ତାରିଖ ପଳାଇ ଯାଇଥିବା ୪୦ହଜାର ଔଷଧ ଓ ଇନଜେକସନର ବ୍ୟବହାର କରି ଅଧିକାରୀ ତିଆରି କଲେ ମା’ଦୁର୍ଗାଙ୍କ ମୂର୍ତ୍ତି

Advertisment
ତାରିଖ ପଳାଇ ଯାଇଥିବା ୪୦ହଜାର ଔଷଧ ଓ ଇନଜେକସନର ବ୍ୟବହାର କରି ଅଧିକାରୀ ତିଆରି କଲେ ମା’ଦୁର୍ଗାଙ୍କ ମୂର୍ତ୍ତି

ନୂଆଦିଲ୍ଲୀ: କରୋନା ମହାମାରୀ ହେତୁ ଚଳିତ ବର୍ଷ ବିନା ଭକ୍ତରେ ପୂଜା ପାଉଛନ୍ତି ମା’ ଦୁର୍ଗା। ପୂଜାକୁ ନେଇ ଭକ୍ତଙ୍କ ମନରେ ସେ ଖୁସି ଓ ଉଲ୍ଲାସ ଦେଖିବାକୁ ମିଳୁନାହିଁ।

ତେବେ ଚଳିତ ଥର ଦୁର୍ଗା ପୂଜାରେ କେଉଁଠାରେ ପ୍ରବାସୀ ଶ୍ରମିକଙ୍କ ଦୁଃଖକୁ ଦର୍ଶା ଯାଇଥିବା ବେଳେ କେଉଁଠାରେ ଡାକ୍ତରଙ୍କ କରୋନା ରୋଗୀଙ୍କ ପ୍ରତି ସେବାକୁ ମୂର୍ତ୍ତି ମାଧ୍ୟମରେ ପ୍ରତିଫଳିତ କରାଯାଇଛି।

ଏହି କ୍ରମରେ ଆସାମ ସରକାରଙ୍କ ଜଣେ ୩୭ ବର୍ଷିୟ କର୍ମଚାରୀ ସମସ୍ତଙ୍କୁ ଏହି ବିଶ୍ବ ମହାମାରୀ ବିପଦ ସହ ଲଢ଼େଇ କରିବାକୁ ଆହ୍ବାନ ଦେଇଛନ୍ତି। ସେ ମା’ ଦୁର୍ଗାଙ୍କ ଏକ ମୂର୍ତ୍ତି ତିଆରି କରିଛନ୍ତି। ଏଥିରେ ତାରିଖ ପଳାଇ ଯାଇଥିବା କ୍ୟାପସୁଲ୍ ଏବଂ ଇନଜେକସନ୍ ବୋତଲ ଆଦିର ବ୍ୟବହାର କରି ସେ ମା’ଙ୍କ ପ୍ରତିମା ପ୍ରସ୍ତୁତ କରିଛନ୍ତି। ଏହି ପ୍ରତିମା ପ୍ରସ୍ତୁତ କରିବାକୁ ତାଙ୍କୁ ୫ମାସ ସମୟ ଲାଗିଥିଲା। |

ଆସାମର ଧୁବରି ଜିଲ୍ଲା ପ୍ରଶାସନର କର୍ମଚାରୀ ସଞ୍ଜୀବ ବସାକ୍ ପ୍ରତିମୂର୍ତ୍ତିକୁ ପ୍ରସ୍ତୁତି ପାଇଁ ବିଭିନ୍ନ ଅଭିନବ ଉପାୟ ଆପଣାଇ ଥାଆନ୍ତି। ଏଥିସହିତ ସେ ମୂର୍ତ୍ତି ତିଆରି କରିଲା ବେଳେ ପରିବେଶ ଅନୁକୂଳ ଚିନ୍ତାଧାରା ବି ଆପଣାଇ ଥାଆନ୍ତି। କିନ୍ତୁ ଏହି ବର୍ଷ କୋଭିଡ- ୧୯ ମହାମାରୀ କାରଣରୁ କିଛି ସ୍ବତନ୍ତ୍ର କରିବାକୁ ଚେଷ୍ଟା କରିଥି‌ଲେ।

ସଞ୍ଜୀବ କହିଛନ୍ତି "ଲକଡାଉନ ସମୟରେ ମୁଁ ଦେଖିଲି ଲୋକମାନେ ଔଷଧ କିଣିବା ପାଇଁ ଦୋକାନ ବାହାରେ ଧାଡିରେ ଛିଡା ହେଉଥିଲେ। ଏହି ସମୟରେ ହଠାତ ମନରେ ଚିନ୍ତା ଆସିଥିଲା କି ମୁଁ ମା’ ଦୁର୍ଗାଙ୍କ ମୂର୍ତ୍ତିକୁ ଔଷଧ, ଇନଜେସନ ଓ ପଟି ଆଦିର ବ୍ୟବହାର କରି ତିଆରି କରି ପାରିବି । ତେବେ ମୁଁ ଚିନ୍ତାରେ ଥିଲି କି ଚଳିତ ବର୍ଷ କାମର ଚାପ ଓ କଡ଼ା ସୁରକ୍ଷା ପ୍ରୋଟୋକଲ କାରଣରୁ ମୂର୍ତ୍ତି ତିଆରି ଶେଷ କରି ପାରି ବି କି ନାହିଁ। କିନ୍ତୁ ଶେଷରେ ତାରିଖ ପଳାଇ ଥିବା ଔଷଧରେ ମା’ ଦୁର୍ଗାଙ୍କ ମୂର୍ତ୍ତି ତିଆରି କରିବାରେ ସଫଳ ରହିଥିଲି। |

ମା’ ଦୁର୍ଗାଙ୍କ ମୂର୍ତ୍ତି ତିଆରି କରିବା ପାଇଁ ସଞ୍ଜୀବ ବିଭିନ୍ନ ରଙ୍ଗର ୪୦ହଜାର ଔଷଧ ଷ୍ଟ୍ରିପ୍, କ୍ୟାପସୁଲ୍ ଏବଂ ବିଭିନ୍ନ ରଙ୍ଗର ଇନଞ୍ଜେକ୍ସନ୍ ବୋତଲ ଏକାଠି କରିଥିଲେ। ଦୁର୍ଗାଙ୍କ ମୂର୍ତ୍ତି ତିଆରି କରିବାକୁ ତାଙ୍କୁ ପାଞ୍ଚ ମାସ ଲାଗିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe