ଦିନକୁ ଏତେ କୋଟି ଆୟ କରନ୍ତି ଆପଲ୍ ସିଇଓ ଟିମ୍ କୁକ୍

ଦିନକୁ ଏତେ କୋଟି ଆୟ କରନ୍ତି ଆପଲ୍ ସିଇଓ ଟିମ୍ କୁକ୍

ମୁମ୍ବାଇ: ଭାରତର ଆର୍ଥିକ ରାଜଧାନୀ ମୁମ୍ବାଇର ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସ (ବିକେସି)ରେ ଓ ଦିଲ୍ଲୀର ସାକେତରେ ଆମେରିକୀୟ ଫୋନ୍ ନିର୍ମାତା ଆପଲ୍‌ ଏହାର ଦୁଇଟି ଅଫିସିଆଲ ଷ୍ଟୋର୍‌ ଖୋଲିଛି। ମୁମ୍ବାଇ ଓ ଦିଲ୍ଲୀରେ ଖୋଲାଯାଇଥିବା ଷ୍ଟୋର ପାଇଁ ଆପଲ ଦେଉଥିବା ଭଡ଼ା ପାଖାପାଖି ସମାନ ରହିଛି। ମୁମ୍ବାଇ ଓ ଦିଲ୍ଲୀରେ ଷ୍ଟୋର ଖୋଲିବା ସମୟରେ କମ୍ପାନିର ସିଇଓ ଟିମ୍ କୁକ୍ ଉପସ୍ଥିତ ଥିବା ବେଳେ ଏବେ ତାଙ୍କର ଦିନକର ଆୟ ସାମ୍ନାକୁ ଆସିଛି। ଆପଣ ଜାଣନ୍ତି କି ଏତେ ବଡ଼ କମ୍ପାନିର ସିଇଓ ଟିମ୍ କୁକ୍ ଦିନକୁ କେତେ ଟଙ୍କା ଆୟ କରନ୍ତି।

ଫୋର୍ବସ ଦେଇଥିବା ସୂଚନା ଅନୁଯାୟୀ, ଟିମ୍ କୁକ୍ ୧୪ହଜାର କୋଟିର ମାଲିକ ଅଟନ୍ତି। ୨୦୨୨ମସିହାରେ, କୁକ୍ ୯୯.୪ ନିୟୁତ ଡଲାର ବା ୮୧୫ କୋଟି ଟଙ୍କା ପାଇଥିଲେ, ଯେଉଁଥିରେ ୩ନିୟୁତ ଡଲାର୍ ଦରମା ଅନ୍ତର୍ଭୁକ୍ତ ଥିଲା। ଏହା ବ୍ୟତୀତ ସେୟାର ବାବଦ ଆୟ ଏବଂ ବୋନସ୍ ଆକାରରେ ତାଙ୍କୁ ୮୩ ନିୟୁତ ଡଲାର ମିଳିଥିଲା ​। ୨୦୨୨ମସିହାରେ, କୁକ୍ ୯୯.୪ ନିୟୁତ ଡଲାର ପାଇଥିବା ବେଳେ ୨୦୨୧ରେ ସେ ୯୮.୭ ନିୟୁତ ଡଲାର ପାଇଥିଲେ। ତେବେ ୨୦୨୩ରେ ତାଙ୍କ ଦରମା କଟାଯାଇ ତାଙ୍କୁ ୪୯ ନିୟୁତ ଡଲାର ବା ୪୦୧କୋଟି ଟଙ୍କା ମିଳିବ। ଏହାକୁ ଦେଖିଲେ ଟିମ କୁକଙ୍କ ଦିନକର ଆୟ ୧.୧୦କୋଟି ବୋଲି ସ୍ପଷ୍ଟ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe