ଇତିହାସ ରଚିଲେ ଅନ୍ନପୂର୍ଣ୍ଣା

ଭାରତର ପ୍ରଥମ ମହିଳା ସିନେମା ନିର୍ଦେଶିକା ଭାବେ ଅନ୍ନପୂର୍ଣ୍ଣା ରାୟ ୮୨ତମ ଭେନିସ୍‌ ଫିଲ୍ମ ଫେଷ୍ଟିଭାଲ୍‌ରେ ଶ୍ରେଷ୍ଠ ନିର୍ଦେଶକ ପୁରସ୍କାର ହାସଲ କରିଛନ୍ତି। ଅନ୍ନପୂର୍ଣ୍ଣାଙ୍କ ପ୍ରଥମ ଫିଚର ଫିଲ୍ମ ‘ସଙ୍ଗ୍‌ସ ଅଫ୍ ଫର୍‌ଗଟନ୍‌ ଟ୍ରିଜ୍‌’ ପାଇଁ ତାଙ୍କୁ ସମ୍ମାନଜନକ ‘ଓରିଜୋଣ୍ଟି ଆଵାର୍ଡ’ ମିଳିଛି।

dsfhshfh

ଭାରତର ପ୍ରଥମ ମହିଳା ସିନେମା ନିର୍ଦେଶିକା ଭାବେ ଅନ୍ନପୂର୍ଣ୍ଣା ରାୟ ୮୨ତମ ଭେନିସ୍‌ ଫିଲ୍ମ ଫେଷ୍ଟିଭାଲ୍‌ରେ ଶ୍ରେଷ୍ଠ ନିର୍ଦେଶକ ପୁରସ୍କାର ହାସଲ କରିଛନ୍ତି। ଅନ୍ନପୂର୍ଣ୍ଣାଙ୍କ ପ୍ରଥମ ଫିଚର ଫିଲ୍ମ ‘ସଙ୍ଗ୍‌ସ ଅଫ୍ ଫର୍‌ଗଟନ୍‌ ଟ୍ରିଜ୍‌’ ପାଇଁ ତାଙ୍କୁ ସମ୍ମାନଜନକ ‘ଓରିଜୋଣ୍ଟି ଆଵାର୍ଡ’ ମିଳିଛି। ସାହସିକ ନୂଆ ଚଳଚ୍ଚିତ୍ରକୁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ଏକମାତ୍ର ଭାରତୀୟ ଚଳଚ୍ଚିତ୍ର ଭାବେ ଏହା ଏଥର ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲା। ଲୋକପ୍ରିୟ ନିର୍ଦେଶକ ଅନୁରାଗ କଶ୍ୟପ ଏହାକୁ ଉପସ୍ଥାପନ କରିଥିଲେ।

ଜୁରି ସଭାପତି ଜୁଲିଆ ଡୁକୋନୌ ଏହି ପୁରସ୍କାର ଘୋଷଣା କରିଥିବା ବେଳେ ଅନ୍ନପୂର୍ଣ୍ଣା ଏକ ଧଳା ଶାଢ଼ି ପିନ୍ଧି ମଞ୍ଚରେ ପଦାର୍ପଣ କରିଥିଲେ। ସେ ଏହି ପୁରସ୍କାରକୁ ନିଜ ଜନ୍ମସ୍ଥାନ ପୁରୁଲିଆ (ପଶ୍ଚିମବଙ୍ଗ) ଓ ସମଗ୍ର ଦେଶକୁ ଉତ୍ସର୍ଗ କରିଛନ୍ତି। ଏହି ଅବସରରେ ସେ ପାଲେଷ୍ଟାଇନ୍‌ ଯୁଦ୍ଧର ବିଭୀଷିକା ସମ୍ପର୍କରେ ମଧ୍ୟ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିଲେ। ‘ସଙ୍ଗ୍‌ସ ଅଫ୍ ଫର୍‌ଗଟନ୍‌ ଟ୍ରିଜ୍‌’ ଚଳଚ୍ଚିତ୍ର କେନ୍ଦ୍ରରେ ଅଛି ମୁମ୍ବାଇରେ ଦୁଇଜଣ ମହିଳାଙ୍କ ସଂଘର୍ଷର କାହାଣୀ। ଜଣେ ପ୍ରବାସୀ ଅଭିନେତ୍ରୀ ହେବାର ଆଶାୟୀ ତ ଅନ୍ୟ ଜଣେ କର୍ପୋରେଟ୍‌ରେ କାର୍ଯ୍ୟରତ। ଏଥିରେ ଦୁଇ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ନାଜ ଶେଖ ଓ ସୁମୀ ବଘେଲ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe