ବିବାହ ବେଦୀରୁ ଉଠି ପ୍ରେମିକାକୁ ଦେଖା କରିବାକୁ ଚାଲିଗଲା ବର ! କନ୍ୟାର ଅସମ୍ମାନ ଦେଖି ବିବାହ ପାଇଁ ରାଜି ହେଲେ ନିମନ୍ତ୍ରିତ ଅତିଥି

Advertisment
ବିବାହ ବେଦୀରୁ ଉଠି ପ୍ରେମିକାକୁ ଦେଖା କରିବାକୁ ଚାଲିଗଲା ବର ! କନ୍ୟାର ଅସମ୍ମାନ ଦେଖି ବିବାହ ପାଇଁ ରାଜି ହେଲେ ନିମନ୍ତ୍ରିତ ଅତିଥି

ନୂଆଦିଲ୍ଲୀ: ଅନେକ ସିନେମାରେ ଦେଖିବାକୁ ମିଳିଛି ବର ବିବାହ କରିବାକୁ ମନା କରି ଦେଉଥିବା ବେଳେ କିମ୍ବା ବିବାହ ଅଧାରୁ ଚାଲି ଯାଉଥିବା ସମୟ‌ରେ ଅନ୍ୟ ଜଣେ ବ୍ୟକ୍ତି କନ୍ୟାର ହାତ ଧରି ଜୀବନସାଥୀ କରିଥାଆନ୍ତି। ଏମିତି ଏକ ଘଟଣା ବାସ୍ତବ ଜୀବନରେ ଘଟିଥିବା ଦେଖିବାକୁ ମିଳିଛି।

publive-image

କର୍ଣ୍ଣାଟକର ଚିକ୍କାମାଙ୍ଗାଲୁରୁର ଦୁଇ ଭାଇ ଅଶୋକ ଓ ନବୀନଙ୍କ ବିବାହ ଗୋଟିଏ ତାରିଖରେ ସ୍ଥିର ହୋଇଥିଲା। ଏଥିସହିତ ଦୁଇଭାଇଙ୍କ ବାହାଘର ଗୋଟିଏ ମଣ୍ଡପରେ ବି ହେବାର ଥିଲା। ବାହାଘର ପାଇଁ ସବୁ କିଛି ଆୟୋଜନ ସରିଥିଲା। ଅତିଥିମାନେ ବିବାହ ଆରମ୍ଭ ହେବାକୁ ଅପେକ୍ଷା କରିଥିବା ବେଳେ ବେଦୀରୁ ନବୀନ କେଉଁଆଡ଼େ ଚାଲି ଯାଇଥିଲେ। ବହୁ ଖୋଜାଖୋଜି ପରେ ବି ନବୀନଙ୍କ କୌଣସି ସୂଚନା ମିଳି ନଥିଲା।

ନବୀନ ନିଖୋଜ ହେବା ପରେ କନିଆଁ ସିନ୍ଧୁଙ୍କ ପରିବାର ଭାଙ୍ଗି ପଡ଼ିଥିଲେ। ସିନ୍ଧୁଙ୍କୁ ଏଭଳି ଅବସ୍ଥାରେ ଆଉ କିଏ ବିବାହ କରିବ ବୋଲି ପରିବାର ବାହୁନି ବାହୁନି କାନ୍ଦୁଥିବା ବେଳେ ବିବାହରେ ନିମନ୍ତ୍ରିତ ହୋଇ ଆସିଥିବା ଜଣେ ଅତିଥି ସିନ୍ଧୁଙ୍କ ହାତ ଧରିବେ ବୋଲି କହିଥିଲେ। ଉକ୍ତ ମହାନ ବ୍ୟକ୍ତିଙ୍କ ନାମ ଚନ୍ଦ୍ରପା। ଚନ୍ଦ୍ରପା ବସ କଣ୍ଡକ୍ଟର ଭାବେ କାମ କରନ୍ତି। ଏହାପରେ ଚନ୍ଦ୍ରପାଙ୍କ ସହିତ ସିନ୍ଧୁଙ୍କ ବିବାହ ହୋଇଥିଲା। ବଡ଼ ବିପତ୍ତିରୁ ବଞ୍ଚି ଯାଇଥିଲା କନ୍ୟାଘର।

Karnataka Groom Runs away from His Wedding while Bride Ties Knot with a Guest

ପରେ ଶୁଣିବାକୁ ମିଳିଥିଲା କି ନବୀନଙ୍କ ବାହାଘରରେ ତାଙ୍କ ପ୍ରେମିକା ଖୁସି ନଥିଲେ । ବିବାହ ମଣ୍ଡପକୁ ଆସି ହାତ କାଟିବା ସହ ବାହା ଘର ଭାଙ୍ଗି ଦେବାକୁ ସେ ନବୀନଙ୍କୁ ବାରମ୍ବାର ଧମକ ଦେଉଥିଲେ। ଏହି ଧମକରେ ବିଚଳିତ ହେବା ସହିତ ପ୍ରେମିକା କଥା ମନେପଡ଼ିବାରୁ ନବୀନ ତାଙ୍କୁ ସାକ୍ଷାତ କରିବା ପାଇଁ ବିବାହକୁ ଅଧାରେ ଛାଡ଼ି ଚାଲି ଯାଇଥି‌ଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe