୩୫ବ‌ର୍ଷ ପୂର୍ବେ ଅଜା ଲଗାଇଥିବା ଗଛକୁ ନକାଟି ଏଭଳି ସୁନ୍ଦର ଘର ତିଆରି କଲେ ପୁଲିସ ବାବୁ

Advertisment
୩୫ବ‌ର୍ଷ ପୂର୍ବେ ଅଜା ଲଗାଇଥିବା ଗଛକୁ ନକାଟି ଏଭଳି ସୁନ୍ଦର ଘର ତିଆରି କଲେ ପୁଲିସ ବାବୁ

କୋଲକାତା: ଲୋକମାନେ ଘର ନିର୍ମାଣ ପାଇଁ ଅନେକ ଗଛ କାଟନ୍ତି। କେବଳ ଘର ନୁହେଁ ରାସ୍ତ‌ା ହେଉ ବା ବଡ଼ ବଡ଼ ମଲ୍, ଏସବୁ ନିର୍ମାଣ କରିବା ପାଇଁ ବର୍ଷ ବର୍ଷ ପୁରୁଣା ଗଛକୁ କେଇ ସେକେଣ୍ଡରେ କାଟି ଦିଆଯାଏ। ଏଭଳି ନକରିବା ପାଇଁ କୁହାଯାଉଥିଲେ ବି ଲୋକେ ବା ସରକାର ବିକାଶ ପଥରେ ଆଗେଇବା ପାଇଁ ଏଭଳି କରୁଥିବା ଦେଖିବାକୁ ମିଳୁଛି। କିନ୍ତୁ ପଶ୍ଚିମବଙ୍ଗର ପୂର୍ବ ବର୍ଦବାନରେ ଜଣେ ପୁଲିସ୍ ଅଧିକାରୀ କିଛି ଭିନ୍ନ କରିଥିବା ଦେଖିବାକୁ ମିଳିଛି। ପୁଲିସ ଅଧିକାରୀ ଅରିନ୍ଦମ ପାଲ ତାଙ୍କ ଅଜା ଲଗାଇଥିବା ଗଛ ନକାଟି ତିନି ମହଲା କୋଠା ନିର୍ମାଣ କରିଥିବା ଜଣାପଡ଼ିଛି, ଯାହାକୁ ନେଇ ସେ ଏବେ ଚର୍ଚ୍ଚାରେ।

कमरे के बीच में नारियल का पेड़, नाना की यादों को बचाने के लिए अनोखा प्रयोग  - asi getting his house built without cutting tree in East Burdwan West  Bengal lclt - AajTak

ଅରିନ୍ଦମ ମତବେଶ୍ୱରର ଦାଉକାଡଙ୍ଗା ଗାଁର ବାସିନ୍ଦା ହୋଇଥିବା ବେଳେ ସେ ହାଓ୍ବାଡାରେ ଥିବା ଦାସନଗର ପୁଲିସ ଷ୍ଟେସନର ଏଏସଆଇ ପଦରେ କାର୍ଯ୍ୟ କରୁଛନ୍ତି। ଏଭଳି ଗଛ ନକାଟି ଘର ତିଆରି କରିବା ଉପରେ ସେ କହିଛନ୍ତି ଯେ, ତାଙ୍କ ପରିବାର ଦାଉକାଡଙ୍ଗାସ୍ଥିତ ଏକ ପୁରୁଣା ଘରେ ରହୁଥିଲେ। ତେଣୁ ସେ ନୂଆ ଘର ନିର୍ମାଣ କରିବେ ବୋଲି ଚିନ୍ତା କରିଥିଲେ। ହେଲେ ଘର ନିର୍ମାଣ ପାଇଁ ଜାଗା ବଛାଯିବା ପରେ ସେଠାରେ ଏକ ନଡ଼ିଆ ଗଛ ଥିଲା, ଯାହାକୁ ୩୫ବର୍ଷ ତଳେ ତାଙ୍କ ଅଜା ବିଶ୍ୱନାଥ କୋନାର ଲଗାଇଥିଲେ। ଗଛ ନକାଟିଲେ ଘର ନିର୍ମାଣ ହୋଇପାରିବ ନାହିଁ ବୋଲି କହିଥିଲେ ମିସ୍ତ୍ରୀ। ଏତେ ବର୍ଷ ଧରି ପରିବାର ସହ ଜଡ଼ିତ ଥିବା ନଡ଼ିଆ ଗଛକୁ କିଭଳି କାଟିବେ ବୋଲି ଅରିନ୍ଦମ ଚିନ୍ତାରେ ପଡ଼ିଯାଇଥିଲେ। ହେଲେ ପରେ ସେ ଗଛ ନକାଟି ଏହାର ଚାରିପାଖରେ ଛାତ ପକାଇ ଘର ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିଲେ। ଏଭଳି କଲେ ସମସ୍ୟା ହେବ ବୋଲି ପଡୋଶୀ କହିଥିଲେ ବି ଅରିନ୍ଦମ କାହା କଥା ନଶୁଣି ଘର କାମ ଆରମ୍ଭ କରିଥିଲେ।

कमरे के बीच में नारियल का पेड़, नाना की यादों को बचाने के लिए अनोखा प्रयोग  - asi getting his house built without cutting tree in East Burdwan West  Bengal lclt - AajTak

ଏବେ ଘର କାମ ପ୍ରାୟ ଶେଷ ହୋଇସାରିଥିବା ବେଳେ ‌ଲୋକେ ତାଙ୍କର ଏଭଳି କାମକୁ ପ୍ରଶଂସା କରିବା ଆରମ୍ଭ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe