ଅଙ୍କୁର ବିଚାର: ଘରୁ ଆରମ୍ଭ ସବୁଜିମା

Advertisment
ଅଙ୍କୁର ବିଚାର: ଘରୁ ଆରମ୍ଭ ସବୁଜିମା

କଥାରେ ଅଛି ଯଦି ନିଜେ ସଚେତନ ହେବା ତେବେ ଦୁନିଆ ମଧ୍ୟ ସଚେତନ ହେବ। ସେଥିପାଇଁ ପ୍ରତ୍ୟେକ କାର୍ଯ୍ୟ ନିଜଠାରୁ ଆରମ୍ଭ କରିବା ଦରକାର। ମତେ ତ ‌ଗଛ ବହୁତ ଭଲ ଲାଗେ। ମୋ ମା’ଙ୍କ ସହିତ ମଁୁ ବି ବଗିଚା କାମ କରେ। ମୋ ହିସାବରେ ସବୁଜ ସୁନ୍ଦର ପରିବେଶ ତିଆରି କରିବାକୁ ହେଲେ ନିଜ ଘରୁ କାମ ଆରମ୍ଭ କରିବା ଉଚିତ। ଛାତ ଉପରେ ଆମେ ବିଭିନ୍ନ ପ୍ରକାର ଔଷଧୀୟ ଗଛ ଲଗାଇପାରିବା। ଏହାଦ୍ବାରା ବାୟୁମଣ୍ଡଳକୁ ଲାଭ ମିଳିବା ସହିତ ଆମକୁ ମଧ୍ୟ ଔଷଧ ମିଳିଯା‌ଇଥାଏ। ଘରର ପରିବା ଚୋପା, ବଳକା ଖାଦ୍ୟକୁ ଯଦି ଆମେ ଏଣେତେଣେ ନ ଫିଙ୍ଗି ଗୋଟିଏ କୁଣ୍ଡ କରି ସେଥିରେ ମାଟି ସହିତ ପୋତିବା ତେବେ ଆମେ ଉର୍ବର ମାଟି ପାଇପାରିବା। ରାସାୟନିକ ଔଷଧ ନ ମିଶାଇ ଗୋବର ବ୍ୟବହାର କରିପାରିବା। ସୁସ୍ଥ ପରିବେଶ ଓ ଉତ୍ତମ ବାତାବରଣ ପାଇଁ ଏପରି ବିକଳ୍ପକୁ ଆପଣେଇଲେ ହିଁ ଆମେ ସୁନ୍ଦର ପୃଥିବୀ ନିର୍ମାଣର ଏକ ଅଂଶ ହୋଇପାରିବା।

- ମୋହିତ କୁମାର ସାହୁ
ସପ୍ତମ ଶ୍ରେଣୀ, ଜବାହର ନବୋଦୟ ବିଦ୍ୟାଳୟ, ଅନୁଗୁଳ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe