଦିଲ୍ଲୀ: ଅନେକ ସମୟରେ ସୋସିଆଲ ମିଡିଆରେ ଭାରତୀୟଙ୍କ ସୃଜନଶୀଳତା ଦେଖିବାକୁ ମିଳେ। ବେଳେ ବେଳେ କେହି ଭାବିପାରିନଥିବା କାମ କରିଦେଖାଇଥାନ୍ତି ଲୋକେ। ସେଭଳି କିଛି ଆଶ୍ଚର୍ଯ୍ୟ କଲା ଭଳି କାମ କରିଦେଖାଇଛନ୍ତି ମେଘାଳୟର ମାଇୟା ରିମ୍ବାଇ। ଅନେକ ଲୋକଙ୍କର ଜିପ୍ ଚଢ଼ିବାର ସଉକ ରହିଥାଏ। ହେଲେ ଟଙ୍କା ନଥିବାରୁ ସେମାନେ ଜିପ୍ କିଣିପାରନ୍ତି ନାହିଁ। ରିମ୍ବାଇ ମଧ୍ୟ ଜିପ୍ ଚଢ଼ିବାକୁ ପସନ୍ଦ କରୁଥିବା ବେଳେ ସେ ଜିପ୍ କିଣିବା ପରିବର୍ତ୍ତେ ପାଖରେ ଥିବା ଟ୍ରାକ୍ଟରକୁ ଜିପରେ ପରିଣତ କରିଦେଇଥିବା ଜଣାପଡ଼ିଛି। ଏଖବର ନିଜେ ଆନନ୍ଦ ମହିଦ୍ରା ସୋସିଆଲ ମିଡିଆରେ ଜଣାଇବା ସହ ଟ୍ରାକ୍ଟରରୁ ଜିପକୁ ପରିଣତ ହୋଇଥିବା ଗାଡ଼ିର ଏକ ଫଟୋ ସେୟାର କରିଛନ୍ତି।

ମହିନ୍ଦ୍ରା ଟ୍ରାକ୍ଟର ମଧ୍ୟ ଏହି ଫଟୋକୁ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରିଛି। ମହିନ୍ଦ୍ରା ଟ୍ରାକ୍ଟର ଟ୍ବିିଟ ହ୍ୟାଣ୍ଡେଲରେ ଲେଖାଯାଇଛି ଯେ, ମେଘାଳୟର ଜୋୱାଇରେ ରହୁଥିବା ମାଇୟା ରିମ୍ବାଇ ଏହି ଅନନ୍ୟ ଜିପ୍ ଡିଜାଇନ୍ କରିଛନ୍ତି। ମେଘାଳୟର ମାଇଆ ରିମ୍ବାଇ ୨୭୫ ଏନବିପିକୁ ଯେଉଁ ନୂଆ ରୂପ ଦେଇଛନ୍ତି, ତାହା ଆମକୁ ପସନ୍ଦ ଆସିଛି। ଏହି ଅନନ୍ୟ ସୃଜନଶୀଳତା ଦେଖି ଆନନ୍ଦ ମହିନ୍ଦ୍ରା ନିଜକୁ ଅଟକାଇ ନପାରି ମହିନ୍ଦ୍ରା ଟ୍ରାକ୍ଟରର ଟ୍ୱିଟକୁ ରିଟ୍ୱିଟ କରି ଲେଖିଛନ୍ତି ଯେ, ଏହା ଏକ ଅଦ୍ଭୁତ ଦିଶୁଥିବା ଗାଡି। କିନ୍ତୁ ଏହାର ଡିଜାଇନି ଆନିମେଟେଡ୍ ଚଳଚ୍ଚିତ୍ରର ସୁନ୍ଦର ଚରିତ୍ର ପରି ଦେଖାଯାଉଛି। ତେବେ କେବଳ ଆନନ୍ଦ ମହିନ୍ଦ୍ରା ନୁହନ୍ତି, ସୋସିଆଲ ମିଡିଆ ବ୍ୟବହାରୀ ମଧ୍ୟ ଏହାକୁ ପସନ୍ଦ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe