ଅଙ୍କୁର ବିଚାର: କାଉ ବଂଶକୁ ରକ୍ଷା କରିବା

Advertisment
ଅଙ୍କୁର ବିଚାର: କାଉ ବଂଶକୁ ରକ୍ଷା କରିବା

ଦିନକୁ ଦିନ କାଉଙ୍କ ବଂଶ ଲୋପ ହେବାରେ ଲାଗିଛି। କାଉମାନେ ଉଭାନ ପଛରେ ବାସସ୍ଥଳୀ ସଙ୍କଟ, କୃଷିରେ କୀଟନାଶକ ଭଳି ରାସାୟନିକ ଦ୍ରବ୍ୟର ପ୍ରୟୋଗ କାରଣ ହୋଇପାରେ ବୋଲି ଅନୁମାନ କରାଯାଉଛି। ବଡ଼ ବଡ଼ ଗଛ ଲୋପ ପାଇବାଦ୍ବାରା କାଉମାନେ ତାଙ୍କ ବାସସ୍ଥାନ ହରାଇ ବସିଛନ୍ତି। ମାନବ ସମାଜ ପାଇଁ ଏହା ଏକ ଦୁଃଖଦ ଖବର। ପ୍ରଦୂଷିତ, ବିଷାକ୍ତ ଓ ଅସୁରକ୍ଷିତ ପରିବେଶ ପାଇଁ କାଉ ବଂଶ ବିଲୋପ ହେବାକୁ ବସିଛି। କାଉଙ୍କର ଆଦର କମ୍‌, କିନ୍ତୁ ସେମାନେ ଆମ ପରିବେଶ ପାଇଁ ବହୁତ ଉପଯୋଗୀ। କାଉଙ୍କ ସଂଖ୍ୟା କମ୍‌ ହେଲେ ପରିବେଶର ଆବର୍ଜନାକୁ ଖାଇ ସଫା କରିବ କିଏ? ଏହା ସମସ୍ତଙ୍କ ପାଇଁ ପ୍ରଶ୍ନବାଚୀ ହେବା ଉଚିତ। ସେଥିପାଇଁ କାଉଙ୍କ ସୁରକ୍ଷା ପାଇଁ ଆମ ସମସ୍ତଙ୍କୁ ଏକାଠି ହେବାକୁ ପଡ଼ିବ। ସରକାରଙ୍କଠାରୁ ଆରମ୍ଭ କରି ଆମେ ସମସ୍ତେ ଏଥି ପ୍ରତି ଧ୍ୟାନ ଦେବା ଗୁରୁତ୍ବପୂର୍ଣ୍ଣ।
- ଶୁଭ୍ରାଂଶୁ ଶେଖର ପୃଷ୍ଟି
ଷଷ୍ଠ ଶ୍ରେଣୀ, ମଡେଲ୍‌ ଗ୍ଲୋବାଲ୍‌ ସ୍କୁଲ୍‌, ଡୁବୁରି, ଯାଜପୁର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe