ପଦଯାତ୍ରା ସମୟରେ ଦୁଇଗୁଣା ମୂଲ୍ୟ ଦେଇ ପ୍ରାୟ ୨୫୦ଟି କୁକୁଡ଼ା କିଣି‌ଲେ ଅନନ୍ତ

ଜାମନଗରରୁ ଦ୍ୱାରକା ପର୍ଯ୍ୟନ୍ତ ୧୪୦ କିଲୋମିଟର ପଦଯାତ୍ରା କରିବା ସମୟରେ ଦେଶର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀ  ଦୁଇଗୁଣ ମୂଲ୍ୟ ଦେଇ ପ୍ରାୟ ୨୫୦ଟି କୁକୁଡ଼ା କିଣିଥିବା ଘଟଣା ଚର୍ଚ୍ଚାରେ ରହିଛି।

ertger

ନୂଆଦିଲ୍ଲୀ: ଦେଶର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀ ପ୍ରାୟତଃ ତାଙ୍କ ହୃଦୟସ୍ପର୍ଶୀ କାମ ପାଇଁ ଚର୍ଚ୍ଚାରେ ଥାଆନ୍ତି। ଏଇକିଛିଦିନ ହେବ ସେ ଜାମନଗରରୁ ଦ୍ୱାରକା ପର୍ଯ୍ୟନ୍ତ ୧୪୦ କିଲୋମିଟର ପଦଯାତ୍ରା କରିବା ସମୟରେ  ଦୁଇଗୁଣ ମୂଲ୍ୟ ଦେଇ ପ୍ରାୟ ୨୫୦ଟି କୁକୁଡ଼ା କିଣିଥିବା ଘଟଣା ଚର୍ଚ୍ଚାରେ ରହିଛି।

ସୂଚନାଯୋଗ୍ୟ,ଏକ ଟ୍ରକରେ ୨୫୦ଟି କୁକୁଡ଼ାକୁ ଭର୍ତ୍ତି କରି ନିଆଯାଉଥିଲା। ପଦଯାତ୍ରା କରୁଥିବା ସମୟ‌ରେ ଏ କୁକୁଡ଼ାଭର୍ତ୍ତି ଗାଡ଼ିକୁ ଅନନ୍ତ ଅମ୍ବାନୀ ଦେଖିବା ପରେ ତାଙ୍କ ସହଯୋଗୀମାନଙ୍କୁ ତୁରନ୍ତ ଉକ୍ତ ଗାଡ଼ିକୁ ଅଟକାଇବାକୁ କହିଥିଲେ। 

ଡ୍ରାଇଭରଙ୍କ ସହ କଥା ହେବା ପରେ ଦୁଇଗୁଣା ମୂଲ୍ୟ ଦେଇ ସେ କୁକୁଡ଼ାଗୁଡ଼ିକୁ କିଣିଥିଲେ। ଏହାପରେ ଅନନ୍ତ ହାତରେ କୁକୁଡ଼ା ଧରି ଆଗକୁ ବଢ଼ିବା ସହିତ "ଜୟ ଦ୍ୱାରକାଧୀଶ" ସ୍ଲୋଗାନ ମଧ୍ୟ ଦେଇଥିଲେ।ଅନନ୍ତ ଅମ୍ବାନୀଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚାରେ ରହିଛି।  

ଅନନ୍ତ ଅମ୍ବାନୀ ମାର୍ଚ୍ଚ ୨୮ରେ ତାଙ୍କର ଯାତ୍ରା ଆରମ୍ଭ କରିଥିଲେ। ସେ ଏପ୍ରିଲ ୧୦ ତାରିଖରେ ଦ୍ୱାରକାରେ ତାଙ୍କର ୩୦ତମ ଜନ୍ମଦିନ ପାଳନ କରିବେ। ଲୋକମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି, ସେଥିପାଇଁ ସେମାନେ ରାତିରେ ଯାତ୍ରା କରୁଛନ୍ତି ବୋଲି ଅନନ୍ତ ଅମ୍ବାନୀ ପ୍ରତିକ୍ରିୟା ଦେଇ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe