ମଣିଷ ଦେହରେ କୃତ୍ରିମ ରକ୍ତ!

Advertisment
ଅନୁଗୁଳ ରକ୍ତଭଣ୍ଡାରରେ ରକ୍ତ ଅଭାବ: ଦୈନିକ ୪୦ରୁ ୫୦ ୟୁନିଟ୍‌ ରକ୍ତ ଆବଶ୍ୟକ

FDA

ପରୀକ୍ଷାଗାରରେ କୃତ୍ରିମ ଉପାୟରେ ପ୍ରସ୍ତୁତ ରକ୍ତକୁ ବିଶ୍ବରେ ପ୍ରଥମ ଥର ପାଇଁ ମଣିଷ ଦେହରେ ପ୍ରବେଶ କରାଯାଇଛି। ଏହା ଏବେ ପରୀକ୍ଷଣ ପର୍ଯ୍ୟାୟରେ ଅଛି। ଏବେ ମାତ୍ର ଦୁଇଜଣ ଲୋକଙ୍କୁ ପରୀକ୍ଷାଗାରରେ ପ୍ରସ୍ତୁତ ଲୋହିତ ରକ୍ତ କଣିକା ଦିଆଯାଇଛି ଏବଂ ସେମାନଙ୍କ ଦେହରେ କୌଣସି ହାନିକାରକ ପ୍ରତିକ୍ରିୟା ଦେଖାଯାଇନାହିଁ। ସେମାନଙ୍କୁ ଦିଆଯାଇଥିବା ରକ୍ତର ପରିମାଣ ଖୁବ୍ କମ୍ (୫ରୁ ୧୦ ମିଲିଲିଟର)। ଏହା ସୁରକ୍ଷିତ ଓ ସଫଳ ବୋଲି ପ୍ରମାଣିତ ହେଲେ ବିରଳ ‘ବ୍ଲଡ୍‌ ଗ୍ରୁପ୍’ଧାରୀ ତଥା ସିକିଲ୍ ସେଲ୍ ଭଳି ରୋଗ ଭୋଗୁଥିବା ରୋଗୀମାନଙ୍କ ଚିକିତ୍ସା ଦିଗରେ ଏହା ବିପ୍ଳବାତ୍ମକ ହେବ ବୋଲି କୁହାଯାଉଛି।

ୟୁନାଇଟେଡ୍‌ କିଙ୍ଗଡମ୍‌ର ଗବେଷକମାନେ ଷ୍ଟେମ୍ ସେଲ୍‌ରୁ ଏହି ଲୋହିତ ରକ୍ତକଣିକାଗୁଡ଼ିକୁ ପରୀକ୍ଷାଗାରରେ ପ୍ରସ୍ତୁତ କରିଛନ୍ତି। ଷ୍ଟେମ୍ ସେଲ୍‌ରୁ ପ୍ରସ୍ତୁତ କୃତ୍ରିମ ରକ୍ତକଣିକାର ଜୀବନକାଳ ପ୍ରାକୃତିକ ଉପାୟରେ ଶରୀରରେ ପ୍ରସ୍ତୁତ ହୋଇଥିବା ରକ୍ତକଣିକାର ଜୀବନକାଳ ସହିତ ତୁଳନୀୟ ନା ନାହିଁ ତାହା ଏହି ପରୀକ୍ଷଣରୁ ଜଣାପଡ଼ିବ। ତେବେ ପରୀକ୍ଷାଗାରରେ ପ୍ରସ୍ତୁତ ଲୋହିତ ରକ୍ତକଣିକାଗୁଡ଼ିକ ସଂପୂର୍ଣ୍ଣ ନୂଆ ହୋଇଥିବାରୁ ସେଗୁଡ଼ିକ ରକ୍ତଦାନ ପରେ ରୋଗୀ ଦେହରେ ପ୍ରବେଶ କରାଯାଉଥିବା ରକ୍ତକଣିକା ତୁଳନାରେ ଉତ୍ତମ ପ୍ରଦର୍ଶନ କରିବେ ବୋଲି ଗବେଷକମାନେ ଆଶା ରଖିଛନ୍ତି। ଏହି ପରୀକ୍ଷଣରେ ଅନ୍ୟୂନ ୧୦ ଜଣଙ୍କୁ ଚାରିମାସ ବ୍ୟବଧାନରେ ଦୁଇଥର ଅଳ୍ପ ମାତ୍ରାରେ କୃତ୍ରିମ ରକ୍ତ ଦିଆଯିବ। ଏହା ସଫଳ ହେଲା ପରେ ଯାଇ ଚିକିତ୍ସା କ୍ଷେତ୍ରରେ କୃତ୍ରିମ ରକ୍ତ ବ୍ୟବହାରର ଯୁଗ ଆରମ୍ଭ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe