କର୍କଟ ଆକ୍ରାନ୍ତ ପିତାଙ୍କ ଚିକିତ୍ସା ଲାଗି ଦିବ୍ୟାଙ୍ଗ ଝିଅ ଅଟୋ ଚଳାଇ ମାସକୁ ୨୦,୦୦୦ ଟଙ୍କା ରୋଜଗାର କରୁଛନ୍ତି

କର୍କଟ ଆକ୍ରାନ୍ତ ପିତାଙ୍କ ଚିକିତ୍ସା ଲାଗି ଦିବ୍ୟାଙ୍ଗ ଝିଅ ଅଟୋ ଚଳାଇ ମାସକୁ ୨୦,୦୦୦ ଟଙ୍କା ରୋଜଗାର କରୁଛନ୍ତି

Navbharat Times

ସୁରଟ: ଗୁଜୁରାଟର ସୁରଟରେ ଜଣେ ଦିବ୍ୟାଙ୍ଗ ଯୁବତୀଙ୍କ କାହାଣୀ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛି। ପୋଲିଓ ହେତୁ ୩୫ବର୍ଷୀୟ ଅଙ୍କିତା ଶାହଙ୍କୁ ପିଲାଟି ବେଳୁ ଗୋଟିଏ ଗୋଡ ହରାଇବାକୁ ପଡ଼ିଥିଲା। ତେବେ ଏଭଳି ଅବସ୍ଥାରେ ବି ସେ ଅକ୍ଷମ ନୁହେଁ ସକ୍ଷମ ବୋଲି ପ୍ରମାଣ କରିଛନ୍ତି ଅଙ୍କିତା।

କର୍କଟ ପୀଡ଼ିତ ବାପାଙ୍କୁ ସୁସ୍ଥ କରିବା ପାଇଁ ଗତ ୬ମାସ ହେବ ସବୁ ବାଧାବିଘ୍ନକୁ ପଛ କରି ଅଟୋ ଚଳାଇବା ଶିଖି ଦୁଇ ପଇସା ରୋଜଗାର କରିଛନ୍ତି ଅଙ୍କିତା। ତେବେ ଅହମ୍ମଦାବାଦରେ ଏଭଳି ଘଟଣା ପ୍ରଥମ ଥର ଦେଖିବାକୁ ମିଳିଥିବା କୁହାଯାଉଛି।

publive-image oneindia

ଅଙ୍କିତା ଶାହା କହନ୍ତି, ଆମେ ମୂଳତଃ ସୁରଟର ବାସିନ୍ଦା । ପିଲାଦିନେ ପୋଲିଓ କାରଣରୁ ମୋର ଡାହାଣ ଗୋଡକୁ କାଟିବାକୁ ପଡ଼ିଥିଲା। ମୁଁ ଅର୍ଥନୀତିରେ ସ୍ନାତକ ହାସଲ କରିଛି। ପାଞ୍ଚ ଭାଇ-ଭଉଣୀ ଭିତରୁ ମୁଁ ସବୁଠାରୁ ବଡ଼। ପରିବାରର ଆର୍ଥିକସ୍ଥିତି ଠିକ୍‌ ନ ଥିବାରୁ ୨୦୧୨ରେ ଅହମ୍ମଦାବାଦ ଆସି ଏକ କଲ ସେଣ୍ଟରରେ କାମ କରିବା ଆରମ୍ଭ କରିଥିଲି। ୧୨ଘଣ୍ଟା କାମ କରିବା ପରେ ମୋତେ ୧୨ହଜାର ଟଙ୍କା ମିଳୁଥିଲା।

ଏହି ସମୟରେ ବାପା କର୍କଟ ଆକ୍ରାନ୍ତ ବୋଲି ଜଣାପଡ଼ିଥିଲା। ଏହା ଜାଣିବା ପରେ ମୋର ପାଦତଳୁ ମାଟି ଖସିଗଲା ଭଳି ଅନୁଭବ ହୋଇଥିଲା। ଏହା ସତ୍ତ୍ୱେ  ମନକୁ ଦୃଢ଼ କରି ଆଗକୁ କ’ଣ କରିବାକୁ ହେବ ତାହା ଚିନ୍ତା କରିଥିଲି। ବାପାଙ୍କ ଚିକିତ୍ସା ପାଇଁ ମୋତେ ବାରମ୍ବାର ଅହମ୍ମଦାବାଦରୁ ସୁରଟ ଯିବାକୁ ପଡ଼ୁଥିଲା। କଲ ସେଣ୍ଟରରେ ଛୁଟି ବି ବହୁତ କମ୍‌ ମିଳୁଥିଲା।
ତେଣୁ ମୋତେ ଘରକୁ ଯିବା ପାଇଁ ବହୁତ ଅସୁବିଧା ହେଉଥିଲା।

Image result for ankita-shah-has-been-driving-auto-rickshaw Navbharat Times

ଏଭଳି ପରିସ୍ଥିତିରେ କଲ୍‌ ସେଣ୍ଟରରୁ ଚାକିରି ଛାଡି ଦେଇଥିଲି। ଚାକିରି ଛାଡିବା ପରେ ଘର ଚଳାଇବା ବହୁତ କଷ୍ଟ ହୋଇ ପଡ଼ିଥିଲା। ଦିବ୍ୟାଙ୍ଗ ହୋଇଥିବାରୁ ମୋତେ ଅନ୍ୟ କୌଣସି ଚାକିରି ବି ମିଳି ପାରୁ ନଥିଲା। ଏପରି କିଛିଦିନ ଗଲା ପରେ ମୋର ଜଣେ ଦିବ୍ୟାଙ୍ଗ ସାଙ୍ଗ ଲାଲଜି ବାରୋଟ ମୋତେ ଅଟୋ ଚଳାଇବା ଶିଖାଇଥିଲେ। ଅଟୋ ଚଳାଇବା ଶିଖିବା ପରେ ୮ଘଣ୍ଟା ଭିତରେ ମୁଁ ୨୦ହଜାର ଟଙ୍କା ରୋଜଗାର କରି ବାପାଙ୍କ କର୍କଟ ଚିକିତ୍ସା କରିବା ସହିତ ପରିବାର ବି ପୋଷିପାରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe