ଆସୁଛି ଅରୁନ୍ଧତୀଙ୍କ ପ୍ରଥମ ସ୍ମୃତିକଥା

Advertisment

ଆସନ୍ତା ବର୍ଷ ପ୍ରକାଶିତ ହେବାକୁ ଥିବା ‘ମଦର୍‌ ମେରି କମ୍‌ସ ଟୁ ମି’ ଶୀର୍ଷକ ପୁସ୍ତକର କେନ୍ଦ୍ରରେ ରହିଛି ମାଆଙ୍କ ସହିତ ତାଙ୍କର ଜଟିଳ ସମ୍ପର୍କର ବିଷୟ। ଉଲ୍ଲେଖନୀୟ ଯେ ୧୮ ବର୍ଷ ବୟସରୁ ଅରୁନ୍ଧତୀ ତାଙ୍କ ମାଆଙ୍କ ସହିତ ସମ୍ପର୍କ ଛିନ୍ନ କରିଦେଇଥିଲେ।

ଆସନ୍ତା ବର୍ଷ ପ୍ରକାଶିତ ହେବାକୁ ଥିବା ‘ମଦର୍‌ ମେରି କମ୍‌ସ ଟୁ ମି’ ଶୀର୍ଷକ ପୁସ୍ତକର କେନ୍ଦ୍ରରେ ରହିଛି ମାଆଙ୍କ ସହିତ ତାଙ୍କର ଜଟିଳ ସମ୍ପର୍କର ବିଷୟ। ଉଲ୍ଲେଖନୀୟ ଯେ ୧୮ ବର୍ଷ ବୟସରୁ ଅରୁନ୍ଧତୀ ତାଙ୍କ ମାଆଙ୍କ ସହିତ ସମ୍ପର୍କ ଛିନ୍ନ କରିଦେଇଥିଲେ।

gdjgdjgdjgj

ବୁକର୍‌ ପୁରସ୍କାରପ୍ରାପ୍ତ ଭାରତୀୟ ଲେଖିକା ଅରୁନ୍ଧତୀ ରାୟ ପ୍ରଥମଥର ପାଇଁ ନିଜ ଜୀବନର ସ୍ମୃତିକୁ ନେଇ ଏକ ପୁସ୍ତକ ପ୍ରକାଶ କରିବାକୁ ଯାଉଛନ୍ତି। ଆସନ୍ତା ବର୍ଷ ପ୍ରକାଶିତ ହେବାକୁ ଥିବା ‘ମଦର୍‌ ମେରି କମ୍‌ସ ଟୁ ମି’ ଶୀର୍ଷକ ପୁସ୍ତକର କେନ୍ଦ୍ରରେ ରହିଛି ମାଆଙ୍କ ସହିତ ତାଙ୍କର ଜଟିଳ ସମ୍ପର୍କର ବିଷୟ। ଉଲ୍ଲେଖନୀୟ ଯେ ୧୮ ବର୍ଷ ବୟସରୁ ଅରୁନ୍ଧତୀ ତାଙ୍କ ମାଆଙ୍କ ସହିତ ସମ୍ପର୍କ ଛିନ୍ନ କରିଦେଇଥିଲେ। ଏ ନେଇ ଅରୁନ୍ଧତୀ କହନ୍ତି, ‘ଏହାର କାରଣ ନୁହେଁ ଯେ ମୁଁ ତାଙ୍କୁ ଭଲ ପାଉ ନ ଥିଲି, ଏ ନିଷ୍ପତ୍ତିର କାରଣ ହେଲା ମୁଁ ତାଙ୍କୁ ଭଲ ପାଇବା ଜାରି ରଖିବାକୁ ଚାହୁଥିଲି।’ 

ଗତ ୨୦୨୨ ସେପ୍‌ଟେମ୍ବରରେ ତାଙ୍କ ମାଆ ତଥା ନାରୀ ଅଧିକାର କର୍ମୀ ମେରି ରାୟଙ୍କର ମୃତ୍ୟୁ ହୋଇଥିଲା। ମାଆଙ୍କ ମୃତ୍ୟୁ ତାଙ୍କ ପାଇଁ ଯେତିକି ହୃଦୟବିଦାରକ ଥିଲା, ସେ ଭାବବିହ୍ବଳ ହୋଇଯିବା କଥାଟି ତାଙ୍କୁ ତା’ଠାରୁ ଅଧିକ ଲଜ୍ଜିତ କରିଥିଲା। ତେଣୁ ସେ ମେରିଙ୍କ ସହିତ କାଟିଥିବା ସମୟ ବିଷୟରେ ଲେଖିବା ଆରମ୍ଭ କରିଥିଲେ। ଏହି ପୁସ୍ତକ ସାହସିକତା, ହାସ୍ୟରସ, କରୁଣା, ପ୍ରେମ ଆଦି ଉପାଦାନରେ ପୂର୍ଣ୍ଣ ଏବଂ ଏହା ତାଙ୍କ ବ୍ୟକ୍ତିଗତ ଓ ରାଜନୈତିକ ଜାଗରଣ ବିଷୟକୁ ସତ୍ୟନିଷ୍ଠ ଢଙ୍ଗରେ ସଂକଳିତ କରିବ ବୋଲି ପ୍ରକାଶନୀ ସଂସ୍ଥା ପେଙ୍ଗୁଇନ୍‌ ପ୍ରେସ୍‌ ପକ୍ଷରୁ କୁହାଯାଇଛି। 

ଅରୁନ୍ଧତି ‘ଦି ଗଡ୍‌ ଅଫ୍‌ ସ୍ମଲ୍‌ ଥିଙ୍ଗ୍‌ସ’ ଉପନ୍ୟାସ ପାଇଁ ବୁକର୍‌ ପୁରସ୍କାର ପାଇବା ପରେ ବିଶ୍ବବିଖ୍ୟାତ ହୋଇଯାଇଥିଲେ। ସେବେଠାରୁ ସେ ୨୦ରୁ ଅଧିକ ପୁସ୍ତକ ରଚନା କରିସାରିଛନ୍ତି। ଜଣେ ମାନବାଧିକାର ଓ ପରିବେଶ କର୍ମୀ ଭାବେ ମଧ୍ୟ ସେ ବେଶ୍‌ ମୁଖର ରହିଆସିଛନ୍ତି। ଏହା ପୂର୍ବରୁ ସେ ୨୦୨୦ରେ ‘ଆଜାଦି: ଫ୍ରିଡମ୍, ଫାସିଜିମ୍‌, ଫିକ୍ସନ୍’ ପୁସ୍ତକ ପ୍ରକାଶ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe