ଗଞ୍ଜେଇ ନିଶାରେ ନିଜକୁ ନଂପୁସକ କରିଦେଲେ, ଦେଖନ୍ତୁ ଭିଡିଓରେ କ’ଣ କହୁଛନ୍ତି ବ୍ୟକ୍ତି ଜଣକ

Advertisment
ଗଞ୍ଜେଇ ନିଶାରେ ନିଜକୁ ନଂପୁସକ କରିଦେଲେ, ଦେଖନ୍ତୁ ଭିଡିଓରେ କ’ଣ କହୁଛନ୍ତି ବ୍ୟକ୍ତି ଜଣକ

ଗୌହ୍ବାଟୀ: ଆସାମର ସୋନିଟପୁର ଜିଲ୍ଲାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜଣେ ବ୍ୟକ୍ତି ଗଞ୍ଜେଇ ନିଶାରେ ନିଜ ‌ଯୌନାଙ୍ଗକୁ କାଟି ଦେଇଥିବା ଜାଣିବାକୁ ମିଳିଛି। ଘଟଣାଟି ହେଉଛି ମେ ୧୯ ତାରିଖର। ବ୍ୟକ୍ତି ଜଣକ ମହମ୍ମଦ ସାହାଜୁଲ୍‌ ଅଲ୍ଲୀ। ସେ ସୋନିଟପୁର ଜିଲ୍ଲାର ଦେକାର ଗାଁର ବାସିନ୍ଦା। କେବଳ ଯେ ଗଞ୍ଜେଇ ନିଶାରେ ସେ ଏପରି କରିଛନ୍ତି ତାହା ନୁହେଁ। ସେ ମାନଶିକ ସ୍ତରରେ ବି ଟିକେ ଦୁର୍ବଳ। ପୂର୍ବରୁ ସେ ସିଂହ ସହ ଶୋଇବା ପରି କାଣ୍ଡ ରଚି ମଧ୍ୟ ଚର୍ଚ୍ଚିତ ପାଲଟିଥିଲେ।

ଅଲ୍ଳୀଙ୍କର କେବଳ ଗଞ୍ଜେଇ ନିଶା ନାହିଁ। ଡ୍ରଗ୍ସ ପରି ସେ ଅନ୍ୟ ମାରାତ୍ମକ ନିଶା ସହ ବି ଜଡ଼ିତ। ସେ ନିଶାରେ ଯୌନାଙ୍ଗ କାଟିବା ପରେ ଏକ ଇଣ୍ଟରଭ୍ୟୁ ଦେଇ କହିଛନ୍ତି କି ନିଜ ପାପକୁ ଧୋଇବା ପାଇଁ ସେ ଏପରି ପଦକ୍ଷେପ ଗ୍ରହଣ କରିଛନ୍ତି।

ଅଲ୍ଲୀଙ୍କ ହିସାବରେ ତାଙ୍କ ଧର୍ମରେ ଗଞ୍ଜେଇ ଟାଣିବା ଏକ ପାପ। ମାତ୍ର ସେ ଏହି ପାପରୁ ନିଜକୁ ନିବୃତ୍ତ ରଖି ପାରୁନଥିବାରୁ ପ୍ରୟଶ୍ଚିତ ସ୍ବରୁପ ନିଜକୁ ନିଜ ଦଣ୍ଡ ଦେଇଛନ୍ତି। ଏ ନେଇ ଅଲ୍ଳୀଙ୍କ ପୁଅ ଗଣମାଧ୍ୟମ‌ରେ କହିଛନ୍ତି ଯେ ତାଙ୍କ ବାପା ମାନସିକ ଭାବେ ଦୁର୍ବଳ ଥିବାର ଏପରି ଅଜବ କାଣ୍ଡ ରଚିଛନ୍ତି। ଅଲ୍ଲୀଙ୍କର ଜଣେ ବନ୍ଧୁ କହିଛନ୍ତି କି ସେ ଏହି ଅଭ୍ୟାସ ସହ ବହୁ ବର୍ଷରୁ ଜଡ଼ିତ। ଏପରିକି ୨୦୦୩ ମସିହାରେ ସେ ଏକ ସିଂହ ସହ ରାତି ବିତାଇ ଚର୍ଚ୍ଚା ପାଲଟିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe