ଆଣ୍ଡ୍ରଏଡ୍‌ ଫୋନ୍‌ରେ ବନ୍ଦ ହେବ ଆପ୍‌ ସାଇଡ୍‌ଲୋଡିଂ

ଏଣିକି ଆଣ୍ଡ୍ରଏଡ୍‌ ଫୋନ୍‌ରେ କୌଣସି ମନଲାଖି ଆପ୍‌କୁ ସାଇଡ୍‌ଲୋଡ୍‌ କରିବା ସମ୍ଭବ ହେବନାହିଁ। ଆଗରୁ ଜାରି ଥିବା ସହଜ ସାଇଡ୍‌ଲୋଡ୍‌ ପ୍ରକ୍ରିୟାକୁ ଗୁଗଲ୍‌ ଏକପ୍ରକାର ଅସମ୍ଭବ କରିଦେଇଛି।

gdjgdjgjy

ବିଶ୍ବସ୍ତରରେ ସର୍ବାଧିକ ଲୋକପ୍ରିୟତା ହାସଲ କରିଥିବା ସ୍ମାର୍ଟଫୋନ୍ ଅପରେଟିଂ ସିଷ୍ଟମ୍ ‘ଆଣ୍ଡ୍ରଏଡ୍‌’ର ବ୍ୟବହାରକାରୀଙ୍କ ପାଇଁ ଏକ ଅସ୍ବସ୍ତିକର ପରିବର୍ତ୍ତନ ଆଣିବାକୁ ଯାଉଛି। ଏଣିକି ଆଣ୍ଡ୍ରଏଡ୍‌ ଫୋନ୍‌ରେ କୌଣସି ମନଲାଖି ଆପ୍‌କୁ ସାଇଡ୍‌ଲୋଡ୍‌ କରିବା ସମ୍ଭବ ହେବନାହିଁ। ଆଗରୁ ଜାରି ଥିବା ସହଜ ସାଇଡ୍‌ଲୋଡ୍‌ ପ୍ରକ୍ରିୟାକୁ ଗୁଗଲ୍‌ ଏକପ୍ରକାର ଅସମ୍ଭବ କରିଦେଇଛି।

ଫଳରେ ବ୍ୟବହାରକାରୀମାନେ ନିଜ ପସନ୍ଦର ଆପ୍ଲିକେସନ୍‌ଗୁଡ଼ିକୁ କେବଳ ଗୁଗଲ୍‌ର ‘ପ୍ଲେ ଷ୍ଟୋର୍‌’ରୁ ଡାଉନ୍‌ଲୋଡ୍‌ କରିବାକୁ ବାଧ୍ୟ ହେବେ। ‘ପ୍ଲେ ଷ୍ଟୋର୍‌’ ଛଡ଼ା ଅନ୍ୟ କୌଣସି ଉତ୍ସରୁ ଆପ୍‌ ଡାଉନ୍‌ଲୋଡ କରିବା ପ୍ରକ୍ରିୟାକୁ ‘ସାଇଡ୍‌ଲୋଡିଂ’  କୁହାଯାଏ। ଏହି ପଦକ୍ଷେପ ଦ୍ବାରା କମ୍ପାନି ଲାଭ ବୃଦ୍ଧି କରିବା ସହିତ ବ୍ୟବହାରକାରୀଙ୍କ ଡେଟାର ସୁରକ୍ଷା  କରିପାରିବ। ଗୁଗଲ୍‌ ତାହାର ସ୍ବତନ୍ତ୍ର ପ୍ଲେ ଇଣ୍ଟିଗ୍ରିଟି ଏପିଆଇ (ଆପ୍ଲିକେସନ୍‌ ପ୍ରୋଗ୍ରାମିଂ ଇଣ୍ଟର୍‌ଫେସ୍‌) ସାହାଯ୍ୟରେ ‘ପ୍ଲେ ଷ୍ଟୋର୍‌’ ମାଧ୍ୟମରେ ଡାଉନ୍‌ଲୋଡ୍‌ ହୋଇଥିବା ଆପ୍‌ଗୁଡ଼ିକ ବୈଧ ନା ନାହିଁ, ତାହା ଉପରେ ନିଘା ରଖିବ। ଯଦି ଆପ୍‌ଟି ଅନ୍ୟ କୌଣସି ଉତ୍ସରୁ ସାଇଡ୍‌ଲୋଡ୍‌ ହୋଇଥିବ, ତେବେ ସଂପୃକ୍ତ ଆପ୍‌ ଯେପରି ଆଉ କାର୍ଯ୍ୟ ନ କରେ, ଏହି ଏପିଆଇ ତାହା ମଧ୍ୟ ସୁନିଶ୍ଚିତ କରାଇବ। ଅବଶ୍ୟ ସମ୍ପ୍ରତି ସାଇଡ୍‌ଲୋଡିଂ ଓ ଅନ୍ୟାନ୍ୟ ବ୍ୟାପାର ଉପରେ ନଜର ରଖିବା ଲାଗି କମ୍ପାନି ଟେସ୍କୋ ଓ ବିବ୍ଳେଡ୍‌ ଏକ୍ସ ପରି ଆପ୍‌ ଦ୍ବାରା ଏପିଆଇ ବ୍ୟବହାର ଜାରି ରଖିଛି।

ଉଲ୍ଲେଖଯୋଗ୍ୟ, ଆପଲ୍‌ ଆଇଫୋନ୍‌ରେ କୌଣସି ଆପ୍‌ ତାହାର ନିଜସ୍ବ ଆପ୍‌ ଷ୍ଟୋର୍‌ ଛଡ଼ା ଅନ୍ୟ କେଉଁଠାରୁ ଡାଉନ୍‌ଲୋଡ୍‌ କରିବା ସମ୍ଭବ ହେଉ ନଥିବା ବେଳେ ଆଣ୍ଡ୍ରଏଡ୍‌ ଅପରେଟିଂ ସିଷ୍ଟମ୍‌ ଦ୍ବାରା ପରିଚାଳିତ ଫୋନ୍‌ରେ ଖୁବ୍ ସହଜରେ ତଥା ସୁବିଧାରେ ଆପ୍‌ ସାଇଡ୍‌ଲୋଡ୍‌ ହୋଇପାରିଥାଏ। ମାତ୍ର ଏପରି ଆପ୍‌ ତାହାର ମୂଳ ଅଫିସିଆଲ୍‌ ଭର୍ସନ୍ ପରି କାର୍ଯ୍ୟ କରିନଥାଏ। ବେଳେ ବେଳେ ସେପରି ଆପ୍‌ ସହିତ ଭାଇରସ୍‌ ସଂଶ୍ଳିଷ୍ଟ ଥିବାରୁ ତାହା ବିପଦପୂର୍ଣ୍ଣ ହୋଇଥାଏ। ତେଣୁ ଏଣିକି ଆଣ୍ଡ୍ରଏଡ୍‌ ବ୍ୟବହାରକାରୀମାନେ ସୁରକ୍ଷା ପାଇଁ ସାଇଡ୍‌ଲୋଡିଂ ସୁବିଧା ହରାଇବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe