ଫୋନ୍‌ରେ ଡାଉନ୍‌ଲୋଡ୍‌ କରି ନିଅନ୍ତୁ ଏହି ଆପ୍‌,ବିଜୁଳି ମାରିବାର ୪୦ମିନିଟ୍‌ ପୂର୍ବରୁ ଦେବ ସୂଚନା

Advertisment
ଫୋନ୍‌ରେ ଡାଉନ୍‌ଲୋଡ୍‌ କରି ନିଅନ୍ତୁ ଏହି ଆପ୍‌,ବିଜୁଳି ମାରିବାର ୪୦ମିନିଟ୍‌ ପୂର୍ବରୁ ଦେବ ସୂଚନା

Dainik Bhaskar

ନୂଆଦିଲ୍ଲୀ : ବଜ୍ରାଘାତରେ ପ୍ରତିବର୍ଷ ୨୦୦୦ରୁ ୨୫୦୦ ଲୋକ ପ୍ରାଣ ହରାଉଛନ୍ତି । ଏଭଳି ପରିସ୍ଥିତିରୁ ଲୋକମାନଙ୍କୁ ସୁରକ୍ଷା ଦେବା ପାଇଁ କେନ୍ଦ୍ର ସରକାରଙ୍କ ପୃଥ୍ଵୀ ବିଜ୍ଞାନ ମନ୍ତ୍ରାଳୟ ଏକ ଏମିତି ଆପ୍‌ ତିଆରି କରିଛନ୍ତି, ଯାହା ବିଜୁଳି ମାରିବାର ୩୦-୪୦ ମିନିଟ୍‌ ପୂର୍ବରୁ ସୂଚନା ଦେବ । ଯାହାର ନାମ ‘ଦାମିନି’ ରଖାଯାଇଛି । ଏହି ଆପ୍‌ ବିଜୁଳି ମାରିବାର ୪୦ମିନିଟ୍‌ ପୂର୍ବରୁ ସୂଚନା ଦେବା ସହ ବର୍ତ୍ତିବାର ଉପାୟ ମଧ୍ୟ ଜଣାଇଥାଏ । ଏହାକୁ ଆପଣ ଗୁଗଲ ପ୍ଲେ ଷ୍ଟୋରରୁ ମାଗଣାରେ ଡାଉନ୍‌ଲୋଡ୍‌ କରିପାରିବେ । ଏହି ଆପ୍‌କୁ ତିଆରି କରିବା ପାଇଁ ପ୍ରାୟ ୬ ମାସ ହେଲା କାମ ଚାଲୁ ରହିଥିଲା । ଶେଷରେ ଲୋକମାନଙ୍କ ସୁରକ୍ଷା ପାଇଁ ଏହି ଆପ୍‌କୁ କାମରେ ଲଗାଇବାକୁ ଚିନ୍ତା କରିଛି ଇଣ୍ଡିଆନ୍‌ ଇନ୍‌ଷ୍ଟିଟିଉଟ୍‌ ଅଫ୍‌ ଟେକ୍‌ନୋଲୋଜି ମାଦ୍ରାସ( ଆଇଆଇଟିଏମ୍‌)।

publive-image mumbaiaaspaas.com

ଏହି ଆପ୍‌କୁ ତିଆରି କରିଥିବା ଆଇଆଇଟିଏମ ଟିମ୍‌ର ମୁଖ୍ୟ ବରିଷ୍ଟ ବୈଜ୍ଞାନିକ ସୁନୀଲ ପାଓ୍ଵାରଙ୍କ କହିବା ଅନୁଯାୟୀ, ‘ଏହି ଆପ୍‌ ବିଜୁଳି ମାରିବାର ପୂର୍ବ ସୂଚନା ଦେବା ସହ ପ୍ରାଥମିକ ଉପଚାର ବିଷୟରେ ମଧ୍ୟ ଜଣାଇଥାଏ । ଚାଷ ଜମିରେ କାମ କରୁଥିବା ସମୟରେ, କେଉଁ ସ୍ଥାନକୁ ଯାତ୍ରା କରୁଥିବା ସମୟରେ, ଘରର ଆଖପାଖରେ କାମ କରୁଥିବା ଆଦି ସମୟରେ ବିଜୁଳି ମାରିବାର ଚେତାବନୀ ମିଳିପାରିବ। ଏହାଛଡ଼ା ନିଜକୁ କିପରି ରକ୍ଷା କରି ହେବ ସେ ବିଷୟରେ ବି ସୂଚନା ଚିତ୍ର ଆପ୍‌ ଜରିଆରେ ଦିଆଯିବ ।’

ଏହି ଆପ୍‌ ୨୦ କିଲୋମିଟର ଭିତରେ ହେବାକୁ ଥିବା ବଜ୍ରାଘାତ ବିଷୟରେ ଜଣାଇ ଦେଇଥାଏ । ଏବେ ଆପ୍‌ରେ ହିନ୍ଦି ଏବଂ ଇଂରାଜି ଭାଷାରେ ସୂଚନା ଦିଆଯାଉଥିବା ବେଳେ ଆଗକୁ ଆଞ୍ଚଳିକ ଭାଷାରେ ମଧ୍ୟ ସୂଚନା ଦିଆଯିବ ବୋଲି କହିଛନ୍ତି ବରିଷ୍ଟ ବୈଜ୍ଞାନିକ ସୁନୀଲ ପାଓ୍ଵାର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe