ଅସ୍ମିତାର ପରିଚୟ ହେବ ସୁଭଦ୍ରା ଯୋଜନା: ମୁଖ୍ୟମନ୍ତ୍ରୀ

Advertisment

ଚଳିତମାସ ୧୭ ତାରିଖରେ ଆରମ୍ଭ ହେବ ବହୁ ପ୍ରତିକ୍ଷୀତ ‘ସୁଭଦ୍ରା’ ଯୋଜନା। ଏହି ଯୋଜନା ସମ୍ପର୍କରେ ରାଜ୍ୟବ୍ୟାପୀ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ଆଜି ଭୁବନେଶ୍ବର ମହାତ୍ମା ଗାନ୍ଧୀ ମାର୍ଗଠାରେ ‘ସୁଭଦ୍ରା’ ସଚେତନତା ରଥର ଶୁଭାରମ୍ଭ ହୋଇଛି।

ଚଳିତମାସ ୧୭ ତାରିଖରେ ଆରମ୍ଭ ହେବ ବହୁ ପ୍ରତିକ୍ଷୀତ ‘ସୁଭଦ୍ରା’ ଯୋଜନା। ଏହି ଯୋଜନା ସମ୍ପର୍କରେ ରାଜ୍ୟବ୍ୟାପୀ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ଆଜି ଭୁବନେଶ୍ବର ମହାତ୍ମା ଗାନ୍ଧୀ ମାର୍ଗଠାରେ ‘ସୁଭଦ୍ରା’ ସଚେତନତା ରଥର ଶୁଭାରମ୍ଭ ହୋଇଛି।

jhfgjfgj

ଭୁବନେଶ୍ବର: ଚଳିତମାସ ୧୭ ତାରିଖରେ ଆରମ୍ଭ ହେବ ବହୁ ପ୍ରତିକ୍ଷୀତ ‘ସୁଭଦ୍ରା’ ଯୋଜନା। ଏହି ଯୋଜନା ସମ୍ପର୍କରେ ରାଜ୍ୟବ୍ୟାପୀ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ଆଜି ଭୁବନେଶ୍ବର ମହାତ୍ମା ଗାନ୍ଧୀ ମାର୍ଗଠାରେ ‘ସୁଭଦ୍ରା’ ସଚେତନତା ରଥର ଶୁଭାରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ଉଦ୍‌ଘାଟନ କରିଛନ୍ତି। 

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟର ପ୍ରତ୍ୟେକ ମହିଳାଙ୍କୁ ନିଜର ସ୍ବପ୍ନ ପୂରଣ ପାଇଁ ସୁଯୋଗ ପ୍ରଦାନ କରିବା ସହିତ ସେମାନଙ୍କୁ ସ୍ବୀକୃତି ଦେବା ହେଉଛି ‘ସୁଭଦ୍ରା’ ଯୋଜନାର ମୂଳ ଲକ୍ଷ୍ୟ। ଏହା କେବଳ ଏକ ସରକାରୀ ଯୋଜନା ନୁହେଁ, ଏହା ଓଡ଼ିଆ ଅସ୍ମିତାର ପରିଚୟ ହେବ। ପ୍ରତ୍ୟେକ ମା’ ଓ ଭଉଣୀଙ୍କ ମନକୁ ବୁଝି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତିଶ୍ରୁତିକୁ ଏହି ଯୋଜନା ପୂରଣ କରିବ। ଏହି ଯୋଜନାର ସୁଫଳ ସମ୍ପର୍କରେ ରାଜ୍ୟର ମହିଳାଙ୍କୁ ସୁଭଦ୍ରା ରଥ ସଚେତନ କରିବ। ରାଜ୍ୟର ସମସ୍ତ ମହିଳାଙ୍କ ସ୍ବପ୍ନ ଓ ଆକାଂକ୍ଷା ପୂରଣ ଦିଗରେ ରାଜ୍ୟ ସରକାର ଏକ ନିଷ୍ଠାପର ଉଦ୍ୟମ କରିଛନ୍ତି। କୌଣସି ଯୋଗ୍ୟ ମହିଳା ଯେପରି ଏହି ଯୋଜନାରୁ ବାଦ ନ ପଡ଼ିବେ ତାହାକୁ ପ୍ରାଥମିକତା ଦିଆଯିବ। 

ମହିଳା ଓ ଶିଶୁ ବିକାଶ ବିଭାଗର ଦାୟିତ୍ବରେ ଥିବା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଥିଲେ, ସୁଭଦ୍ରା ଭଳି ଏକ ଯୁଗାନ୍ତକାରୀ ଯୋଜନା ପରିକଳ୍ପନା କରିଥିବାରୁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ। ଓଡ଼ିଶାରେ ସରକାରକୁ ଆସିବାର କିଛି ସମୟ ଭିତରେ କ୍ୟାବିନେଟ୍‌ରେ ସୁଭଦ୍ରା ଯୋଜନା ପାରିତ ହେଲା। ପ୍ରତିଶ୍ରୁତିକୁ ପ୍ରତିବଦ୍ଧତାରେ ପରିଣତ କରାଯାଇ ଏହି ଯୋଜନା କାର୍ଯ୍ୟକାରୀ ହେଉଛି। ସୁଭଦ୍ରା ରଥ ସମସ୍ତଙ୍କୁ ଏହି ଯୋଜନା ବିଷୟରେ ସଚେତନ କରିବ। ଶେଷ ହିତାଧିକାରୀ ଯୋଜନାରେ ସାମିଲ ନ ହେବା ପର୍ଯ୍ୟନ୍ତ ପଞ୍ଜୀକରଣ ପ୍ରକ୍ରିୟା ଜାରି ରହିବ ବୋଲି ସେ କହିଥିଲେ। ଏହି ଅବସରରେ ‘ସୁଭଦ୍ରା’ ଯୋଜନା ସମ୍ପର୍କିତ ଏକ ସ୍ବତନ୍ତ୍ର ଭିଡିଓ ପ୍ରଦର୍ଶିତ ହୋଇଥିଲା। ଏହାସହ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ ହୋଇଥିବା ସୁଭଦ୍ରା ସଚେତନତା ସଂଗୀତ ମଧ୍ୟ ଲୋକାର୍ପିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବିଧାୟକ ବାବୁ ସିଂ, ମେୟର ସୁଲୋଚନା ଦାସ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିସନର ଅନୁ ଗର୍ଗ, ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ସଚିବ ଶୁଭା ଶର୍ମା ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe