ପୃଥିବୀର ଚୁମ୍ବକୀୟ କ୍ଷେତ୍ର ପାଇଁ ବିପଦ କୃତ୍ରିମ ଉପଗ୍ରହ!

Advertisment
ପୃଥିବୀର ଚୁମ୍ବକୀୟ କ୍ଷେତ୍ର ପାଇଁ ବିପଦ କୃତ୍ରିମ ଉପଗ୍ରହ!

ପାଣିପାଗ ତଥ୍ୟ ସଂଗ୍ରହ, ସୂଚନା ସରବରାହ ଏବଂ ଅନ୍ତରୀକ୍ଷ ଓ ଭୂଗବେଷଣା ସଂକ୍ରାନ୍ତ ବିଭିନ୍ନ ପ୍ରକାର ବେତାର ସେବା ପାଇଁ ଆମେ ମହାକାଶକୁ କୃତ୍ରିମ ଉପଗ୍ରହମାନ ଛାଡ଼ିଥାଉ। ପୃଥିବୀ ଚାରିପଟେ ଘୂରି ବୁଲୁଥିବା ଏହି ଉପଗ୍ରହଗୁଡ଼ିକର କାର୍ଯ୍ୟକାଳ ପୂରିଯିବା ପରେ ସେଗୁଡ଼ିକ ପୃଥିବୀ ବାୟୁମଣ୍ଡଳରେ ବିଲୟ ହୋଇଯାଆନ୍ତି। ତେବେ ଆମ ପାଇଁ ବରଦାନ ସଦୃଶ ମନେ ହେଉଥିବା ଏହି କୃତ୍ରିମ ଉପଗ୍ରହଗୁଡ଼ିକର ଏପରି ବହୁଳ ବିଲୟ ପ୍ରକ୍ରିୟା ପୃଥିବୀର ପ୍ରାକୃତିକ ଚୁମ୍ବକୀୟ କ୍ଷେତ୍ର ଉପରେ କୁପ୍ରଭାବ ପକାଇ ଚାଲିଛି ବୋଲି ବିଶିଷ୍ଟ ପଦାର୍ଥ ବିଜ୍ଞାନୀମାନେ ସତର୍କ କରାଇ ଦେଇଛନ୍ତି।

ଏକ ଆକଳନ ଅନୁଯାୟୀ, ବିଗତ ୧୦ରୁ ୧୫ ବର୍ଷ ଭିତରେ ଆମେ ବିଭିନ୍ନ ଉଦ୍ଦେଶ୍ୟ ପାଇଁ ଆକାଶକୁ ଲକ୍ଷାଧିକ ଛୋଟବଡ଼ କୃତ୍ରିମ ଉପଗ୍ରହ ଉତ୍‌କ୍ଷେପଣ କରିଛେ। ସେଥି ମଧ୍ୟରୁ ଅନେକ ଭୂପୃଷ୍ଠବାସୀଙ୍କୁ ଇଣ୍ଟର୍‌ନେଟ୍‌ ସେବା ଯୋଗାଇ କିଛି କୋଟିପତିଙ୍କୁ ଅରବପତିରେ ପରିଣତ କରିପାରିଛି। ମାତ୍ର ତାହାର ଅଦୃଶ୍ୟ ବିପଦ ଏବେ ସୌରରଶ୍ମି ପାଇଁ ଢାଲ ସାଜିଥିବା ଭୂଚୁମ୍ବକୀୟ କ୍ଷେତ୍ର ପ୍ରତି ସଂକଟ ଆଣିବାରେ ଲାଗିଛି। ବିଭିନ୍ନ ଧାତବ କୃତ୍ରିମ ଉପଗ୍ରହ ପୃଥିବୀ ବାୟୁମଣ୍ଡଳରେ ଘର୍ଷଣପ୍ରାପ୍ତ ହୋଇ ଜଳିଯିବା ପରେ ସେହି ବିଦ୍ୟୁତ୍‌ ପରିବାହୀ ଧାତବ ଧୂଳିକଣାଗୁଡ଼ିକ ପୃଥିବୀର ଆୟୋନୋସ୍ଫିଅର ଓ ମାଗ୍ନେଟୋସ୍ଫିଅରରେ ଜମା ହୋଇ ରହି ଚାଲିଛନ୍ତି। ସେମାନଙ୍କର ବିଦ୍ୟୁତ୍‌ ଚାର୍ଜିଂ ଗୁଣ ପୃଥିବୀର ପ୍ରାକୃତିକ ଚୁମ୍ବକୀୟ କ୍ଷେତ୍ରକୁ ଦୁର୍ବଳ କରିଦେଉଛି। ଏଥି ସହିତ କୃତ୍ରିମ ଉପଗ୍ରହ ପଠାଇ ଲାଭବାନ୍ ହେଉଥିବା କମ୍ପାନିମାନେ ଆଗକୁ ଆହୁରି ହଜାର ହଜାର ଉପଗ୍ରହ ପଠାଇବାର ଯୋଜନା ରହିଛି। ସୁତରାଂ ଭବିଷ୍ୟତରେ ଏହା ଘୋର ସଂକଟ ସୃଷ୍ଟି କରିବ ବୋଲି ବୈଜ୍ଞାନିକମାନେ ଆଶଙ୍କା ପ୍ରକଟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe