କ୍ଷେତକୁ ସୁରକ୍ଷିତ ରଖିବା ପାଇଁ ଚାଷ ଜମିରେ ସନ୍ନି ଲିଓନଙ୍କ ଫଟୋ ଲଗାଇଛନ୍ତି ଚାଷୀ

କ୍ଷେତକୁ ସୁରକ୍ଷିତ ରଖିବା ପାଇଁ ଚାଷ ଜମିରେ ସନ୍ନି ଲିଓନଙ୍କ ଫଟୋ ଲଗାଇଛନ୍ତି ଚାଷୀ

ବିଶାଖାପାଟଣମ୍‌: ଆନ୍ଧ୍ରପ୍ରଦେଶର ନେଲୋର ଜିଲ୍ଲାରେ ଦେଖିବାକୁ ମିଳିଛି ଏକ ନିଆରା ଦୃଶ୍ୟ। ଏକ ଶବୁଜ କ୍ଷେତ ଆଗରେ ଲାଗିଛି ବଲିଉଡ୍‌ ଅଭିନେତ୍ରୀ ସନ୍ନି ଲିଓନଙ୍କ ବିକିନି ପିନ୍ଧା ଫଟୋ। ସନ୍ନିଙ୍କର ଏହି ଫଟୋ ଏବେ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି। ତେବେ, ଜମି ମାଲିକ ଚୋରି ରୋକିବା ପାଇଁ ଏପରି ଅଭିନବ କୌଶଳ ଚିନ୍ତା କରିଛନ୍ତି।

publive-image

ଉଲ୍ଳେଖଯୋଗ୍ୟ, ବନ୍ଦ କିଣ୍ଡି ପାଲେ ଗ୍ରାମର ୪୫ ବର୍ଷିଅ ବ୍ୟକ୍ତି ଚେଞ୍ଚୁ ରେଡ୍ଡି ଅଭିନେତ୍ରୀ ସନ୍ନିଙ୍କର ସେପରି କୌଣସି ବଡ଼ ଫ୍ୟାନ୍‌ ନୁହନ୍ତି। ମାତ୍ର ସେ କହିଛନ୍ତି ଯେ ସନ୍ନିଙ୍କର ଏହି ଫଟୋ ଲଗାଇବା ଦ୍ୱାରା ଗ୍ରାମରେ ଥିବା ସୈତାନମାନଙ୍କ ଆଖିରୁ ତାଙ୍କ କ୍ଷେତର ବନ୍ଧା କୋବି ଓ ଫୁଲ କୋବି ଫସଲ ସୁରକ୍ଷିତ ରହୁଛି। ସେ ୧୦ ଏକର ଜମିରେ ଏ ବର୍ଷ ଉତ୍ତମ ଫସଲ ଫଳାଇଛନ୍ତି ବୋଲି କହିଛନ୍ତି। ସନ୍ନିଙ୍କ ପୋଷ୍ଟର ଲଗାଇବା ଦ୍ୱାରା ଗ୍ରାମବାସୀଙ୍କ ଧ୍ୟାନ ଫସଲରୁ ହଟି ପୋଷ୍ଟର୍‌ ଆଡ଼େ ଯାଉଛି ବୋଲି ସେ କହିଛନ୍ତି। ରବିବାରଠାରୁ ସେ ଏପରି ନିଆରା କାର୍ଯ୍ୟ କରିଥିବା ଜାଣିବାକୁ ମିଳିଛି। ପୋଷ୍ଟର୍‌ ଉପରେ ତେଲୁଗୁରେ ଲେଖାଯାଇଛି, ‘କାନ୍ଦ ନାହିଁ କିମ୍ବା ମୋତେ ଈର୍ଷା କରନାହିଁ। ରେଡ୍ଡି କହିଛନ୍ତି ଯେ ତାଙ୍କ କୌଶଳ କାର୍ଯ୍ୟ କରିଛି। ଗ୍ରାମର ଫସଲ ଚୋରମାନେ ଏବେ ଫସଲୁ ଚୋରି କରୁନାହାନ୍ତି ବୋଲି ସେ ଖୁସିର ସହ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe