ଏହି କ‌ାରଣ ପାଇଁ ୪ କିଲୋମିଟର ପର୍ଯ୍ୟନ୍ତ ମହିଳାଙ୍କୁ କାନ୍ଧରେ ବସାଇ ତିରୁମାଲାରେ ପହଞ୍ଚାଇଲେ ପୁଲିସ କନଷ୍ଟେବଳ

Advertisment
ଏହି କ‌ାରଣ ପାଇଁ ୪ କିଲୋମିଟର ପର୍ଯ୍ୟନ୍ତ ମହିଳାଙ୍କୁ କାନ୍ଧରେ ବସାଇ ତିରୁମାଲାରେ ପହଞ୍ଚାଇଲେ ପୁଲିସ କନଷ୍ଟେବଳ

newindianexpress.com

କଡପା: ଜଣେ ମହିଳା ତୀର୍ଥଯାତ୍ରୀ ତିରୁମାଲା ମନ୍ଦିରକୁ ଚାଲି ଚାଲି ଯାଉଥିବା ବେଳେ ଅଚେତ ହୋଇ ଯାଇଥିଲେ। ଏହା ଦେଖି ସେଠାରେ ମୁତୟନ ଥିବା ଜଣେ ‌ପୁଲିସ କ‌ନଷ୍ଟେବଳ ମହିଳାଙ୍କୁ ନିଜ କାନ୍ଧରେ ବସା‌ଇ ତିରୁମାଲାରେ ପହଞ୍ଚାଇଥିଲେ। ଏହି ଘଟଣାକୁ ନେଇ ଲୋକେ ଚର୍ଚ୍ଚା ଆରମ୍ଭ କରିବା ସହ ପୁଲିସକର୍ମୀଙ୍କୁ ପ୍ରଶଂସା କରିଛନ୍ତି।

Image result for Andhra cop carries woman on shoulders for four km enroute to Tirumala The Hindu

ମିଳିଥିବା ସୂଚନା ମୁତାବକ, ରାଜାମପେଟର ପୂର୍ବ ବିଧାୟକ ଅକାପତି ଅମରନାଥ ରେଡ୍ଡୀଙ୍କ ନେତୃତ୍ବରେ କେତେକ ତୀର୍ଥଯାତ୍ରୀ ଅନାମୈୟା ବାଟ ଦେଇ ତିରୁମାଲା ଯାଉଥିଲେ। ଏହି ସମୟରେ ପୂର୍ବତନ ବିଧାୟକ ଅକାପତି ଅମରନାଥ ରେଡ୍ଡୀଙ୍କ ସୁରକ୍ଷା ପାଇଁ ଜଣେ କ‌ନଷ୍ଟେବଳ ତାଙ୍କ ସହ ଥିଲେ। ଜଙ୍ଗଲ ରାସ୍ତା ଦେଇ ତୀର୍ଥଯାତ୍ରୀମାନେ ଯାଉଥିବା ବେଳେ ବୁଜ୍ଜି ନାମକ ଜଣେ ମହିଳା ଅଚେତ ହୋଇ ପଡ଼ି ଯାଇଥିଲେ। କୌଣସି ଗାଡ଼ିର ବ୍ୟବସ୍ଥା ନ ଥିବାରୁ କ‌ନଷ୍ଟେବଳ କୁଲ୍ଲାୟପ୍ପା ବୁଜ୍ଜିଙ୍କୁ ନିଜ କାନ୍ଧରେ ବସାଇ ୪କିଲୋମିଟର ଅତିକ୍ରମ କରିବା ସହ ତିରୁମାଲାରେ ପହଞ୍ଚାଇଥିଲେ। ସେଠାରେ ଥିବା ଅଶ୍ବିନୀ ହସ୍ରେପିଟାଲରେ ବୁଜ୍ଜିଙ୍କୁ ଭର୍ତ୍ତି କରାଯାଇଥିବା ବେଳେ ଏବେ ତାଙ୍କର ଚିକିତ୍ସା ଚାଲୁ ରହିଛି। ଚିକିତ୍ସା ପରେ ସେ ଧିରେ ଧିରେ ସୁସ୍ଥ ହେବାରେ ଲାଗିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe