medication without a medical certificate: ଡାକ୍ତରୀ ଚିଠା ବିନା ‘ଲାଲ ପଟି’ ଔଷଧ ନେଉଛନ୍ତି କି?

ଔଷଧ ଖୋଳରେ ଥିବା ଏକ ଲାଲ ରେଖା ବା ପଟି କେବେ ଲକ୍ଷ୍ୟ କରିଛନ୍ତି କି? ଏହା କେବଳ ଏକ ସାଜସଜ୍ଜା ବୈଶିଷ୍ଟ୍ୟ ନୁହେଁ। ସେହି ଲାଲ ପଟି ଭାରତ ସରକାରଙ୍କ ଦ୍ୱାରା ନିର୍ଦ୍ଦେଶିତ ଚେତାବନୀ ମଧ୍ୟରୁ ଗୋଟିଏ। ଲାଲ ପଟି ଚିହ୍ନିତ ଔଷଧଗୁଡ଼ିକୁ ଡାକ୍ତରୀ ଚିଠା ବିନା କେବେ ବି ବ୍ୟବହାର କରିବା ଉଚିତ ନୁହେଁ....

fhfshfhfsh

ଔଷଧ ଖୋଳରେ ଥିବା ଏକ ଲାଲ ରେଖା ବା ପଟି କେବେ ଲକ୍ଷ୍ୟ କରିଛନ୍ତି କି? ଏହା କେବଳ ଏକ ସାଜସଜ୍ଜା ବୈଶିଷ୍ଟ୍ୟ ନୁହେଁ। ସେହି ଲାଲ ପଟି ଭାରତ ସରକାରଙ୍କ ଦ୍ୱାରା ନିର୍ଦ୍ଦେଶିତ ଚେତାବନୀ ମଧ୍ୟରୁ ଗୋଟିଏ। ଲାଲ ପଟି ଚିହ୍ନିତ ଔଷଧଗୁଡ଼ିକୁ ଡାକ୍ତରୀ ଚିଠା ବିନା କେବେ ବି ବ୍ୟବହାର କରିବା ଉଚିତ ନୁହେଁ, କାରଣ ଏହା ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ। ଉଲ୍ଲେଖଯୋଗ୍ୟ, ଔଷଧ ଖୋଳ ଉପରେ ଏହି ଲାଲ ପଟି ହେଉଛି ଔଷଧ ଓ ପ୍ରସାଧାନ ସାମଗ୍ରୀ ଆଇନର ଏକ ସୂଚକ, ଯାହା କେବଳ ଡାକ୍ତରଙ୍କ ବୈଧ ଚିଠା ଉପସ୍ଥାପନା ପରେ ବିକ୍ରୟ କରାଯିବା ଉଚିତ। ଉଭୟ ଫାର୍ମାସିଷ୍ଟ ଏବଂ ଗ୍ରାହକଙ୍କୁ ଏହି ଲାଲ୍‌ ପଟି ମନେ ପକାଇଦିଏ ଯେ ଏହି ଔଷଧ ଡାକ୍ତରୀ ମାର୍ଗଦର୍ଶନ ବିନା ବ୍ୟବହାର କଲେ ଗମ୍ଭୀର ପାର୍ଶ୍ୱ ପ୍ରତିକ୍ରିୟା କିମ୍ବା ଜଟିଳତା ହୋଇପାରେ। 

ଏକ ପରିସଂଖ୍ୟାନ ଅନୁଯାୟୀ, ଭୁଲ୍‌ ଔଷଧ କିମ୍ବା ମାତ୍ରାରେ ତ୍ରୁଟି ଯୋଗୁଁ ଭାରତରେ ବାର୍ଷିକ ୭ ହଜାରରୁ ଅଧିକ ମୃତ୍ୟୁ ଘଟୁଛି। ତେଣୁ ନିରାପଦ ଔଷଧ ବ୍ୟବହାର ବିଷୟରେ ସଚେତନତାର ଆବଶ୍ୟକତା ରହିଛି। ଅନେକ ସାଧାରଣ ଔଷଧ ଏହି ବର୍ଗରେ ଅନ୍ତର୍ଭୁକ୍ତ। ସେଥିରେ ଆଜିଥ୍ରୋମାଇସିନ୍ ଓ ଆମୋକ୍ସିଲିନ୍ ପରି ଆଣ୍ଟିବାୟୋଟିକ୍, ପ୍ରେଡନିସୋଲୋନ୍ ପରି ଷ୍ଟେରଏଡ୍ ଓ ଆଲପ୍ରାଜୋଲାମ୍ ପରି କିଛି ଆଣ୍ଟି-ଆନ୍‌ଜାଇଟି ଔଷଧ ରହିଛି। ଏସବୁ ଔଷଧର ମାତ୍ରା, ଅବଧି ଓ ସମ୍ଭାବ୍ୟ ପାରସ୍ପରିକ କ୍ରିୟା ଭିନ୍ନ ବ୍ୟକ୍ତି ପାଇଁ ଭିନ୍ନ ରହିଥାଏ। ତେଣୁ ଡାକ୍ତରଙ୍କ ପରାମର୍ଶ ଅପରିହାର୍ଯ୍ୟ।  ସେହିପରି ବିଶେଷଜ୍ଞଙ୍କ ପରାମର୍ଶ ବିନା ହର୍ମୋନାଲ୍ ବଟିକା, ଯନ୍ତ୍ରଣା ନିବାରକ ଓ କାଶ ସିରପ୍ ମନକୁ ମନ ଗ୍ରହଣ କରିବା ବିପଜ୍ଜନକ ହୋଇପାରେ। ଏପରି ଔଷଧର ଅପବ୍ୟବହାର ଜାରି ରଖିଲେ ତାହା କିଛି ଅଙ୍ଗକୁ କ୍ଷତି ପହଞ୍ଚାଇବା ସହ ଆଣ୍ଟିବାୟୋଟିକ୍ ପ୍ରତିରୋଧରେ ସମସ୍ୟା ଏବଂ ହରମୋନ୍ ବ୍ୟାଘାତ ସୃଷ୍ଟି କରିପାରେ। ମନେ ରଖିବା ଆବଶ୍ୟକ ଯେ କୌଣସି ଔଷଧ ଦ୍ବାରା ଥରେ ଆରୋଗ୍ୟ ଲାଭ କରିବାର ଅର୍ଥ ନୁହେଁ ପୁନର୍ବାର ତାହାକୁ ବ୍ୟବହାର କରିବା ନିରାପଦ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe