ଏକ କାର୍ଯ୍ୟକ୍ରମରେ ରାସ୍ତାରେ ଚାଲନ୍ତି ମୃତଦେହ !

ଏକ କାର୍ଯ୍ୟକ୍ରମରେ ରାସ୍ତାରେ ଚାଲନ୍ତି ମୃତଦେହ !

ସାଣ୍ଟିଆଗୋ: ଶୀର୍ଷକ ପଢ଼ି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣା ଟି ହେଉଛି ଏପରି, ଦଶମ ଜୋମ୍ବି ୱାକ ଶନିବାର ଚିଲିର ସାଣ୍ଟିଆଗୋରେ ଅନୁଷ୍ଠିତ ହୋଇଛି। ଆମେରିକାର ଏକ ଟେଲିଭିଜନ ସୋ’ରୁ ଏହି ଜୋମ୍ବି ୱାକର ଆୟୋଜନ କରାଯାଇଛି। ଏହାର ନାମ ରହିଛି ‘ଦି ୱାକିଂ ଡେଡ’ ଅର୍ଥାତ ଚଳନ୍ତା ମୃତଦେହ। ଏଥିରେ ପ୍ରାୟ ଶହେରୁ ଅଧିକ ଲୋକ ଯୋଗ ଦେଇଛନ୍ତି।

publive-image

ସୂଚନାଯୋଗ୍ୟ, ଏଭଳି ଏକ ଅଦ୍ଭୁତ ୱାକର ଚିଲିରେ ଆୟୋଜିତ ହୁଏ। ଆଉ ପିଲା ଠାରୁ ବୃଦ୍ଧା ଯାଏଁ ସମସ୍ତେ ଏହି ଉତ୍ସବରେ ସାମିଲ ହୋଇ ବେଶ ଉପଭୋଗ କରିଥାନ୍ତି। ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ଲୋକମାନେ ମୃତଦେହ ଭଳି ମୁହଁରେ ତାଜା ରକ୍ତ ଭଳି ଚିତ୍ରିତ କରିବା ସହ ବିଭିନ୍ନ ବେଶରେ ରାସ୍ତାରେ ଚାଲିଚାଲି ଯିବା ଦେଖିବା ପାଇଁ ମିଳିଥାଏ। ନିଜ ନିଜର ଲୁକ ହିସାବରେ ଅଭିନୟ କରି ଚାଲିଥାନ୍ତି। ହଠାତ ଯଦି କେହି ଏହି ଦୃଶ୍ୟ ଦେଖେ ତେବେ ନିଶ୍ଚିତ ଭୟଭୀତ ହେଇଯିବେ, ଭାବିବେ ମୃତଦେହ ରାସ୍ତାରେ ପୁଣି କେମିତି ଚାଲୁଛି। ଏଭଳି ସମାନ ୱାକ ସାରା ବିଶ୍ୱରେ ହେବାର ଯୋଜନା ପ୍ରସ୍ତୁତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe