ଗୁଗଲ ମ୍ୟାପ୍‌ରେ ୬ଏକର ଜମିରେ ଦେଖାଯାଉଛି ଛତ୍ରପତି ଶିବାଜୀଙ୍କ ପେଣ୍ଟିଂ

Advertisment
ଗୁଗଲ ମ୍ୟାପ୍‌ରେ ୬ଏକର ଜମିରେ ଦେଖାଯାଉଛି ଛତ୍ରପତି ଶିବାଜୀଙ୍କ ପେଣ୍ଟିଂ

oneindia.

ନୂଆଦିଲ୍ଲୀ: ମହାରାଷ୍ଟ୍ରର କୃଷକମାନେ ଛତ୍ରପତି ଶିବାଜୀଙ୍କୁ ଏକ ସ୍ୱତନ୍ତ୍ର ଶୈଳୀରେ ମନେ ପକାଇଛନ୍ତି। ଲାତୁର ଜମିରେ ଶିବାଜୀଙ୍କ ଏକ ଗ୍ରାସ୍‌ ପେଣ୍ଟିଂ ବନା ଯାଇଛି। ଏହାକୁ ମହାରାଷ୍ଟ୍ରର ମଙ୍ଗେଶ ନିପାଣିକର ବନାଇଛନ୍ତି। ଯାହାକି ଦେଶର ପ୍ରଥମ ଗ୍ରାସ୍‌ ପେଣ୍ଟିଂ ବୋଲି କୁହାଯାଉଛି।

ଲାତୁର ଗ୍ରାମର ତିଲଙ୍ଗର ଏକ ଜମିରେ ଏହି ପେଣ୍ଟିଂ ବନା ଯାଇଛି। ଘାସ ରୋପଣ କରାଯିବା ପରେ ଏହାକୁ ଶିବାଜୀଙ୍କ ଫଟୋର ଆକାର ଦିଆଯାଇଛି। ଗୁଗଲ ମ୍ୟାପ୍‌ରେ ବି ଏହି ପେଣ୍ଟିଂ ଦେଖିବାକୁ ମିଳୁଛି। ଯାହାକୁ କି ଲୋକମାନଙ୍କୁ ବେଶ୍‌ ପସନ୍ଦ ବି ଆସିଛି।

publive-image oneindia.

ମଙ୍ଗେସ ନିପାଣିକର ୬ଏକର ଜମିରେ ଘାସ ରୋପଣ କରିଥିଲେ। ଏହାକୁ ପରେ ଶିବାଜୀଙ୍କ ଫଟୋ ଚିତ୍ରର ଆକାର ଦିଆ ଯାଇଥିଲା। ଏଥିରେ ୩ଡି ଇଫେକ୍ଟ ଆଣିବା ପାଇଁ ଗ୍ରାଫିଟିଙ୍ଗ ବି କରାଯାଇଛି। ସାଧାରଣଲୋକଙ୍କୁ ଏହା ସହଜରେ ଦେଖା ଯାଇପାରିବ ସେଥିପାଇଁ କ୍ଷେତର ଚର୍ତୁପାର୍ଶ୍ୱରେ ବଡ଼ବଡ଼ ସ୍କ୍ରିନ୍‌ ବି ଲଗା ଯାଇଛି। ଗୁଗଲ ମ୍ୟାପ୍‌ରେ ବି ଏହା ଭାଇରାଲ ହୋଇଛି। ଲୋକମାନେ ଟୁଇଟରରେ ଗୁଗଲ ମ୍ୟାପ୍‌ର ଏହି ଭିଡିଓ ସେୟାର ବି କରିଛନ୍ତି।

publive-image oneindia.

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe