ଅଜଗରକୁ ହଇରାଣ କରିବା ଯୁବକଙ୍କୁ ମହଙ୍ଗା ପଡ଼ିଲା

Advertisment
ଅଜଗରକୁ ହଇରାଣ କରିବା ଯୁବକଙ୍କୁ ମହଙ୍ଗା ପଡ଼ିଲା

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ଅନେକ ପ୍ରକାରର ସାପ ଦେଖିବାକୁ ମିଳିଥାଏ। ଏଥିମଧ୍ୟରୁ କେତେକ ଅତ୍ୟନ୍ତ ବିପଜ୍ଜନକ ହୋଇଥିବାବେଳେ ଆଉ କେତେକଙ୍କ ଗୋଟିଏ ଚୋଟରେ ମଣିଷର ଜୀବନ ଚାଲି ଯାଇଥାଏ। ଏଥିମଧ୍ୟରୁ ଏମିତି ବି କିଛି ସାପ ଅଛନ୍ତି ଯେଉଁମାନେ ମଣିଷ କିମ୍ବା ଅନ୍ୟ କୌଣସି ପଶୁଙ୍କୁ ଶ୍ବାସରୁଦ୍ଧ କରି ମାରି ଦେଇଥାଆନ୍ତି। ଏହି ପ୍ରଜାତିରେ ଅଜଗର ଆସିଥାଏ। ନିକଟରେ ସୋସିଆଲ ମିଡିଆରେ ଏକ ଅଜଗର ଭିଡିଓ ଭାଇରାଲ ହୋଇଛି। ଯାହାକୁ ଦେଖିଲେ ଲୋମମୂଳ ଟାଙ୍କୁରି ଉଠୁଛି।

ଇଣ୍ଟରନେଟରେ ଭାଇରାଲ ହେଉଥିବା ଏହି ବିପଜ୍ଜନକ ଭିଡିଓରେ ଜଣେ ବ୍ୟକ୍ତି ତାଙ୍କ ବେକରେ ଏକ ଅଜଗରକୁ ଗୁଡ଼ାଇଥିବାର ନଜର ଆସିଛନ୍ତି, ଯାହାକୁ ସେ ତାଙ୍କ ହାତରେ ଧରିଛନ୍ତି। ଅଜଗରଟି ବ୍ୟକ୍ତିଙ୍କ ଗଳାକୁ ଚିପିବାକୁ ଚେଷ୍ଟା କରୁଛି। ବ୍ୟକ୍ତି ଜଣକ କୌଶଳକ୍ରମେ ତାର ଜୋରକୁ ଦୁର୍ବଳ କରି ଦେଉଛନ୍ତି। ତେବେ ବ୍ୟକ୍ତିଙ୍କ ଏଭଳି କାମରେ ଅଜଗର ରାଗିଯାଇ ପାଟି ଖୋଲି ଯୁବକଙ୍କୁ ଦଂଶନ କରିବାକୁ ଚେଷ୍ଟା କରୁଛି।

ଏହି ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ସେୟାର କରାଯାଇଛି। ସୋସିଆଲ ମିଡିଆ ବ୍ୟବହାରକାରୀ ଏହି ଭିଡିଓକୁ ବାରମ୍ବାର ଦେଖିବା ସହିତ ସେୟାର ବି କରୁଛନ୍ତି। ଭିଡିଓକୁ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe