ଖୁବ୍‌ଶୀଘ୍ର ରେଲୱେ ଷ୍ଟେସନରେ ଲାଗିବାକୁ ଯାଉଛି ‘ଏନି ଟାଇମ୍ ପିଜ୍ଜା ମେସିନ୍’ : ଗ୍ରାହକଙ୍କ ସାମନାରେ ପ୍ରସ୍ତୁତ ହେବା ସହ ମାତ୍ର ୮ ମିନିଟରେ ମିଳିବ ପିଜ୍ଜା!

Advertisment
ଖୁବ୍‌ଶୀଘ୍ର ରେଲୱେ ଷ୍ଟେସନରେ ଲାଗିବାକୁ ଯାଉଛି ‘ଏନି ଟାଇମ୍ ପିଜ୍ଜା ମେସିନ୍’ : ଗ୍ରାହକଙ୍କ ସାମନାରେ ପ୍ରସ୍ତୁତ ହେବା ସହ ମାତ୍ର ୮ ମିନିଟରେ ମିଳିବ ପିଜ୍ଜା!

ଟ୍ରେନ୍‌ ଯାତ୍ରୀଙ୍କ ସୁବିଧା ନିମନ୍ତେ ରେଳବାଇ ପକ୍ଷରୁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଏଥିସହିତ ଷ୍ଟେସନରେ ଯାତ୍ରୀମାନଙ୍କୁ ସୁଷମ ଖାଦ୍ୟପାନୀୟ ସହ ଉନ୍ନତମାନର ସେବା ଯୋଗାଇଦେବା ଲକ୍ଷ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ଜାରି ରହିଛି। ଇତିମଧ୍ୟରେ ଷ୍ଟେସନଗୁଡ଼ିକରେ ଆଉ ଏକ ସୁବିଧା ଯୋଗାଇ ଦେବା ପାଇଁ ଯାଉଛି ରେଳବାଇ। ରେଲୱେ ଷ୍ଟେସନରେ ଏଣିକି ଏଟିଏମ୍‌ ଭଳି ଏନି ଟାଇନ୍‌ ପିଜ୍ଜା ମେସିନ ଲଗାଇବାକୁ ନିଆଯାଉଛି ପଦକ୍ଷେପ । ପଶ୍ଚିମ ରେଳବାଇ ଓ ଭାରତୀୟ ରେଳବାଇ କ୍ୟାଟରିଙ୍ଗ ଆଣ୍ଡ୍ ଟୁରିଜିମ୍ କର୍ପୋରେସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି।

publive-image

ଇନ୍ଦୋର ସହିତ ରତଲାମ ମଣ୍ଡଳର ସମସ୍ତ ଷ୍ଟେସନରେ ଅତି ଶୀଘ୍ର ଏନି ଟାଇମ୍ ପିଜ୍ଜା ମେସିନ୍ ସ୍ଥାପନ କରାଯିବ । ଏଥିରେ ଗ୍ରାହକଙ୍କୁ ୮ ମିନିଟରେ ପିଜ୍ଜା ମିଳିବ । ଏଥିରେ ଶୁଦ୍ଧତାର ମଧ୍ୟ ଗ୍ୟାରେଣ୍ଟି ରହିବ । ପେସେଂଜର ଫ୍ରେଣ୍ଡଲୀ ଷ୍ଟେସନ ନିର୍ମାଣ କରିବା ପାଇଁ ପଶ୍ଚିମ ରେଳବାଇ ଓ ଭାରତୀୟ ରେଳବାଇ କ୍ୟାଟରିଙ୍ଗ ଆଣ୍ଡ୍ ଟୁରିଜିମ୍ କର୍ପୋରେସନ୍ ଏହି ପଦକ୍ଷେପ ନେଇଛି । ମୁମ୍ବାଇରୁ ଏହା ଆରମ୍ଭ ହୋଇସାରିଛି । ପ୍ରାୟୋଗିକ ଭାବେ ଭାରତୀୟ ରେଳବାଇର ପ୍ରଥମ ମେସିନ୍ ଏଠି ଲଗାଯାଇଛି ।

publive-image

ପ୍ରୟୋଗ ସଫଳ ହେବାପରେ ଏହାକୁ ରତଲାମ ମଣ୍ଡଳର ସମସ୍ତ ଷ୍ଟେସନରେ ଲଗାଯିବ । ଏମିତି ପ୍ରଥମ ଥର ହେବ, ଯେତେବେଳେ ଗ୍ରାହକଙ୍କ ସାମନାରେ ହିଁ ମେସିନ୍ ରେ ପିଜ୍ଜା ପ୍ରସ୍ତୁତ ହେବ । ଏହି ମେସିନ୍ ରେ ୩ଟି ଚ୍ୟାମ୍ବର ଅଛି । ରତଲାମ ମଣ୍ଡଳର ଡିଆରଏମ୍ ଆରଏନ୍ ଶୁନକରଙ୍କ ମୁତାବକ ଏହି ମେସିନ୍ ଭାରତୀୟ ରେଳବାଇର ପ୍ରଥମ ପିଜ୍ଜା ଭେଣ୍ଡିଙ୍ଗ ମେସିନ୍ । ପିଜ୍ଜା ପାଇଁ କ୍ୟାସ, ଡେବିଟ୍ ଓ କ୍ରେଡିଟ୍ କାର୍ଡରେ ପୈଠ କରାଯାଇପାରିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe