ଫୁସ୍‌ଫୁସ୍‌ କର୍କଟ ଆମନ୍ତ୍ରଣ କରୁଛି ଆଜ୍‌ବେଷ୍ଟସ୍

ଆମେ ପ୍ରଦୂଷଣ ବିଷୟରେ କଥା ହେଲାବେଳେ ସାଧାରଣତଃ ଯାନବାହନରୁ ନିର୍ଗତ ଧୂଆଁ ଓ କଳାକାରଖାନା ନିର୍ଗମନ ଉପରେ ଧ୍ୟାନ ଦେଉ। ମାତ୍ର ଅନେକ ଘରେ ଲୁଚି ରହିଥିବା ଏକ ନିରବ ଘାତକ ଆମ ଦୃଷ୍ଟି ଆଢୁଆଳରେ ରହିଯାଇଛି।

Azbest

ଆମେ ପ୍ରଦୂଷଣ ବିଷୟରେ କଥା ହେଲାବେଳେ ସାଧାରଣତଃ ଯାନବାହନରୁ ନିର୍ଗତ ଧୂଆଁ ଓ କଳାକାରଖାନା ନିର୍ଗମନ ଉପରେ ଧ୍ୟାନ ଦେଉ। ମାତ୍ର ଅନେକ ଘରେ ଲୁଚି ରହିଥିବା ଏକ ନିରବ ଘାତକ ଆମ ଦୃଷ୍ଟି ଆଢୁଆଳରେ ରହିଯାଇଛି। ତାହା ହେଲା ଆଜବେଷ୍ଟସ୍। ପ୍ରାୟ ୬୦ରୁ ଅଧିକ ଦେଶରେ ନିଷିଦ୍ଧ ଏହି ପଦାର୍ଥ ଆମ ଦେଶରେ ବ୍ୟାପକ ଭାବରେ ବ୍ୟବହୃତ ହେଉଛି। ବିଶେଷକରି ଘରର ଛାତ, ତାପ ନିରୋଧକ, ପାଣି ଟାଙ୍କି, ଟାଇଲ୍‌ସ ଓ ବ୍ରେକ୍ ଯନ୍ତ୍ରାଂଶରେ ଆଜବେଷ୍ଟସ୍‌ର ବ୍ୟବହାର ହୋଇଥାଏ। ଭାରତ ବର୍ତ୍ତମାନ ବିଶ୍ୱର ୪୪% ଆଜବେଷ୍ଟସ୍ ଆମଦାନି କରୁଛି, ଯାହା କେବଳ ଗତ ବର୍ଷ ୨୯% ବୃଦ୍ଧି ପାଇଛି। 

ଲୋକେ ଭାବନ୍ତି ଯେ ସେମାନେ ଘର ଭିତରେ ବାୟୁ ପ୍ରଦୂଷଣ ଓ ଯାନବାହନ ଧୂଆଁରୁ ଦୂରରେ ରହି ସୁରକ୍ଷିତ ଅଛନ୍ତି। କିନ୍ତୁ ସେମାନେ ପ୍ରଶ୍ବାସରେ ନେଉଥିବା ଅଦୃଶ୍ୟ ଗନ୍ଧହୀନ ଆଜବେଷ୍ଟସ୍ ତନ୍ତୁ ଆହୁରି ବିପଜ୍ଜନକ। ସୂଚନାଯୋଗ୍ୟ, ଆଜବେଷ୍ଟସ୍ ହେଉଛି ଏକ ଖଣିଜ ପଦାର୍ଥ। କ୍ଷୁଦ୍ର ଛୁଞ୍ଚି ସଦୃଶ ଏହି ତନ୍ତୁଗୁଡ଼ିକ ଖାଲି ଆଖିକୁ ଦେଖାଯାଉ ନଥିବା ବେଳେ ଘର ନବୀକରଣ, ଡ୍ରିଲିଂ ସମୟରେ କିମ୍ବା ପୁରୁଣା, ଜୀର୍ଣ୍ଣ ସାମଗ୍ରୀ ଭାଙ୍ଗିଗଲେ ତାହା ବାୟୁରେ ଭାସିବୁଲେ। ଆଜବେଷ୍ଟସ୍ ତନ୍ତୁ ଥିବା ପରିବେଶରେ ପ୍ରଶ୍ବାସ ନେଲେ ତାହା ଫୁସ୍‌ଫୁସ୍‌ ଭିତରକୁ ଯାଇ ବହୁ ବର୍ଷ ପର୍ଯ୍ୟନ୍ତ ରହିଥାଏ।

୬୦ରୁ ଅଧିକ ଦେଶରେ ଆଜ୍‌ବେଷ୍ଟସ୍ ନିଷିଦ୍ଧ, କିନ୍ତୁ ଭାରତରେ ଏହାର ବ୍ୟବହାର ବଢ଼ିଚାଲିଛି। ତେଣୁ ଆଗାମୀ ବର୍ଷମାନଙ୍କରେ ଦେଶରେ ଆଜବେଷ୍ଟସ୍ ସହ ଜଡ଼ିତ ୬୦ ଲକ୍ଷ ମାମଲା ଦେଖାଯାଇପାରେ, ଯହିଁରୁ ୬ ଲକ୍ଷରୁ ଅଧିକ କର୍କଟ ମାମଲା ବୋଲି ପୂର୍ବାନୁମାନ କରାଯାଇଛି।

ସମୟାନୁକ୍ରମେ ସେଗୁଡ଼ିକ ପ୍ରଦାହ ଏବଂ ଆଜବେଷ୍ଟୋସିସ୍, ଫୁସ୍‌ଫୁସ୍‌ କର୍କଟ ଓ ମେସୋଥେଲିଓମା ଭଳି ଗମ୍ଭୀର ସମସ୍ୟା ସୃଷ୍ଟି କରନ୍ତି। ଏଥିରେ ଆକ୍ରାନ୍ତ ହେବାର କିଛି ଦଶନ୍ଧି ପରେ ଦୀର୍ଘକାଳୀନ କାଶ, ଛାତି ଯନ୍ତ୍ରଣା ଓ ଶ୍ୱାସକ୍ରିୟାରେ ସମସ୍ୟା ଆଦି ଲକ୍ଷଣ ଜଣାପଡ଼ିଥାଏ। ଯଦିଓ ୧୯୯୩ ମସିହାରେ ଭାରତରେ ଆଜବେଷ୍ଟସ୍ ଖଣି ଖନନ ନିଷିଦ୍ଧ କରାଯାଇଥିଲା, ତଥାପି ଏହାର ଆମଦାନି ଓ ବ୍ୟବହାର ଜାରି ରହିଛି। ନିର୍ମାଣ କିମ୍ବା ଘର ମରାମତି ସମୟରେ ଲୋକମାନେ ଯେତେବେଳେ ଆଜବେଷ୍ଟସ୍ ସାମଗ୍ରୀ ଭାଙ୍ଗି ଦିଅନ୍ତି, ସେତେବେଳେ ତନ୍ତୁଗୁଡ଼ିକ ବାୟୁରେ ମିଶିବାର ଆଶଙ୍କା ବେଶୀ ଥାଏ। ଏଥିରେ ସର୍ବାଧିକ ବିପଦଗ୍ରସ୍ତ ହୋଇଥାଆନ୍ତି ଅସଂଗଠିତ କ୍ଷେତ୍ରର ନିର୍ମାଣ ଶ୍ରମିକ, ପ୍ଲମ୍ବର, ଇଲେକ୍ଟ୍ରିସିଆନ୍ ପ୍ରମୁଖ। 

ଭାରତରେ ଆଜବେଷ୍ଟସ୍ ସଂସ୍ପର୍ଶରେ ଆସିଥିବା ଶ୍ରମିକଙ୍କ ପାଇଁ କୌଣସି ବାଧ୍ୟତାମୂଳକ ସୁରକ୍ଷା ସାମଗ୍ରୀ ଓ ସ୍ୱାସ୍ଥ୍ୟ ତଦାରଖ ବ୍ୟବସ୍ଥା ନାହିଁ। ସମ୍ଭାବ୍ୟ ବିପଦ ବିଷୟରେ ଧାରଣା ନଥିବାରୁ ସେମାନେ ପ୍ରତିଦିନ ତନ୍ତୁଗୁଡ଼ିକୁ ପ୍ରଶ୍ବାସରେ ନେଇଥା’ନ୍ତି। ଏ ଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ କରାନଗଲେ ଆଗାମୀ ବର୍ଷଗୁଡ଼ିକରେ ଦେଶରେ ଆଜବେଷ୍ଟସ୍ ସହ ଜଡ଼ିତ ୬୦ ଲକ୍ଷ ମାମଲା ଦେଖାଯାଇପାରେ, ଯହିଁରୁ ୬ ଲକ୍ଷରୁ ଅଧିକ କର୍କଟ ମାମଲା ହୋଇପାରେ ବୋଲି ପୂର୍ବାନୁମାନ କରାଯାଇଛି। ଆଜବେଷ୍ଟସ୍‌ ଜନିତ ବିପଦ କମାଇବା ପାଇଁ ପୁରୁଣା ଘରଗୁଡ଼ିକର ଆଜବେଷ୍ଟସ୍ ଯାଞ୍ଚ କରାନ୍ତୁ, ଘରେ ଧୂମପାନ କିମ୍ବା ଧୂପକାଠି ଜଳାନ୍ତୁ ନାହିଁ, ରୋଷେଇ ଘରେ ଏଗ୍‌ଜଷ୍ଟ୍‌ ଫ୍ୟାନ୍ ବ୍ୟବହାର କରନ୍ତୁ ଏବଂ କୋଠରିରେ ଉତ୍ତମ ବାୟୁ ଚଳାଚଳ ସୁନିଶ୍ଚିତ କରନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe