News Bust
ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ବିରେନ୍ଦ୍ର ସେହୱାଗ ସୋସିଆଲ ମିଡିଆରେ ବହୁତ ସକ୍ରିୟ ଅଛନ୍ତି। ସେ ମଜାଳିଆ ଥଟ୍ଟା ଏବଂ ଭିଡିଓ ସେୟାର କରି ପ୍ରଶଂସକମାନଙ୍କୁ ମନୋରଞ୍ଜନ କରିଥାଆନ୍ତି। ଏଥର ସେ ଜଣେ କୃଷକଙ୍କ ଭିଡିଓ ସେୟାର କରିଛନ୍ତି, ଯାହା ଭାଇରାଲ ହେବାରେ ଲାଗିଛି।
ଏହି ଭିଡିଓରେ କୃଷକ ଜମିରେ ଚାଷ କାମ କରୁଥିବା ବେଳେ ଖୁବ୍ ଖୁସିରେ ନାଚୁଥିବା ଦେଖିବାକୁ ମିଳିଛି। ଆଉ ସେଠାରେ ଠିଆ ହୋଇଥିବା ଲୋକମାନେ ଉକ୍ତ କୃଷକଙ୍କୁ ଦେଖି ଜୋରଜୋରରେ ହସିବାକୁ ଲାଗୁଛନ୍ତି । ଏହି ଭିଡିଓ ମାଧ୍ୟମରେ ସେହୱାଗ ଲୋକଙ୍କୁ ଏକ ବାର୍ତ୍ତା ଦେଇଛନ୍ତି।
ଭିଡିଓରେ ଏହା ଦେଖିବାକୁ ମିଳୁଛି କି କୃଷକ ଜଣକ ଗୀତ ବଜାଇ ନାଚିନାଚି ଫସଲରେ ପାଣି ଦେଉଛନ୍ତି। ବିରେନ୍ଦ୍ର ସେହୱାଗ ଭିଡିଓ ସେୟାର କରି ଲେଖିଛନ୍ତି, 'କୃଷକ ବହୁତ ସରଳରେ ଏକ ଅଦ୍ଭୁତ ଉପାୟରେ ବଡ଼ ଶିକ୍ଷା ଦେଇଛନ୍ତି। ଆପଣ ଯାହା ବି କରନ୍ତୁ ସେ ଅଫିସ୍ କାମ ହେଉ କିମ୍ବା କୌଣସି ଘରୋଇ କାମ ତାହାକୁ ଖୁସିରେ କରନ୍ତୁ। ଦେଖନ୍ତୁ ଏହି କୃଷକ କିପରି ଖୁସିରେ ମଜା ନେଇ ଫସଲରେ ପାଣି ଦେଉଛନ୍ତି |
ସେହୱାଗ ସେପ୍ଟେମ୍ବର ୧୫ ସକାଳେ ଏହି ଭିଡିଓ ସେୟାର କରିଛନ୍ତି। ଯାହାକୁ ଏପର୍ଯ୍ୟନ୍ତ ୪୪ ହଜାରରୁ ଅଧିକ ଲୋକ ଦେଖି ସାରିଲେଣି। ଏଥିସହିତ ୫୦୦୦ ରୁ ଅଧିକ ଲାଇକ୍ ଏବଂ ୪୦୦ ରୁ ଅଧିକ ରି-ଟ୍ୱିଟ୍ କରାଯାଇ ସାରିଲାଣି। ଲୋକମାନେ ଏହି ଭିଡିଓକୁ ବହୁତ ପସନ୍ଦ ବି କରୁଛନ୍ତି |
Follow Us