ଜାଣନ୍ତୁ , କାହିଁକି ପୂଜାପରେ ନାଭିରେ ଅତର ଲଗାଇବା ଉଚିତ?

Advertisment
ଜାଣନ୍ତୁ , କାହିଁକି ପୂଜାପରେ ନାଭିରେ ଅତର ଲଗାଇବା ଉଚିତ?

photo--speakingtree

ପୂଜାରେ ସୁଗନ୍ଧର ପ୍ରୟୋଗ ଅବଶ୍ୟ କରାଯାଇଥାଏ। ପୂଜାରେ ଏଥିପାଇଁ ପୁଷ୍ପ,ଧୂପ ଓ ଅତର ଦିଆଯାଇଥାଏ।ଶାସ୍ତ୍ରରେ ଅତର ପ୍ରୟୋଗର ବିଭିନ୍ନ ଆବଶ୍ୟକତା ରହିଛି ବୋଲି କୁହାଯାଏ। ଏବେ ଆପଣ ଜାଣନ୍ତୁ ଏଭଳି ଏକ ପଦ୍ଧତି ,ଯେଉଁଥିରେ ସକାଳେ ପୂଜାପରେ ଅତରର ପ୍ରୟୋଗ ଏପରି କରନ୍ତୁ ,ଯାହାଦ୍ୱାରା କି ଆପଣ ରାତାରାତି ଧନୀ ହୋଇଯିବେ,ଆପଣଙ୍କର ଭାଗ୍ୟ ବଦଳିଯିବ।

ଏଥିପାଇଁ ଆପଣଙ୍କର ଦିନଚର୍ଯ୍ୟାରେ କୌଣସି ପରିବର୍ତ୍ତନ କରିବାକୁ ପଡ଼ିବ ନାହିଁ। ଆପଣ ପ୍ରାତଃକାଳରେ ସ୍ନାନ ସାରି ପୂଜାପାଇଁ ଭଗବାନଙ୍କୁ ଧ୍ୟାନ କରନ୍ତୁ। ଏପରିକି ଫୁଲ,ଚନ୍ଦନ,ଧୂପ,ଦୀପ ଓ ଭୋଗ ଦେଇ ପୂଜାର୍ଚ୍ଚନା କରନ୍ତୁ। ଏହାପରେ କୌଣସି ଆଙ୍ଗୁଠିରେ ଗୋଲାପ ବା ଚନ୍ଦନର ଅତରର ଅଳ୍ପ କିଛି ନିଜର ନାଭିରେ ଲଗାନ୍ତୁ। ଏଥିପାଇଁ ଆପଣ ଯେକୌଣସି ବାସ୍ନାର ଅତରର ପ୍ରୟୋଗ କରିପାରନ୍ତି। କିନ୍ତୁ ଦୁଇଟି ବିଶେଷ ମନୋକାମନା ପୂରଣ ଲାଗି ଦୁଇଟି ସ୍ୱତନ୍ତ୍ର ବାସ୍ନାଯୁକ୍ତ ଅତର ବ୍ୟବହାର କରିଲେ ଅଧିକ ଲାଭକାରୀ ହୋଇଥାଏ।

publive-image photo--oneindia

ଧନ ସଂପର୍କୀତ ମନୋକାମନା ପୂରଣଲାଗି ଗୋଲାପ ଅତର ବ୍ୟବହାର କରିବା ଉଚିତ। କାରଣ ଧନର ଦେବୀ ମାତା ଲକ୍ଷ୍ମୀଙ୍କର ପ୍ରିୟ ପୁଷ୍ପ ହେଉଛି ଗୋଲାପ। ଏଣୁ ଆର୍ଥିକ ଦୁଃସ୍ଥିତିରୁ ମୁକ୍ତି ପାଇବା ଲାଗି ବା ଧନଲାଭ ଲାଗି ଏହାର ପ୍ରୟୋଗ ବିଧେୟ।
ଯଦି ଆପଣ ସମ୍ମାନ ବୃଦ୍ଧି ଲାଗି ଅତରର ପ୍ରୟୋଗ କରିବାକୁ ଚାହୁଁଛନ୍ତି,ତେବେ ଆପଣ ଚନ୍ଦନ ବାସ୍ନାଯୁକ୍ତ ଅତରର ପ୍ରୟୋଗ ନାଭିରେ କରନ୍ତୁ।ଏହି ଧରଣର ଅତର ନାଭିରେ ଲଗାଇଲେ ନିଜର ମାନ,ସମ୍ମାନ ବୃଦ୍ଧି ପାଇବା ସହିତ ଆପଣଙ୍କୁ ପ୍ରସିଦ୍ଧି ମଧ୍ୟ ମିଳିବ। ଖାଲି ସେତିକ ନୁହେଁ ଆପଣଙ୍କ ଚାକିରିରେ ବି ପଦୋନ୍ନତି ମିଳିବାର ସମ୍ଭାବନା ଅଧିକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe