ଅଧିକ ଲୁଣିଆ ହେଉଛି ଆଣ୍ଟାର୍କଟିକା

ଆଣ୍ଟାର୍କଟିକା ଚାରିପାଖ ସମୁଦ୍ରର ଜଳ ଦ୍ରୁତ ଗତିରେ ଲୁଣିଆ ହେବା ସହ ସମୁଦ୍ରରେ ଥିବା ବରଫ ରେକର୍ଡ ବେଗରେ ତରଳୁଥିବା ଏକ ସଦ୍ୟ ଅଧ୍ୟୟନରୁ ଜଣାଯାଇଛି। ୨୦୧୫ ପରଠାରୁ ଆଣ୍ଟାର୍କଟିକା ମହାଦେଶରେ ଗ୍ରିନଲ୍ୟାଣ୍ଡ୍‌ ଆକାରର ବରଫ ତରଳିଯାଇଛି....

dgjdgjjgdcnbnnb

ଆଣ୍ଟାର୍କଟିକା ଚାରିପାଖ ସମୁଦ୍ରର ଜଳ ଦ୍ରୁତ ଗତିରେ ଲୁଣିଆ ହେବା ସହ ସମୁଦ୍ରରେ ଥିବା ବରଫ ରେକର୍ଡ ବେଗରେ ତରଳୁଥିବା ଏକ ସଦ୍ୟ ଅଧ୍ୟୟନରୁ ଜଣାଯାଇଛି। ୨୦୧୫ ପରଠାରୁ ଆଣ୍ଟାର୍କଟିକା ମହାଦେଶରେ ଗ୍ରିନଲ୍ୟାଣ୍ଡ୍‌ ଆକାରର ବରଫ ତରଳିଯାଇଛି, ଯାହା ଗତ ଦଶନ୍ଧିର ସବୁଠାରୁ ବଡ଼ ପରିବେଶଗତ ପରିବର୍ତ୍ତନ। ବରଫ ତରଳିବା ସାଧାରଣତଃ ସମୁଦ୍ରକୁ ସତେଜ କରିଥାଏ, କିନ୍ତୁ ନୂତନ ଉପଗ୍ରହ ତଥ୍ୟ ଦର୍ଶାଉଛି ଯେ ଏହା ବିପରୀତ କାର୍ଯ୍ୟ କରୁଛି। ବରଫ ତରଳିବା ସମୟରେ ସମୁଦ୍ରରେ ଗଚ୍ଛିତ ଅଧିକ ତାପ ବାୟୁମଣ୍ଡଳକୁ ଯାଇଥାଏ, ଯାହା ବିଶ୍ୱ ଉଷ୍ମତାକୁ ତ୍ୱରାନ୍ୱିତ କରିବା ସହ ଝଡ଼ର ସଂଖ୍ୟା ଓ ତୀବ୍ରତା ବୃଦ୍ଧି କରେ। ଏହା ସ୍ଥଳଭାଗରେ ଉଷ୍ମଲହରି ଆଣେ ଏବଂ ଆଣ୍ଟାର୍କଟିକାର ବରଫ ଚାଦରକୁ ଆହୁରି ତରଳାଇ ବିଶ୍ୱ ସ୍ତରରେ ସମୁଦ୍ର ସ୍ତରକୁ ବୃଦ୍ଧି କରେ।

ଗବେଷକମାନେ ସଂଗୃହୀତ ତଥ୍ୟରୁ ସମୁଦ୍ରର ଲବଣତା, ତାପମାତ୍ରା ଓ ସମୁଦ୍ର ବରଫରେ ପରିବର୍ତ୍ତନର ୧୫ ବର୍ଷର ଚିତ୍ର ପ୍ରସ୍ତୁତ କଲା ପରେ ଏକ ଆଶ୍ଚର୍ଯ୍ୟଜନକ ନିର୍ଯାସ ମିଳିଛି। ସାଧାରଣତଃ, ସମୁଦ୍ର ପୃଷ୍ଠରେ ଥଣ୍ଡା ମଧୁର ଜଳ ଥାଏ ଏବଂ ତଳେ ଉଷ୍ମ ଲୁଣିଆ ପାଣି ରହିଥାଏ। ଏହି ସ୍ତରୀକରଣ ସମୁଦ୍ର ଗର୍ଭରେ ତାପକୁ ଫସାଇ ରଖେ, ପୃଷ୍ଠ ଜଳକୁ ଥଣ୍ଡା ରଖି ସମୁଦ୍ର ବରଫ ଗଠନ କରିବାରେ ସାହାଯ୍ୟ କରେ। ଲୁଣିଆ ପାଣି ଅଧିକ ସଘନ ହେଇଥିବାରୁ ତାହା ଭାରୀ ହୋଇଥାଏ। ତେଣୁ, ଯେତେବେଳେ ପୃଷ୍ଠ ଜଳ ଅଧିକ ଲୁଣିଆ ହୁଏ, ତାହା ସହଜରେ ବୁଡ଼ିଯାଏ ଏବଂ ଗଭୀର ସମୁଦ୍ରର ତାପମାତ୍ରା ବଢ଼ାଇଦିଏ। ସମୁଦ୍ର ବରଫ ଏକ ବିଶାଳ ଦର୍ପଣ ପରି ସୂର୍ଯ୍ୟକିରଣକୁ ପ୍ରତିଫଳିତ କରିଦେଇଥାଏ। ଏହା ବିନା ଅଧିକ ସୌରଶକ୍ତି ପୃଥିବୀରେ ରହିଯାଏ, ଯାହା ବିଶ୍ୱ ଉଷ୍ମତାକୁ ତ୍ୱରାନ୍ୱିତ କରେ, ଝଡ଼କୁ ତୀବ୍ର କରେ ଏବଂ ବିଶ୍ୱବ୍ୟାପୀ ଉପକୂଳବର୍ତ୍ତୀ ସହରଗୁଡ଼ିକରେ ସମୁଦ୍ର ସ୍ତର ବୃଦ୍ଧି କରିଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe