ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନକୁ ‌ଚଲାଇଥିବା ଏସିଆର ପ୍ରଥମ ମହିଳା ଲୋକୋ ପାଇଲଟଙ୍କୁ ପ୍ରଶଂସା କରି ଏଭଳି କଥା କହିଲେ ରେଳମନ୍ତ୍ରୀ

ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନକୁ ‌ଚଲାଇଥିବା ଏସିଆର ପ୍ରଥମ ମହିଳା ଲୋକୋ ପାଇଲଟଙ୍କୁ ପ୍ରଶଂସା କରି ଏଭଳି କଥା କହିଲେ ରେଳମନ୍ତ୍ରୀ

ମୁମ୍ବାଇ: ବନ୍ଦେ ଭାରତ ଏକ୍ସପ୍ରେସକୁ ନେଇ ଚର୍ଚ୍ଚା ‌ଚାଲିଛି। ଏସିଆର ପ୍ରଥମ ମହିଳା ଲୋକୋ ପାଇଲଟ୍ ସୁରେଖା ଯାଦବ ବନ୍ଦେ ଭାରତ ଏକ୍ସପ୍ରେସକୁ ସୋନାପୁରରୁ ମୁମ୍ବାଇ ପର୍ଯ୍ୟନ୍ତ ଚଲାଇଥିଲେ । ଆଉ ଏଥିପାଇଁ ଛତ୍ରପତି ଶିବାଜୀ ମହାରାଜ ଟର୍ମିନାଲର ପ୍ଲାଟଫର୍ମ ନମ୍ବର ୮ରେ ସୁରେଖା ଯାଦବଙ୍କୁ  ସ୍ୱାଗତ କରାଯାଇଥିଲା।

ମହିଳା ଲୋକୋପାଇଲଟ ସୁରେଖା ଯାଦବ କହିଛନ୍ତି ଯେ, ‘ ନୂତନ ଯୁଗର ଅତ୍ୟାଧୁନିକ ଜ୍ଞାନକୌଶଳ ଥିବା ବନ୍ଦେ ଭାରତ ଟ୍ରେନ୍ ଚଳାଇବାକୁ ସୁଯୋଗ ଦେଇଥିବାରୁ  ଭାରତୀୟ ରେଳବାଇଙ୍କୁ ଅଶେଷ ଧନ୍ୟବାଦ ।’

ସୋସିଆଲ ମିଡିଆରେ ସୁରେଖା ଯାଦବ ଟ୍ରେଣ୍ଡ କରୁଛନ୍ତି। ରେଳମନ୍ତ୍ରୀ ଟୁଇଟରରେ ସୁରେଖା ଯାଦବଙ୍କ ଫଟୋ ସେୟାର କରି କହିଛନ୍ତି, ‘ବନ୍ଦେ ଭାରତ, ମହିଳା ସଶକ୍ତିକରଣର ଉଦାହରଣ। ଶ୍ରୀମତି ସୁରେଖା ଯାଦବ ପ୍ରଥମ ମହିଳା, ଯିଏକି ଟ୍ରେନ ଚଲାଇଛନ୍ତି।’

ସୁରେଖା ଯାଦବ ମହାରାଷ୍ଟ୍ରର ସତାରାରେ ବସବାସ କରନ୍ତି। ୧୯୮୯ରେ ସୁରେଖା ସହକାରୀ ଡ୍ରାଇଭର ଭାବରେ କ୍ୟାରିଅର୍ ଆରମ୍ଭ କରିଥିଲେ।

ଏହାପରେ ସେ ଭାରତର ପ୍ରଥମ ମହିଳା ଟ୍ରେନ୍ ଡ୍ରାଇଭର ହୋଇଥିଲେ ଏବଂ ଏହି ସଫଳତା ପାଇଁ ତାଙ୍କୁ ରାଜ୍ୟ ତଥା ଜାତୀୟ ସ୍ତରରେ ଅନେକ ସମ୍ମାନରେ ସମ୍ମାନିତ କରାଯାଇଥିଲା।  ୧୯୯୬ରେ ମାଲବାହୀ ଟ୍ରେନ୍ ଚଳାଇବାକୁ ସୁରେଖା ସୁଯୋଗ ପାଇଥି‌ଲେ। ଏହାପରେ ସେ ଅନେକ ଟ୍ରେନ୍ ଚଳାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe