ମଙ୍ଗଳରେ କୃତ୍ରିମ ଅମ୍ଳଜାନ, ଦୁଇ ବର୍ଷରେ ପ୍ରସ୍ତୁତ ହୋଇଛି ୧୨୨ ଗ୍ରାମ୍

ମଙ୍ଗଳରେ କୃତ୍ରିମ ଅମ୍ଳଜାନ, ଦୁଇ ବର୍ଷରେ ପ୍ରସ୍ତୁତ ହୋଇଛି ୧୨୨ ଗ୍ରାମ୍

ଆମେରିକାର ‘ନାସା’ ଦ୍ବାରା ପ୍ରେରିତ ମହାକାଶଯାନ ‘ପର୍‌ସିଭରେନ୍‌ସ’ ୨୦୨୧ ମସିହାରୁ ମଙ୍ଗଳପୃଷ୍ଠରେ ଘୂରି ବୁଲୁଛି। ତାହା ମଙ୍ଗଳ ମୃତ୍ତିକାର ନମୁନା ସଂଗ୍ରହ କରି ପ୍ରାଚୀନ ଅଣୁଜୀବର ସନ୍ଧାନ ପାଇଁ ପରୀକ୍ଷା ନିରୀକ୍ଷା ଜାରି ରଖିଛି। ଏହି ଅବସରରେ ସେଥିରେ ଖଚିତ ‘ମକ୍ସି’ (ମାର୍ସ ଅକ୍ସିଜେନ ଇନ୍‌-ସିଟୁ ରିସୋର୍ସ ୟୁଟିଲାଇଜେସନ୍‌ ଏକ୍ସପେରିମେଣ୍ଟ୍‌) ନାମକ ଏକ କ୍ଷୁଦ୍ର ବୈଜ୍ଞାନିକ ଉପକରଣ ତାହାର ଚମତ୍କାରିତା ଦେଖାଇଛି। ତାହା ମଙ୍ଗଳର ପତଳା ବାୟୁମଣ୍ଡଳରୁ ଶ୍ବାସକ୍ରିୟାଯୋଗ୍ୟ ଅମ୍ଳଜାନ ସୃଷ୍ଟି କରିପାରିଛି, ଯାହା ଲୋହିତ ଗ୍ରହରେ ବସତି ସ୍ଥାପନ ଦିଗରେ ଏକ ନୂଆ ଆଧାର ପ୍ରସ୍ତୁତ କରିଛି।

ମଙ୍ଗଳ ପୃଷ୍ଠରେ ଅବତରଣ କରିବା ପରଠାରୁ ପ୍ରାୟ ଦୁଇ ବର୍ଷ ଭିତରେ ଏହା ମାତ୍ର ୧୨୨ ଗ୍ରାମ୍‌ ଅମ୍ଳଜାନ ସୃଷ୍ଟି କରିପାରିଛି, ଯାହା ସାହାଯ୍ୟରେ ଗୋଟିଏ ଛୋଟ କୁକୁର ମାତ୍ର ଦଶ ଘଣ୍ଟା ଶ୍ବାସକ୍ରିୟା କରିପାରିବ। ତଥାପି ଆମଠାରୁ ଦଶ କୋଟି ମାଇଲ ଦୂରରେ ଅବସ୍ଥିତ ମଙ୍ଗଳ ପୃଷ୍ଠରେ ସଂପନ୍ନ ହୋଇଥିବା ‘ମକ୍ସି’ର ଏହି କାର୍ଯ୍ୟ ଉଲ୍ଲେଖନୀୟ। କାରଣ ତାହା ‘ନାସା’ ଆକଳନର ଦୁଇଗୁଣା ଅମ୍ଳଜାନ ସୃଷ୍ଟି କରିପାରିଛି। ମଙ୍ଗଳର ନାନା ପ୍ରତିକୂଳ ପରିବେଶ ସତ୍ତ୍ବେ ତାହା ବର୍ଷ ତମାମ ଅଙ୍ଗାରକାମ୍ଳରୁ ଅମ୍ଳଜାନ ସୃଷ୍ଟି କରିବା ଜାରି ରଖିଥିଲା। ଏହି ଅମ୍ଳଜାନ ଭବିଷ୍ୟତର ମହାକାଶଚାରୀଙ୍କ ପାଇଁ ଶ୍ବାସକ୍ରିୟାଯୋଗ୍ୟ ବାୟୁ ଭାବେ କାମ କରିବା ସହିତ ତାହାକୁ ରକେଟ୍‌ ପ୍ରୋପେଲାଣ୍ଟ୍‌ ପ୍ରସ୍ତୁତିରେ ବ୍ୟବହାର କରାଯାଇପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe