୬୬ବର୍ଷରେ ଦ୍ବିତୀୟ ବିବାହ କରିବେ ଭାରତର ପୂର୍ବ କ୍ରିକେଟର ଅରୁଣ ଲାଲ, ୨୮ବର୍ଷ ସାନ ବୁଲବୁଲକୁ କରିବେ ବିବାହ

Advertisment
୬୬ବର୍ଷରେ ଦ୍ବିତୀୟ ବିବାହ କରିବେ ଭାରତର ପୂର୍ବ କ୍ରିକେଟର ଅରୁଣ ଲାଲ, ୨୮ବର୍ଷ ସାନ ବୁଲବୁଲକୁ କରିବେ ବିବାହ

ନୂଆଦିଲ୍ଲୀ: ଭାରତର ପୂର୍ବତନ ଓପନର୍ ଅରୁଣ ଲାଲ ଦ୍ୱିତୀୟ ଥର ବିବାହ କରିବାକୁ ଯାଉଛନ୍ତି। ସେ ୬୬ବର୍ଷ ବୟସରେ ଦ୍ୱିତୀୟ ଥର ବର ବେଶରେ ସଜ ହେବେ। ବୁଲବୁଲ ନାମକ ଜଣେ ମହିଳାଙ୍କ ସହ ତାଙ୍କର ବିବାହ ହେବ ବୋଲି ଜଣାପଡ଼ିଛି। ଅରୁଣଙ୍କୁ ୬୬ବର୍ଷ ହୋଇଥିବା ବେଳେ ବୁଲବୁଲ ତାଙ୍କଠାରୁ ୨୮ବର୍ଷ ସାନ। ବୁଲବୁଲଙ୍କୁ ଏ‌ବେ ୩୮ବର୍ଷ ବୟସ ବୋଲି ଜଣାପଡ଼ିିଛି।

କୁହାଯାଉଛି ଯେ, ଅରୁଣ ଏବଂ ବୁଲବୁଲ ଦୀର୍ଘ ଦିନ ଧରି ପରସ୍ପରକୁ ଜାଣିଛନ୍ତି। ଦୁହେଁ ବହୁତ ପୁରୁଣା ବନ୍ଧୁ। ଏବେ ଅରୁଣ ଲାଲଙ୍କ ବିବାହ କାର୍ଡ ପ୍ରିଣ୍ଟ କରାଯାଇ ବଣ୍ଟନ କରିବାର ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି। ସେମାନଙ୍କର ବିବାହ ମେ ୨ରେ କୋଲକାତାର ପିୟରଲେସ୍ ଇନ୍ ହୋଟେଲରେ ହେବ। ବିବାହ ପରେ ଏକ ବଡ଼ ବିବାହ ଭୋଜିର ଆୟୋଜନ କରାଯାଇଛି।

Arun Lal and Bulbul Saha aajtak

ଅରୁଣ ଅଗଷ୍ଟ ୧, ୧୯୫୫ରେ ଉତ୍ତରପ୍ରଦେଶର ମୁରାଦାବାଦରେ ଜନ୍ମଗ୍ରହଣ କରିଥିଲେ। ୧୯୮୨ରେ ସେ ଭାରତ ପାଇଁ କ୍ରିକେଟ ଖେଳିବା ଆରମ୍ଭ କରିିଥିଲେ। କ୍ରିକେଟ୍ ଆସୋସିଏସନ୍ ଅଫ୍ ବେଙ୍ଗଲର ଅଧିକାରୀ, ସାଥୀ କ୍ରିକେଟର, ବେଙ୍ଗଲ କ୍ରିକେଟର ଏବଂ ପରିବାରର ଅନ୍ୟ ସଦସ୍ୟମାନଙ୍କୁ ମଧ୍ୟ ସେମାନଙ୍କ ବିବାହ ନିମନ୍ତ୍ରଣ କରାଯିବ। ୨୦୧୬ରେ ଅରୁଣ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିଲେ। ହେ‌ଲେ ପରେ ସେ ଏହି ରୋଗକୁ ପରାସ୍ତ କରି ପଶ୍ଚିମବଙ୍ଗ ଦଳର କୋଚିଂ ଦାୟିତ୍ବ ଗ୍ରହଣ କରିଥିଲେ। ଅରୁଣ ଲାଲ ନିଜ କ୍ରିକେଟ୍ କ୍ୟାରିୟରରେ ୧୬ଟି ଟେଷ୍ଟ ଏବଂ ୧୩ଟି ଦିନିକିଆ ମ୍ୟାଚ୍ ଖେଳିଛନ୍ତି। ଟେଷ୍ଟ ମ୍ୟାଚରେ ସେ ୭୨୯ରନ୍ ଏବଂ ଦିନିକିଆ ମ୍ୟାଚରେ ୧୨୨ରନ୍ ସ୍କୋର କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe